ETV Bharat / bharat

ଦଳ ଅନୁସାରେ କାମ କରିବାକୁ ପ୍ରସ୍ତୁତ ରାହୁଲ ଗାନ୍ଧୀ - କଂଗ୍ରେସ ଅଧ୍ୟକ୍ଷ ବୈଠକ

କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ପ୍ରକ୍ରିୟାରେ ଆରମ୍ଭ ହୋଇଯାଇଛି । ପୁଣି ଥରେ କଂଗ୍ରେସ କମାଣ୍ଡ ସମ୍ଭାଳି ପାରନ୍ତି ରାହୁଲ ଗାନ୍ଧୀ । କାରଣ ଏହି ବୈଠକରେ ରାହୁଲ ଦଳ ଅନୁସାରେ କାମ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ଦଳ ଅନୁସାରେ କାମ କରିବେ ରାହୁଲ ଗାନ୍ଧୀ
ଦଳ ଅନୁସାରେ କାମ କରିବେ ରାହୁଲ ଗାନ୍ଧୀ
author img

By

Published : Dec 20, 2020, 7:10 AM IST

ନୂଆଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ପ୍ରକ୍ରିୟାରେ ଆରମ୍ଭ ହୋଇଯାଇଛି । ପୁଣି ଥରେ କଂଗ୍ରେସ କମାଣ ସମ୍ଭାଳି ପାରନ୍ତି ରାହୁଲ ଗାନ୍ଧୀ । ପୂର୍ବରୁ ବହୁ ବରିଷ୍ଠ ନେତାଙ୍କ ଦାବି ସତ୍ତ୍ବେ ଅରାଜି ହେଉଥିବା ରାହୁଲ ପୁଣି ଥରେ ଦଳର ମଙ୍ଗ ଧରିବାକୁ ସିଗନାଲ ଦେଇଛନ୍ତି । ତେବେ ସେ ସିଧାସିଧା ନ କହିନଥିଲେ ମଧ୍ୟ, ଦଳ ଯେଉଁ ଦାୟିତ୍ବ ଦେବ ତାକୁ ସେ ସମ୍ଭାଳିବେ ବୋଲି କହିଛନ୍ତି । ଏହା ସହିତ ଅଧ୍ୟକ୍ଷ କିଏ ହେବ ତାହା ନିର୍ବାଚନ ଉପରେ ଛାଡିଦେବାକୁ କହିଛନ୍ତି ରାହୁଲ ଗାନ୍ଧୀ ।

  • @NCWIndia has come across media report regarding a model who has alleged that she was raped by @HemantSorenJMM in 2013 and she and her family received threats against speaking about the alleged incident in public.

    — NCW (@NCWIndia) December 17, 2020 " class="align-text-top noRightClick twitterSection" data=" ">

ସୂତ୍ର ଅନୁସାରେ, ବୈଠକରେ ଉପସ୍ଥିତ ଥିବା ନେତାମାନେ ପୁଣି ଥରେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବାକୁ ଚାହାଁନ୍ତି । ଦଳର ନେତୃତ୍ବ ଓ ବ୍ୟାପକ ସଙ୍ଗଠନାତ୍ମକରେ ପରିବର୍ତ୍ତନ ଆଣିବାକୁ ଚିଠି ଲେଖିଥିବ ବିଦ୍ରୋହୀ ନେତାଙ୍କ ସହିତ ହାଇକମାଣ୍ଡ ଆଲୋଚନା କରିଥିଲେ । ଦୀର୍ଘ 5 ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ରାହୁଲ ଗାନ୍ଧୀ ପ୍ରମୁଖ ସାମିଲ ରହିଥିଲେ ।

ବୈଠକରେ ସୋନିଆ ଗାନ୍ଧୀ କହିଥିଲେ ସମସ୍ତେ ସହିତ ମିଳିମିଶି କରି ସଙ୍ଗଠନକୁ ମଜବୁତ କରିବାକୁ ହେବ । ଆଗକୁ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ଏବଂ ଅନ୍ୟ ପ୍ରସଙ୍ଗରେ ଆଲୋଚନା ପାଇଁ ଶିବିର ଆୟୋଜନ କରିବ । କଂଗ୍ରେସର ବରିଷ୍ଠ ନେତା ପବନ ବଂଶଲ କହିଛନ୍ତି, ବୈଠକରେ ସକାରତ୍ମକ ଚର୍ଚ୍ଚା କରାଯାଇଥିଲା । ରାହୁଲ ଗାନ୍ଧୀ ଦଳ ଯାହା ଚାହିଁବ ସେହି ଅନୁସାରେ କାମ କରିବେ ବୋଲି କହିଛନ୍ତି । ଏଥିସହ ବୁଥ ସ୍ତରରେ ଦଳକୁ ସଶକ୍ତ କରିବାକୁ ହାଇକମାଣ୍ଡ ଓ କର୍ମୀଙ୍କ ମଧ୍ୟରେ ଯୋଗଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ, 2017ରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ । 2019ରେ କଂଗ୍ରେସର ପରାଜୟ ପରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.