ETV Bharat / bharat

G20 Summit 2023: ବିଶ୍ବନେତାଙ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀର ଭାରତ ମଣ୍ଡପମ ଠାରେ ଆରମ୍ଭ ହୋଇଯାଇଛି ଜି-୨୦ ମହାକୁମ୍ଭ । ସମ୍ମିଳନୀ ଆରମ୍ଭ ପୂର୍ବରୁ ମରକ୍କୋ ଭୂମିକମ୍ପ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ଜି-୨୦ ମହାକୁମ୍ଭ ଆରମ୍ଭ
ଜି-୨୦ ମହାକୁମ୍ଭ ଆରମ୍ଭ
author img

By ETV Bharat Odisha Team

Published : Sep 9, 2023, 11:29 AM IST

Updated : Sep 9, 2023, 4:52 PM IST

ଜି-୨୦ ମହାକୁମ୍ଭ ଆରମ୍ଭ, ବିଶ୍ବନେତାଙ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଭାରତର ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ଜି-୨୦ ମହାକୁମ୍ଭ । ସମ୍ମିଳନୀରେ ଯୋଗ ଦେବାକୁ ଜଣକ ପରେ ଜଣେ ବିଶ୍ବନେତା ସୁସଜ୍ଜିତ ଭାରତ ମଣ୍ଡପମରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀ ସ୍ଥଳରେ ଉପସ୍ଥିତ ରହି ବିଦେଶୀ ଅତିଥିମାନଙ୍କୁ ପାଛୋଟି ନେଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଆରମ୍ଭ କରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ପର୍ଯ୍ୟନ୍ତ ସମସ୍ତେ ସମ୍ମିଳନୀ କକ୍ଷରେ ଉପସ୍ଥିତ ହୋଇଛନ୍ତି । ଏହାରି ସହିତ ଜି-୨୦ର ସମ୍ମିଳନୀର ପ୍ରଥମ ସେସନ ଆରମ୍ଭ ହୋଇଛି । ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ମରକ୍କୋ ଭୂମିକମ୍ପ ବିଷୟରେ କହିଛନ୍ତି ।

ଏହାବି ପଢନ୍ତୁ- G20 Summit: ସୁନକଙ୍କ ସହ ମୋଦିଙ୍କ ଦ୍ବିପାକ୍ଷିକ ଆଲୋଚନା

  • Honoured to welcome the African Union as a permanent member of the G20 Family. This will strengthen the G20 and also strengthen the voice of the Global South. pic.twitter.com/fQQvNEA17o

    — Narendra Modi (@narendramodi) September 9, 2023 " class="align-text-top noRightClick twitterSection" data=" ">

ମରକ୍କୋ ଭୂକମ୍ପରେ ଦୁଃଖ ପ୍ରକାଶ: ସମ୍ମିଳନୀ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମରକ୍କୋ ଭୂମିକମ୍ପ ଅଘଟଣରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଭୂମିକମ୍ପ ଜନିତ ମୃତାହତ ନେଇ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଭୂକମ୍ପ କ୍ଷତିଗ୍ରସ୍ତ ମରକ୍କୋ ସହ ପୁରା ବିଶ୍ବ ଅଛି । ଏହି ଦୁଃଖଦ ସମୟରେ ମରକ୍କୋକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହାବି ପଢନ୍ତୁ- Special gift for G20 guest: ବିଦେଶୀ ଅତିଥିଙ୍କ ଲାଗି ସ୍ବତନ୍ତ୍ର ଉପହାର, ବୁନ୍ଦେଲଖଣ୍ଡରୁ ଆସିଲା ପିତ୍ତଳ ପଦ୍ମ

  • Spoke at Session 1 of the G20 Summit on the subject of One Earth. Highlighted the need to further human centric development, which is also something Indian culture has always emphasised on.

    It is with a spirit of One Earth that India has worked on initiatives such as LiFE… pic.twitter.com/lVB2OoBioI

ସବ୍‌କା ସାଥ୍ ସବ୍‌କା ବିକାଶକୁ ଗୁରୁତ୍ବ: ସ୍ବାଗତ ସମ୍ବୋଧନରେ ପ୍ରଧାନମନ୍ତ୍ରୀ 'ସବ୍‌କା ସାଥ୍ ସବକା ବିକାଶ' ଉପରେ ଗୁରୁତ୍ବାରୋପ କରିଛନ୍ତି । ବିଶ୍ବରେ ଏବେ ବିଶ୍ବାସର ନୂଆ ସଙ୍କଟ ଦେଖାଦେଇଛି । ସମସ୍ତେ ଏକାଠି ହେଲେ ସବୁ ସଙ୍କଟକୁ ଦୂର କରାଯାଇପାରିବ । ବର୍ତ୍ତମାନ ସମସ୍ତଙ୍କୁ ସାଥିରେ ନେଇ ଚାଲିବାର ସମୟ । ସେଥିପାଇଁ ସବକା ସାଥ୍, ସବକା ବିକାସ, ସବକା ବିଶ୍ବାସ ଓ ସବକା ପ୍ରୟାସର ମନ୍ତ୍ର ସଭିଙ୍କ ପାଇଁ ପଥ ପ୍ରଦର୍ଶକ ହୋଇପାରିବ ବୋଲି ମୋଦି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: G20 Summit: ମୋଦି ବାଇଡେନ ଦ୍ବିପାକ୍ଷିକ ବୈଠକ, ଏକାଧିକ ପ୍ରସଙ୍ଗରେ ଆଲୋଚନା

ଜି-୨୦ ସମ୍ମିଳନୀ ସ୍ଥଳକୁ ବିଶ୍ବ ନେତୃବୃନ୍ଦମାନଙ୍କୁ ସ୍ବାଗତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ସକାଳେ ଭାରତ ମଣ୍ଡପମ ଠାରେ ପହଞ୍ଚିଥିଲେ । ଏହାପରେ ଜଣକ ପରେ ଜଣେ ଜି-୨୦ ଅତିଥିମାନେ ସେଠାରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ସମସ୍ତ ଅତିଥିମାନଙ୍କ ସହ ହାତ ମିଳାଇ ଭିତରକୁ ସ୍ବାଗତ କରିଥିଲେ । ପ୍ରଥମେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ପରିଚାଳନା ନିର୍ଦ୍ଦେଶିକା ସମ୍ମିଳନୀ ସ୍ଥଳରେ ପହଞ୍ଚିଥିଲେ । ଏହାପଛକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରଗତି ମୈଦାନକୁ ଆସିଥିଲେ । ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷ ସୁନକ, ତୁର୍କୀ ରାଷ୍ଟ୍ରପତି ତଇପ୍ ଏର୍ଡୋଗାନ, ବ୍ରାଜିଲ ରାଷ୍ଟ୍ରପତି ପ୍ରମୁଖ ପହଞ୍ଚିଥିଲେ । ତେବେ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ମୋଦି କରମର୍ଦ୍ଧନ କରି ସ୍ବାଗତ କରିଥିଲେ ।

Last Updated : Sep 9, 2023, 4:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.