ETV Bharat / bharat

Mann Ki Baat: 'ଭାରତୀୟଙ୍କ ଖୁସିକୁ ଦ୍ବିଗୁଣିତ କରିଛି ଜି 20 ସମ୍ମିଳନୀ' - ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ

105ତମ ମନ୍ କି ବାତରେ ଦେଶବାସୀଙ୍କୁ ସମ୍ଭୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି20 ଶିଖର ସମ୍ମିଳନୀର ସଫଳତା ସହ ପର୍ଯ୍ୟଟନ ଦିବସ ବିଷୟରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

Mann Ki Baat
pm modi at mann Ki baat
author img

By ETV Bharat Odisha Team

Published : Sep 24, 2023, 12:18 PM IST

Updated : Sep 24, 2023, 12:48 PM IST

ନୂଆଦିଲ୍ଲୀ: ଦେଶର ସଫଳତା ସହ ଦେଶବାସୀଙ୍କ ସଫଳତା ଓ ସେମାନଙ୍କ ପ୍ରେରଣାଦାୟୀ ଯାତ୍ରାକୁ ନେଇ 105ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ଡି ଓ ଜି20 ସଫଳତାକୁ ନେଇ ଅଧିକ ଚିଠି ଆସିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଜି 20ର ସଫଳ ଆୟୋଜନ ଭାରତୀୟଙ୍କ ଖୁସିକୁ ଦ୍ବିଗୁଣିତ କରିଛି । ପର୍ଯ୍ୟଟନକୁ ନେଇ ଭାରତ ପ୍ରତି ଆକର୍ଷଣ ବଢ଼ିଛି । ଭାରତୀୟ ସଂସ୍କୃତି ଓ ସଙ୍ଗୀତ ଏବେ ବିଶ୍ବସ୍ତରୀୟ ହୋଇଛି । ଇଣ୍ଡିଆ ମିଡିଲ ଇଷ୍ଟ ୟୁରୋପ କରିଡର ହେବ । ଆଜାଦୀ କା ଅମୃତକାଳ ଦେଶର ପ୍ରତି ନାଗରିକଙ୍କ ପାଇଁ କର୍ତ୍ତବ୍ୟ କାଳ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

26ରୁ ଜି-20 ୟୁନିଭର୍ସିଟି କନେକ୍ଟ କାର୍ଯ୍ୟକ୍ରମ: ଦିଲ୍ଲୀରେ ଆୟୋଜିତ ଜି 20 ଶିଖର ସମ୍ମିଳୀନର ସଫଳ ଆୟୋଜନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଜି 20 ସମ୍ମିଳନୀର ଜବରଦସ୍ତ ଆୟୋଜନ ପ୍ରତି ଭାରତୀୟଙ୍କ ଖୁସିକୁ ଦ୍ବିଗୁଣିତ କରିଛି । ଭାରତ ମଣ୍ଡପମ ଏକ ସେଲିବ୍ରିଟି ଭଳି ହୋଇଛି ଲୋକ ଭାରତ ମଣ୍ଡପମ ସହ ସେଲଫି ନେଇଛନ୍ତି । ଏହି ସମ୍ମିଳନୀରେ ଆଫ୍ରିକା ୟୁନିୟନ ଜି20ରେ ସ୍ଥାୟୀ ସଦସ୍ୟ ହୋଇଛି । ଇଣ୍ଡିଆ ମିଡିଲ ଇଷ୍ଟ ୟୁରୋପ କରିଡର ହେବାକୁ ଯାଉଛି । ଏହା ଆଗାମୀ 100ବର୍ଷ ଯାଏ ବିଶ୍ବ ବ୍ୟାପାର ଆଧାର ହେବାକୁ ଯାଉଛି । ସିଲ୍‌କ୍‌ ରୁଟ୍‌ ଭଳି ଇକୋନୋମିକ କରିଡର ହେବ । ଏହାର ସୂତ୍ରପାତ ଭାରତ ମାଟିରେ ହେଉଛି । ଆସନ୍ତା 26ରୁ ନୂଆଦିଲ୍ଲୀର ଜି-20 ୟୁନିଭର୍ସିଟି କନେକ୍ଟ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରେ ଦେଶର ଲକ୍ଷ ଲକ୍ଷ ୟୁନିଭର୍ସିଟି ଛାତ୍ର ଯୋଡ଼ି ହେବେ । ଦେଶର ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଚନ୍ଦ୍ରଯାନ-3 ମହାକୁଇଜରେ ଭାଗ ନେବାକୁ ଆହ୍ବାନ: ସେହିପରି ଚନ୍ଦ୍ରଯାନ 3ର ସଫଳତା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, '' ଚନ୍ଦ୍ରଯାନ 3ର ସଫଳ ଲ୍ୟାଣ୍ଡିର ଦୃଶ୍ୟ କୋଟି କୋଟି ଲୋକ ଏହାକୁ ଦେଖିଛନ୍ତି । 80 ହାଜରରୁ ଅଧିକ ଲୋକ ଇସ୍ରୋର ୟୁଟ୍ୟୁବ ଲାଇଭ ଚ୍ୟାନେଲରେ ଏହାକୁ ଦେଖିଛନ୍ତି । ଏଥିରୁ ଜଣାପଡୁଛି ଚନ୍ଦ୍ରଯାନ-3 ସହିତ କୋଟି କୋଟି ଲୋକଙ୍କ ଦୃଦୟ ଯୋଡି ହୋଇଛି । ଚନ୍ଦ୍ରଯାନ 3ର ସଫଳତା ପରେ ଏକ କୁଇଜ ପ୍ରତିଯୋଗିତା ଆରମ୍ଭ ହୋଇଛି ଯାହାର ନାମ ରହିଛି ଚନ୍ଦ୍ରଯାନ-3 ମହାକୁଇଜ୍‌ । ଏଥିରେ ଏବେ ସୁଦ୍ଧା 15 ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି ଯାହା ସର୍ବାଧିକ । ଆଗାମୀ ଦିନରେ ଏହି ପ୍ରତିଯୋଗିତାରେ ଅଧିକୁ ଅଧିକ ଅଂଶ ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ...Mann ki Baat: ଚନ୍ଦ୍ରଯାନ 3ରେ ନାରୀଶକ୍ତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ସଂକଳ୍ପର ସୂର୍ଯ୍ୟ ଆଜି ଚାନ୍ଦରେ ଓହ୍ଲାଇଛି

ବାପୁଙ୍କୁ ବିଶ୍ବନେତାଙ୍କ ଶ୍ରଦ୍ଧାଞ୍ଜଳି ଉଦାହରଣ: ଦିଲ୍ଲୀରେ ଜି 20 ସମ୍ମିଳନୀରେ ସେ ଦୃଶ୍ୟକୁ କିଏ ଭୁଲି ପାରିବ ନାହିଁ । ଏକାଧିକ ବିଶ୍ବନେତା ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଦେଇଥିଲେ । ଏହା ତାର ପ୍ରମାଣ ଯେ ଦୁନିଆରେ ବାପୁଙ୍କ ବିଚାରର ମଧ୍ୟ କେତେ ଯେ ପ୍ରାସଙ୍ଗିକତା ରହିଛି । ମହାତ୍ମା ଗାନ୍ଧୀ ଜୟନ୍ତୀରେ ସ୍ବଚ୍ଛତା ସମ୍ବଦ୍ଧରେ ଏକାଧିକ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ ସ୍ବଚ୍ଛତା ହିଁ ସେବା ଅଭିଯାନ ଜୋରସୋରରେ ଜାରି ରହିଛି । ଅକ୍ଟୋବର 1 ତାରିଖରେ ସ୍ବଚ୍ଛତା ଉପରେ ଏକ ବଡ ଆୟୋଜନ ହେବାକୁ ଯାଉଛି ଏଥିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ହେବ । ଏହା ସହିତ ଖାଦି ଜିନିଷ କଣିବାକୁ କହିଛନ୍ତି ।

ଆସନ୍ତା 27 ତାରିଖରେ ବିଶ୍ବ ପର୍ଯ୍ୟଟନ ଦିବସ । ପର୍ଯ୍ୟଟନକୁ ନେଇ ଭାରତ ପ୍ରତି ଆକର୍ଷଣ ବଢିଛି । ଭାରତୀୟ ସଂସ୍କୃତି ଓ ସଙ୍ଗୀତ ଏବେ ବିଶ୍ବସ୍ତରୀୟ ହୋଇଛି । ଜି20ରେ ସାମିଲ ବିଶ୍ବନେତା ଯେଉଁ ଅନୁଭୁତି ନେଇଛନ୍ତି ଏଥିରୁ ପର୍ଯ୍ୟଟନର ଅଧିକ ବିକାଶ ହେବ । ଭାରତରେ ଏବେ ବିଶ୍ବ ଐତିହାସିକ ସ୍ଥାନ 42ରେ ପହଞ୍ଚିଛି । ଭାରତୀୟ ସଂସ୍କୃତି ଓ ସଙ୍ଗୀତ ଏବେ ଗ୍ଲୋବଲ ହୋଇଛି । ଦିନକୁ ଦିନ ଲୋକପ୍ରିୟତା ବଢିଛି । ଜର୍ମାନୀର ଜଣେ 21 ବର୍ଷୀୟ ଝିଅ କେସମି ଭାରତୀୟ ସଂଙ୍ଗୀତ ଶିବଙ୍କର ଏକ ସଙ୍ଗୀତ ଗାନ କରୁଥିବା ବିଷୟରେ ଚର୍ଚ୍ଚା କରିଥିଲେ ପ୍ରଧାନମନ୍ତ୍ରୀ । ସେ ଭାରତ ନ ଆସି ମଧ୍ୟ କିପରି ଭାରତୀୟ ସଂଙ୍ଗୀତ ପ୍ରତି ଭଲ ପାଇବା ଦେଖାଇଛନ୍ତି ତାହା ବିଷୟରେ ଆଲୋଚନା କରିଛନ୍ତି ।

ଶିକ୍ଷାକୁ ସର୍ବଦା ସେବା ଭାବେ ଦେଖିବାକୁ ମିଳେ । ଉତ୍ତରାଖଣ୍ଡର କିଛି ଯୁବ ଗୋଷ୍ଠୀ ଏ ଦିଗରେ କାର୍ଯ୍ୟ କରୁଛନ୍ତି । ଏହି ଯୁଗ ଗୋଷ୍ଠୀ ଦୁର୍ଗମ ଅଞ୍ଚଳର ପିଲାମାନଙ୍କ ନିକଟରେ ଘୋଡା ଲାଇବ୍ରେରୀ ମାଧ୍ୟମରେ ବହି ପହଞ୍ଚାଉଛନ୍ତି । ଖାଲି ସେତିକି ନୁହେଁ ଏହି ସେବା ନିଶୁକ୍ଳ । ଏହା ଜାରିଆରେ ଉତ୍ତରାଖଣ୍ଡର ନୈନତାଲ ଜିଲ୍ଲାରେ 12 ଗାଁର ପିଲାମାନଙ୍କ ପାଖରେ ପୁସ୍ତକ ପହଞ୍ଚିଛି । ସେହିପରି ହାଇଦ୍ରାବାଦରେ ଲାଇବ୍ରେରୀ ସହ ଜଡିତ ଜଣେ 11 ବର୍ଷୀୟ ବାଳିକା ଆକର୍ଷଣା ସତୀସଙ୍କ କଥା ମନ୍ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ପିଲାଙ୍କ ପାଇଁ 7ଟି ଲାଇବ୍ରେରୀ ପରିଚାଳନା କରୁଛନ୍ତି । ଆକର୍ଷଣା ସତୀସଙ୍କ ଏହି କାର୍ଯ୍ୟ ପ୍ରେରଣା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Last Updated : Sep 24, 2023, 12:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.