ନୂଆଦିଲ୍ଲୀ: ଇଣ୍ଡୋନେସିଆ ବାଲିରେ ଆୟୋଜିତ17ତମ ଜି-20 ସମ୍ମିଳନୀ ଉଦଜାପିତ ହୋଇଛି । ଉଦଜାପନୀ ସମାରୋହରେ ଇଣ୍ଡୋନେସିଆ ଠାରୁ ଅଧ୍ୟକ୍ଷତା ଭାର ଗ୍ରହଣ କରି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରି ସାରିଛନ୍ତି । ତେବେ କାର୍ଯ୍ୟକ୍ରମ ଶେଷରେ ବିଶ୍ବନେତା ତଥା ସମ୍ମିଳନୀର ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ସୌଜନ୍ୟମୂଳକ ଉପହାର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତୀୟ କଳା, ସଂସ୍କୃତି ଓ କାରିଗରୀର ପ୍ରତୀକ ଭାବେ ଏକାଧିକ ପାରମ୍ପାରିକ ସାମଗ୍ରୀ ଉପହାର ଭାବେ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି (PM Modi presents Gifts to world leaders )।
ବିଶ୍ବନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପାରମ୍ପାରିକ ଉପହାର । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ରାଧାକ୍ରିଷ୍ଣଙ୍କର ଏକ ପଟ୍ଟଚିତ୍ର ଉପହାର ସ୍ବରୁପ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାକୁ ସ୍ବତନ୍ତ୍ର ଭାବେ ପଟ୍ଟଚିତ୍ରରେ ଅଙ୍କାଯାଇଛି । ଏହାକୁ ପାରମ୍ପାରିକ ଭାଷା ତଥା ଭାରତୀୟ ସଂସ୍କୃତିରେ ପ୍ରଭୁୁ ଶ୍ରୀକୃଷ୍ଣ ଓ ରାଧାଙ୍କର ‘ଶ୍ରୀଙ୍ଗାରରସ’ ମୁଦ୍ରା ବୋଲି ମଧ୍ୟ କୁହାଯାଏ । ଯାହାକି ହିମାଚଳ ପ୍ରଦେଶର ଜଣେ ପାରମ୍ପାରିକ ଶିଳ୍ପୀଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି ।
ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ଋଷି ସୁନକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲିରେ ପରସ୍ପର ସହ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସୁନକଙ୍କୁ ମା’ ଦୁର୍ଗାଙ୍କର ଏକ ପଟ୍ଟଚିତ୍ର ଉପହାର ସ୍ବରୂପ ପ୍ରଦାନ କରିଛନ୍ତି । ଯାହା ମୂଳତଃ ଗୁଜୁରାଟରେ ମା’ ଦୁର୍ଗାଙ୍କୁ ଉପାସନା କରାଯାଉଥିବା ଏକ ସ୍ବରୂପ ।
ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବାନ୍ସେଙ୍କୁ (Anthony Albanese) ଏକ ଆଦିବାସୀ ଲୋକକଳାର ପଟ୍ଟଚିତ୍ର ପ୍ରଦାନ କରିଛନ୍ତି ମୋଦି । ଏହି ଆଦିବାସୀ ଲୋକକଳା ସମ୍ପର୍କିତ ପଟ୍ଟଚିତ୍ରଟି ଗୁଜୁରାଟର ଜଣେ ପାରମ୍ପାରିକ କଳାକାରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିଲା । ଇଟଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ମଧ୍ୟ ଭାରତୀୟ ବନୟ ଶିଳ୍ପର ଏକ ସ୍କାର୍ଫ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଉତ୍ତର-ଗୁରୁରାଟର ଏକ ପାରମ୍ପାରିକ ବୟନ ଶିଳ୍ପୀ ପରିବାର ଦ୍ବାରା ଏହା ପ୍ରସ୍ତୁତ ହୋଇଥିଲା । ସେହିପରି ଆୟୋଜକ ରାଷ୍ଟ୍ରର ରାଷ୍ଟ୍ରପତି ଜୋକୋ ଓ୍ବିଡୋଡେଙ୍କୁ ଏକ ରୌପ୍ୟର କାରୁକାର୍ଯ୍ୟ ସମ୍ପନ୍ନ ପାତ୍ର ଉପହାପ ସ୍ବରୂପ ପ୍ରଦାନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ