ETV Bharat / bharat

ନୀତିନ ଗଡକରୀଙ୍କୁ UNMUTE ହେବାକୁ ପଡିବ: ଚିଦାମ୍ବରମ

କ୍ୟାବିନେଟ ସମ୍ପ୍ରସାରଣ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ କଂଗ୍ରେସ ନେତା ପି. ଚିଦାମ୍ବରମ କହିଛନ୍ତି କିଏ ମନ୍ତ୍ରୀ ହେଲା ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । ଆବଶ୍ୟକସ୍ଥଳେ ନୀତିନ ଗଡକରିଙ୍କୁ ଅନମ୍ୟୁଟ ହେବାକୁ ପଡିବ । ଅଧିକ ପଢନ୍ତୁ...

author img

By

Published : Jul 14, 2021, 2:21 PM IST

କଂଗ୍ରେସ ନେତା ପି. ଚିଦାମ୍ବରମ
କଂଗ୍ରେସ ନେତା ପି. ଚିଦାମ୍ବରମ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ପି. ଚିଦାମ୍ବରମ । ଗତକାଲି ଚିଦାମ୍ବରମ କହିଛନ୍ତି ସରକାରଙ୍କ ସମସ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନେଇଥାନ୍ତି । ତେଣୁ କିଏ କେନ୍ଦ୍ରମନ୍ତ୍ରୀ ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ । ମୁଁ ଭାବୁଛି କେବଳ ନୀତିନ ଗଡକରି ହିଁ କେବେ କେବେ ସ୍ବର ଉତ୍ତୋଳନ କରିଥାନ୍ତି ମାତ୍ର ବର୍ତ୍ତମାନ ସେ ନିଜକୁ ମ୍ୟୁଟ କରି ଦେଇଛନ୍ତି । ତାଙ୍କୁ ନିଜକୁ ଅନମ୍ୟୁଟ କରିବାର ଆବଶ୍ୟକତା ରହିଛି । କ୍ୟାବିନେଟ ସମ୍ପ୍ରସାରଣ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇଛନ୍ତି କଂଗ୍ରେସ ନେତା ପି. ଚିଦାମ୍ବରମ ।

ଚିଦାମ୍ବରମ ଆହୁରି କହିଛନ୍ତି ଦେଶବାସୀ ଜାଣିଛନ୍ତି ଦେଶର ସବୁ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନିଅନ୍ତି । ତେଣୁ କିଏ ଅର୍ଥମନ୍ତ୍ରୀ ଥିଲା କିଏ ହେଲା ତାହା କିଛି ଫରକ ପଡେ ନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ ଚିଦାମ୍ବରମ କହିଛନ୍ତି ଯେ ସେ ହିଁ ଅର୍ଥମନ୍ତ୍ରୀ, ସେ ହିଁ ପ୍ରତିରକ୍ଷା ମନ୍ତ୍ରୀ, ସେ ହିଁ ବୈଦେଶିକ ବ୍ୟାପାର ମନ୍ତ୍ରୀ, ସେ କ୍ରୀଡ଼ାମନ୍ତ୍ରୀ, ସେ ସବୁକିଛି । ତେଣୁ କିଏ ନୂଆ ମନ୍ତ୍ରୀ ହେଲା ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ ।

ଗଡକରୀଙ୍କୁ ନେଇ ଦେଇଥିବା ମତ ଉପରେ ଚିଦାମ୍ବରମ କହିଛନ୍ତି ସେ କ୍ୟାବିନେଟରେ ନିଜର ମତ ରଖିବା କଥା । ତାଙ୍କ ମାଇକ୍ରୋଫୋନର ସାଉଣ୍ଡ ବଢାଇବାକୁ ପଡିବ । ହେଲେ ବର୍ତ୍ତମାନ ସମସ୍ତେ ମ୍ୟୁଟ ହୋଇଯାଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.