ହାଇଦ୍ରାବାଦ : ଦେଶରେ ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ଗଣେଶ ପୂଜା ଅବସରରେ ହାଇଦ୍ରାବରେ ଏକ ନିଆରା ଢଙ୍ଗରେ ମୂର୍ତ୍ତି ଗଢା ଯାଇଛି । ପୂଜା ପେଣ୍ତାଲରେ ୩ଟି ଭ୍ୟାକ୍ସିନ ରହିଛି । ଯେଉଁଠି ଗୋଟିଏ ଭ୍ୟାକ୍ସିନ ଉପରେ ବିଘ୍ନ ବିନାଶକ ଛିଡା ହୋଇଥିବା ବେଳେ ତାଙ୍କ ପାର୍ଶ୍ବରେ ୨ଟି ମୂଷା ମଧ୍ୟ ୨ଟି ଭ୍ୟାକ୍ସିନ ଉପରେ ଟିକା ବାକ୍ସ ଧରି ଛିଡା ହୋଇଥିବା ଦେଖିବାକୁ ମିଳିଛି । ଯାହା ଦେଶରେ ଟୀକାକରଣ ବଢାଇବାକୁ ପ୍ରୋତ୍ସାହିତ କରୁଛି । କୋ-ୱିନ୍ ପୋର୍ଟାଲରେ ପଞ୍ଜୀକରଣକୁ ଅଧିକ ମାତ୍ରାରେ କରିବା ପାଇଁ ବାର୍ତ୍ତା ମଧ୍ୟ ଦେଇଛି ।
ଫ୍ୟୁଚର ଫାଉଣ୍ତେସନ ସୋସାଇଟି ପୂଜା କମିଟି ସଭାପତି କହିଛନ୍ତି ଏ ନିଆରା ଗଣେଶ ମୂର୍ତ୍ତି ମାଧ୍ୟମରେ ଆମେ ଏକ ସାମାଜିକ ବାର୍ତ୍ତା ଦେଉଛୁ ଯେ ଟିକା ସୁରକ୍ଷିତ ଏବଂ ସମସ୍ତଙ୍କୁ ଟିକା ନେବା ଉଚିତ । ତେବେ ମହାମାରୀ କାଳରେ ଦିଆଯାଇଥିବା ଏ ବାର୍ତ୍ତାକୁ ଭକ୍ତମାନେ ମଧ୍ୟ ବେଶ ପସନ୍ଦ କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, "ଏହି ପେଣ୍ତାଲ ଦେଖି ସେ ବହୁତ ଉତ୍ସାହିତ ’’। ସେ ପ୍ରତିବର୍ଷ ଗଣପତିଙ୍କ ଆଶୀର୍ବାଦ ନେବାକୁ ଏଠାକୁ ଆସନ୍ତି । ସେପ୍ଟେମ୍ବର 10ରୁ ସାରା ଦେଶରେ ଉତ୍ସାହର ସହିତ ପାଳିତ ହେଉଛି ଗଣେଶ ପୂଜା ।
@ ANI