ETV Bharat / bharat

Gaganyaan Mission: ସଫଳ ହେଲା CE-20 କ୍ରାୟୋଜେନିକ ଇଞ୍ଜିନର ପରୀକ୍ଷଣ - gaganyaan news

ଚନ୍ଦ୍ରଯାନ-3ର ସଫଳତା ପରେ ଏବେ ମହାକାଶକୁ ମଣିଷ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି ଇସ୍ରୋ ବୈଜ୍ଞାନିକ। ଏହାରି ଭିତରେ ମହେନ୍ଦ୍ରଗିରି ସ୍ପେସ୍ ରିସର୍ଚ୍ଚ ସେଣ୍ଟରରୁ CE-20 କ୍ରିଓଜେନିକ ଇଞ୍ଜିନର ପରୀକ୍ଷଣ ସଫଳ ହୋଇଛି। ଅଧିକ ପଢନ୍ତୁ

Gaganyaan Mission
କ୍ରିଓଜେନିକ ଇଞ୍ଜିନର ପରୀକ୍ଷଣ ସଫଳ
author img

By ETV Bharat Odisha Team

Published : Aug 31, 2023, 8:38 PM IST

Updated : Aug 31, 2023, 8:47 PM IST

ଚେନ୍ନାଇ: ଗଗନ ଯାନ ପାଇଁ ଇଞ୍ଜିନ ପରୀକ୍ଷଣ ସଫଳ ହୋଇଛି । ଚନ୍ଦ୍ରଯାନ-3ର ସଫଳତା ପରେ ଏବେ ମହାକାଶକୁ ମଣିଷ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି ଇସ୍ରୋ ବୈଜ୍ଞାନିକ । ଏଥିପାଇଁ ନେଲାଇଠାରେ ଗଗନ ଯାନର ଇଞ୍ଜିନ ପରୀକ୍ଷା କରାଯାଇଥିବାବେଳେ ତାହା ସଫଳ ହୋଇଛି । ତିରୁନେଲଭେଲି ଜିଲ୍ଲାର ମହେନ୍ଦ୍ରଗିରି ସ୍ପେସ୍ ରିସର୍ଚ୍ଚ ସେଣ୍ଟରରୁ ଉପଗ୍ରହକୁ ପଠାଯିବାକୁ ଥିବା କ୍ରିଓଜେନିକ ଇଞ୍ଜିନକୁ ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷଣ କରାଯାଇଥିଲା । ସେହି ପରକ୍ଷୀଣ ସଫଳ ହୋଇଥିବାବେଳେ ଏହି ଇଞ୍ଜିନ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ମତ ରଖିଛନ୍ତି ବୈଜ୍ଞାନିକ ।

Gaganyaan Mission
କ୍ରିଓଜେନିକ ଇଞ୍ଜିନର ପରୀକ୍ଷଣ ସଫଳ

ସୂଚନା ଅନୁସାରେ, ବୁଧବାର ମହେନ୍ଦ୍ରଗିରି ସ୍ପେସ୍ ରିସର୍ଚ୍ଚ ସେଣ୍ଟରରୁ CE-20 କ୍ରାୟୋଜେନିକ ଇଞ୍ଜିନର ପରୀକ୍ଷଣ କରାଯାଇଥିଲା । ଇସ୍ରୋ ବୈଜ୍ଞାନିକମାନଙ୍କ ସୂଚନା ଅନୁସାରେ, ଏହି କ୍ରାୟୋଜେନିକ ଇଞ୍ଜିନ 720 ସେକେଣ୍ଡ ଧରି ଚାଲିଥିବାବେଳେ ଏହାର ପରୀକ୍ଷଣ ସଫଳତା ପୂର୍ବକ ଶେଷ ହୋଇଛି । ତେଣୁ ଗଗନଯାନ ମିଶନରେ LVM 3 ରକେଟକୁ ଶକ୍ତି ଯୋଗାଇବ CE-20 କ୍ରାୟୋଜେନିକ୍ ଇଞ୍ଜିନ । ଏହି ସଫଳତା ଗଗନଯାନ ମିଶନ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା ବ୍ୟକ୍ତ ରଖିଛନ୍ତି ଇସ୍ରୋ ବୈଜ୍ଞାନିକ।

ଏହା ବି ପଢନ୍ତୁ...Aditya-L1 Mission: ‘ସେପ୍ଟେମ୍ବରରେ ଇସ୍ରୋର ମିଶନ ସୂର୍ଯ୍ୟ, ସରିଛି ପ୍ରସ୍ତୁତି’

ଗଗନ ଯାନ ମିଶନରେ ଏକ ୨ ମିଟର ଉଚ୍ଚ ଲ୍ୟାଣ୍ଡର ରହିଛି, ଯାହା ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରି ସେଠାରେ ଏକ ରୋଭରକୁ ନିୟୋଜିତ କରିବ । ଆଉ ରୋଭର ପ୍ରାୟ ଦୁଇ ସପ୍ତାହ ଧରି ଚାଲିବ ଏବଂ ଅନେକ ପରୀକ୍ଷା ନିରୀକ୍ଷା କରିବ ବୋଲି ଆଶା କରାଯାଉଛି। ତେବେ LVM-3M4 ଦେଶର ପ୍ରଥମ ମାନବ ସ୍ପେଶ୍ ଫ୍ଲାଇଟ କାର୍ଯ୍ୟକ୍ରମ 'ଗଗନ ଯାନ'କୁ ଖୋରାକ ଯୋଗାଇଛି ।

ଏହା ବି ପଢନ୍ତୁ...Mission Sun: ସୂର୍ଯ୍ୟ ତାପମାତ୍ରା ତାରତମ୍ୟର ରହସ୍ୟ ଖୋଲିବ ଆଦିତ୍ୟ ଏଲ-1

ଗଗନ ଯାନରେ ମଧ୍ୟ LVM-3M4 ରକେଟର ବ୍ୟବହାର କରାଯାଇଛି । କାରଣ ଇସ୍ରୋ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, LVM-3M4କୁ ବ୍ୟବହାରରେ ଏପର୍ଯ୍ୟନ୍ତ 7ଟି ମିଶନ ସଫଳତା ପାଇସାରିଛି । ତେଣୁ ନିର୍ଦ୍ବନ୍ଦ୍ବରେ ଏହାକୁ ବ୍ୟବହାର କରି ଗଗନ ଯାନ ମିଶନ ଆରମ୍ଭ କରିବା ନେଇ ପ୍ରକାଶ କରିଛନ୍ତି ବୈଜ୍ଞାନିକ । ଅନ୍ୟପଟେ CE-20 କ୍ରିଓଜେନିକ ଇଞ୍ଜିନର ପରୀକ୍ଷଣ ସଫଳ ହେବା ପରେ ଏହାକୁ ଗଗନଯାନ ମିଶନରେ LVM 3 ରକେଟରେ ବ୍ୟବହାର କରାଯିବ ବୋଲି କୁହାଯାଉଛି । ସୂଚନା ଅନୁସାରେ, ଗଗନ ଯାନ ମିଶନର ନେତୃତ୍ବ ବାୟୁସେନାକୁ ଦିଆଯାଇଛି । ତେବେ ପରୀକ୍ଷଣ ପାଇଁ 4ଜଣ ଟ୍ରେନି ମହାକାଶଚାରୀଙ୍କୁ ଚୟନ କରାଯାଇ ବେଙ୍ଗାଲୁରୁରେ ସେମାନଙ୍କୁ ଟ୍ରେନିଂ ଦିଆଯାଉଛି ।

Last Updated : Aug 31, 2023, 8:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.