ETV Bharat / bharat

Moosewala's Murder: ହତ୍ୟା ପାଇଁ ନିଜକୁ ଦାୟୀ କଲା କାନାଡ଼ା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ଼

author img

By

Published : May 30, 2022, 10:07 AM IST

ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟା ଘଟଣା । କାନାଡ଼ା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ଼ ନିଜକୁ ଦାୟୀ କରିଥିବା ବେଳେ ଗୋଷ୍ଠୀ ଶତ୍ରୁତା ହତ୍ୟାକାଣ୍ଡର କାରଣ ବୋଲି କହିଛି ପୋଲିସ । ଅଧିକ ପଢନ୍ତୁ

Moosewala's murder: ଗୋଷ୍ଠୀ ଶତ୍ରୁତା ହତ୍ୟାକାଣ୍ଡର କାରଣ କହିଲା ପୋଲିସ

ଚଣ୍ଡିଗଡ଼: ପଞ୍ଜାବର କଂଗ୍ରେସ ନେତା ତଥା ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେଓ୍ବାଲା(Sidhu Moosewala's murder)ଙ୍କୁ ସ୍ପଷ୍ଟ ଦିବାଲୋକରେ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି । ଆପ୍‌ ସରକାର ସୁରକ୍ଷାକର୍ମୀ ପ୍ରତ୍ୟାହାର କରିନେବା ପରେ ଏହି ଅଘଟଣ ଘଟିଛି । ତାଙ୍କୁ ଗୁଳି ମାରିଥିବା ଅପରାଧୀ ସମ୍ପର୍କରେ ଜଣାପଡିନିଥିବା ବେଳେ କାନାଡ଼ା ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବରାଡ଼(Canada-based gangster Goldie) ନିଜକୁ ଦାୟୀ କରିଛି । ସେପଟେ ଗୋଷ୍ଠୀ ବିବାଦ ମୁସେୱାଲାଙ୍କ ହତ୍ୟାର କାରଣ ବୋଲି କହିଛି ପୋଲିସ । ଗତକାଲି ଏହି ଲୋକପ୍ରିୟ ଗାୟକଙ୍କୁ ମାନସା ଜିଲ୍ଲାରେ ହତ୍ୟା କରାଯାଇଥିଲା ।

ଗତ ଶନିବାର ଆପ୍‌ ନେତୃତ୍ବାଧୀନ ପଞ୍ଜାବ ସରକାର ପ୍ରାୟ ୪୦୦ ଜଣଙ୍କୁ ଦିଆଯାଇଥିବା ସିକ୍ୟୁରିଟି ବ୍ୟବସ୍ଥାକୁ ପ୍ରତ୍ୟାହାର କରିଥିଲା । ରବିବାର ମୁସେୱାଲା କାରରେ ନିଜ ହୋମଟାଉନକୁ ଯାଉଥିବା ସମୟରେ କେହି ଅଜଣା ବ୍ୟକ୍ତି ତାଙ୍କର ପିଛା କରିଥିଲେ । ଆଉ ଆଖି ପିଛୁଳାକେ ଗୁଳିବର୍ଷଣ କରିଥିଲେ । ଏହି ଗୁଳିକାଣ୍ଡରେ ମୁସେୱାଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ୨ ବନ୍ଧୁ ଗୁରୁତର ହୋଇଛନ୍ତି ।

ଏହା ବି ପଢନ୍ତୁ- Sidhu Moose Wala shot dead: ବିଭିନ୍ନ ମହଲରୁ ଶୋକ ପ୍ରକାଶ, ମୁଖ୍ୟମନ୍ତ୍ରୀ ମାନଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ସାମ୍ବାଦିକ ସମ୍ମିଳନୀରେ ମାନସା SSP ଗୌରବ ତୁରା କହିଛନ୍ତି ଯେ ଏହି ହତ୍ୟାକାଣ୍ଡ ଗ୍ୟାଙ୍ଗଷ୍ଟାରଙ୍କ ଦ୍ବାରା କରାଯାଇଛି ବୋଲି ସେ କହିଛନ୍ତି । ଏହି ଗୁଳିକାଣ୍ଡରେ ୨ଟି ଯାନ ବ୍ୟବହାର ହୋଇଥିବା ବେଳେ ଗୋଟିଏ ବୋଲେରୋ ରହିଥିଲା । ଘଟଣାସ୍ଥଳରୁ 9MM ପିସ୍ତଲ ମଧ୍ୟ ଜବତ ହୋଇଛି । ଏହା ଉଭୟଙ୍କ ମଧ୍ୟରେ କୌଣସି ଶତ୍ରୁତା ଯୋଗୁଁ ଘଟିଛି । ସେ ଯାହା ହେଉ ନା କାହିଁକି ଅପରାଧୀଙ୍କୁ ଖୁବଶୀଘ୍ର ଗିରଫ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ ।

ଅନ୍ୟପଟେ କାନାଡ଼ାର ଗ୍ୟାଙ୍ଗଷ୍ଟାର ଗୋଲ୍ଡି ଭାରତରେ ଅନେକ କ୍ରିମିନାଲ ମାମଲାରେ ଜଡ଼ିତ । ଏହି ହତ୍ୟାକାଣ୍ଡ ସେ ଘଟାଇଥିବା ଏକ ଫେସବୁକ ପୋଷ୍ଟ ମାଧ୍ୟମରେ କହିଛି । ମେ ମାସରେ ଫେରୋଜପୁର କୋର୍ଟ ଗୋଲ୍ଡି ବରାଡ଼ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ(non-bailable arrest warrant) ଜାରି କରିଥିଲେ । ଜିଲ୍ଲା ଯୁବ କଂଗ୍ରେସ ସଭାପତି ଗୁରଲାଲ ସିଂ ପେହଲୱାନଙ୍କୁ ହତ୍ୟା ଅଭିଯୋଗରେ ଏହି ୱାରେଣ୍ଟ ଜାରି ହୋଇଥିଲା । ମେ ୧ ତାରିଖରେ ଗୋଲ୍ଡିର ୩ ସହଯୋଗୀଙ୍କ ସମେତ ଅନ୍ୟ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ଆଣ୍ଟି- ଗ୍ୟାଙ୍ଗଷ୍ଟାର ଟାସ୍କ ଫୋର୍ସ(AGTF) ଭଟିଣ୍ଡାରୁ ଗିରଫ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.