ETV Bharat / bharat

G20 Summit: ଦେଶକୁ ଫେରିବେ ପଳାତକ ! ଜି20 ରାଷ୍ଟ୍ରମୁଖ୍ୟ ସମ୍ମିଳନୀରେ ଉଠିବ ପ୍ରସଙ୍ଗ

author img

By ETV Bharat Odisha Team

Published : Sep 7, 2023, 5:18 PM IST

ଜି-20 ସମ୍ମିଳନୀରେ ଉଠିବ ଅର୍ଥନୈତିକ ପଳାତକଙ୍କ ପ୍ରସଙ୍ଗ । ରାଷ୍ଟ୍ରମୁଖ୍ୟ ସମ୍ମିଳନୀରେ ପ୍ରତ୍ୟାର୍ପଣ ପ୍ରସଙ୍ଗ ନେଇ 9 ସୂତ୍ରୀ ଏଜେଣ୍ଡା ରଖିବ ନୂଆଦିଲ୍ଲୀ । ଅଧିକ ପଢନ୍ତୁ

ଅର୍ଥନୈତିକ ପଳାତକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇବ ଭାରତ !

ନୂଆଦିଲ୍ଲୀ: ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଜି20 ସମ୍ମିଳନୀର ଅନ୍ତିମ କାର୍ଯ୍ୟକ୍ରମ ଚଳିତ 9 ଓ 10 ତାରିଖରେ ଦିଲ୍ଲୀରେ ହେବାକୁ ଯାଉଛି । ଏଥିରେ ବିଶ୍ବର ବହୁ ପ୍ରମୁଖ ରାଷ୍ଟ୍ରର ମୁଖ୍ୟମାନେ ଅଂଶଗ୍ରହଣ କରୁଛନ୍ତି । ଏହି ଶିଖର ସମ୍ମିଳନୀରେ ଭାରତ କେଉଁ ସବୁ ପ୍ରସଙ୍ଗ ଉଠାଇବ ତା ଉପରେ ଦେଶର ନଜର ରହିଛି । ଏହାରି ମଧ୍ୟରେ ହଜାର ହଜାର କୋଟି ଟଙ୍କା ଠକେଇ କରି ଅନ୍ୟ ଦେଶକୁ ପଳାୟନ କରିଥିବା ପଳାତକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇବ ନୂଆଦିଲ୍ଲୀ । ପଳାୟନ କରି ଅନ୍ୟ ଦେଶରେ ନାଗରିକତା ନେଇ ରହୁଥିବା ଅର୍ଥନୈତିକ ପଳାତକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପ୍ରତ୍ୟାର୍ପଣ ପ୍ରକ୍ରିୟା ନେଇ ଏକ 9ସୂତ୍ରୀ ପ୍ରସ୍ତାବ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି ।

ସରକାରୀ ସୂତ୍ରରୁ ଇଟିଭି ଭାରତକୁ ମିଳିଥିବା ସୂଚନା ଅନୁସାରେ, ଦେଶର ବିଭିନ୍ନ ବ୍ୟାଙ୍କରୁ ହଜାର ହଜାର କୋଟି ଚଙ୍କା ଋଣ, ଟାକ୍ସ ଠକେଇ ପରି ମାମଲାରେ ଛନ୍ଦି ହେବା ପରେ ଦେଶ ଛାଡ଼ି ପଳାଇଥିବା ଅର୍ଥନୈତିକ ପଳାତକ ବିଜୟ ମାଲ୍ୟା, ହୀରା ବ୍ୟବସାୟୀ ନିରବ ମୋଦି, ଜୁନେଦ ଇକ୍‌ବାଲ୍‌ ମେମନ୍‌, ଅଭିଜିତ ଅସୋମ ପ୍ରମୁଖଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇବ ନୂଆଦିଲ୍ଲୀ । ଏହି ପଳାତକମାନେ ଭାରତ ଛାଡ଼ି ପଳାୟନ କରିବା ପରେ ବିଭିନ୍ନ ଦେଶରେ ନାଗରିକତା ଗ୍ରହଣ କରି ରହିଛନ୍ତି । ସେମାନଙ୍କୁ ଭାରତ ପ୍ରତ୍ୟାର୍ପଣ କରିବା ପ୍ରକ୍ରିୟା ଏତେଟା ସହଜ ହେଉନାହିଁ । ଏହି ପ୍ରସଙ୍ଗରେ ଭାରତ ସରକାର ସେଠାକାର କୋର୍ଟରେ ମଧ୍ୟ ମାମଲା ଲଢୁଛନ୍ତି । ଏହି ପ୍ରସଙ୍ଗରେ ଏକ 9ସୂତ୍ରୀ ଏଜେଣ୍ଡା ଜି-20 ରାଷ୍ଟ୍ରମୁଖ୍ୟ ସମ୍ମିଳନୀରେ ନୂଆଦିଲ୍ଲୀ ପକ୍ଷରୁ ଉପସ୍ଥାପନ କରାଯାଇପାରେ ।

ଏହା ମଧ୍ୟ ପଢନ୍ତୁ :-G20 Summit: ଆଜି ନୁହେଁ କାଲି ଭାରତ ଆସିବେ ବାଇଡେନ, ସୁରକ୍ଷା ବ୍ୟବସ୍ଥା କଡାକଡି

ବିଭିନ୍ନ ଜାତୀୟ ତଦନ୍ତକାରୀ ସଂସ୍ଥା ପଳାତକ ଅର୍ଥନୈତିକ ଅପରାଧ ଅଧିନିୟମ, 2018 (FEOA) ଅନୁଯାୟୀ 19 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି 19 ଅଭିଯୁକ୍ତଙ୍କ ମଧ୍ୟରେ ବିଜୟ ମାଲ୍ୟା, ନିରବ ମୋଦୀ, ନିତିନ ଜୟନ୍ତୀଲାଲ, ଚେତନ ଜୟନ୍ତୀଲାଲ, ଦୀପ୍ତି ଚେତନ ଜୟନ୍ତୀଲାଲ, ହିତେଶ କୁମାର ନରେନ୍ଦ୍ରଭାଇ ପଟେଲ, ଜୁନେଦ ଇକବାଲ ମେମନ, ହଜ୍ରା ଇକବାଲ ମେମନ ପ୍ରମୁଖ ରହିଛନ୍ତି । ଏହି ପଳାତକମାନେ ଏବେ ବିଭିନ୍ନ ଦେଶରେ ନାଗରିକତା ଗ୍ରହଣ କରି ରହିଛନ୍ତି । ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ, ଭାରତରେ ବର୍ତ୍ତମାନ 48ଟି ଦେଶ ସହିତ ପ୍ରତ୍ୟାର୍ପଣ ଚୁକ୍ତି ସ୍ବାକ୍ଷରିତ କରିଛି । ସେହିପରି ଏଥିମଧ୍ୟରୁ 12ଟି ଦେଶ ସହ ପ୍ରତ୍ୟାର୍ପଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.