ETV Bharat / bharat

ଭାରତରେ ସହଜରେ ମିଳେ ଡ୍ରାଇଭିଂ ଲାଇସେନ୍ସ: ନୀତିନ ଗଡକରୀ - ସଂସଦରେ ନୀତିନ ଗଡକରୀଙ୍କ ବିବୃତ୍ତି

ସଡ଼କ ଭିତ୍ତିଭୂମି ସୁଦୃଢ ହେଲେ ଦେଶରେ ରୋଜଗାରର ସୁଯୋଗ ବୃଦ୍ଧି ପାଇବ ବୋଲି କହିଛନ୍ତି। ଏହାରି ଭିତରେ ବିନା ଟେଷ୍ଟରେ ଡ୍ରାଇଭିଂ ଲାଇଲେନ୍ସ ପାଇବା ଉପରେ କହିଛନ୍ତି କେନ୍ଦ୍ର ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ । ଅଧିକ ପଢନ୍ତୁ

କେନ୍ଦ୍ର ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ

author img

By

Published : Mar 23, 2022, 8:51 AM IST

ନୂଆଦିଲ୍ଲୀ: ସଂସଦରେ ନିତିନ ଗଡକରୀ ଦେଶର ଭବିଷ୍ୟତର ରୋଡମ୍ୟାପ୍ ଉପରେ ବିବୃତ୍ତି ରଖିଛନ୍ତି । ସଡ଼କ ଭିତ୍ତିଭୂମି ସୁଦୃଢ ହେଲେ ଦେଶରେ ରୋଜଗାରର ସୁଯୋଗ ବୃଦ୍ଧି ପାଇବ ବୋଲି କହିଛନ୍ତି। ଏହାରି ଭିତରେ ବିନା ଟେଷ୍ଟରେ ଡ୍ରାଇଭିଂ ଲାଇଲେନ୍ସ ପାଇବା ଉପରେ କହିଛନ୍ତି କେନ୍ଦ୍ର ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ । ସେ କହିଛନ୍ତି ଯେଉଁ ଦେଶରେ ସବୁଠୁ ସହଜରେ ଲାଇସେନ୍ସ ମିଳେ ସେ ଦେଶ ହେଉଛି ଭାରତ । ଯାହା ବିଶ୍ବରେ ଚର୍ଚ୍ଚା ହେଉଛି ।

ସେ ଆହୁରି କହିଛନ୍ତି ‘‘ପତ୍ରକାରମାନେ ଯେତେବେଳେ ପ୍ରଶ୍ନ ପଚାରନ୍ତି ତାଙ୍କୁ ପଚାରେ ଆପଣମାନଙ୍କ ଭିତରେ କେତେଜଣ ଆରଟିଓ ଅଫିସ ଯାଇ ଡ୍ରାଇଭିଂ ଟେଷ୍ଟ ଦେଇ ଲାଇସେନ୍ସ ଆଣିଛ । ଗୃହରେ ମଧ୍ୟ ତାଙ୍କ ପ୍ରଶ୍ନ ଶୁଣି ସମସ୍ତେ ସ୍ମିତ ହାସ୍ୟ ଦେଇଥିଲେ । ନୀତିନ କହିଥିଲେ ମୁଁ ଆପଣଙ୍କୁ ଏ ପ୍ରଶ୍ନ ପଚାରିବି ନାହିଁ । ସମସ୍ତଙ୍କୁ କହିବି ନିଜ ନିଜ ଡ୍ରାଇଭରଙ୍କର ଭଲରେ ଆଖି ପରୀକ୍ଷା କରାଇ ନିଅନ୍ତୁ ’’।

ଏହା ବି ପଢନୁ...୨୦୨୪ ସୁଦ୍ଧା ଆମେରିକା ରାସ୍ତା ପରି ହେବ ଭାରତର ସଡକ, ପେଟ୍ରୋଲ ଯାନ ଦାମରେ ମିଳିବ ବୈଦ୍ୟୁତିକ ଯାନ

ବିଶ୍ବରେ ଚର୍ଚ୍ଚା ହେଉଛି ଯେ, ଯେଉଁ ଦେଶରେ ସବୁଠୁ ସହଜରେ ଲାଇସେନ୍ସ ମିଳେ ସେ ଦେଶ ହେଉଛି ଭାରତ । ଆମ ଏ ଲାଇସେନ୍ସକୁ ସେମାନେ ମାନନ୍ତି ନାହିଁ । ତେଣୁ ସମସ୍ତ ରାଜ୍ୟ ସରକାରଙ୍କୁ ଏ ବିଷୟରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ନୀତିନ ଗଡକରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.