ETV Bharat / bharat

G20ରେ ସଭାପତିତ୍ବ କରିବା ଭାରତ ପାଇଁ ସୁଯୋଗ: ପ୍ରଧାନମନ୍ତ୍ରୀ - ମନ୍ କି ବାତ୍

ମନ କି ବାତ କାର୍ଯ୍ୟକ୍ରମ 100ତମ ଅଧ୍ୟାୟ ପୂରଣ କରିବାକୁ ଯାଉଛି । ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ G20ରେ ସଭାପତିତ୍ବ କରିବା ଭାରତ ପାଇଁ ସୁଯୋଗ ବୋଲି ମୋଦି କହିଛନ୍ତି । ଅଧିକ ପଢନ୍ତୁ

Mann ki Baat
Mann ki Baat
author img

By

Published : Nov 27, 2022, 12:01 PM IST

Updated : Nov 27, 2022, 1:18 PM IST

ନୂଆଦିଲ୍ଲୀ: 95 ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ମନ କି ବାତ କାର୍ଯ୍ୟକ୍ରମରେ ପ୍ରଥମରୁ G20 ସମ୍ମିଳନୀ କଥା କହିଛନ୍ତି ବୋଲି । ଆଗକୁ ଭାରତ ଜି20 ସମ୍ମିଳନୀର ସଭାପତିତ୍ବ କରିବାକୁ ଯାହାକୁ ନେଇ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଖୁବଶୀଘ୍ର ମନ କି ବାତ କାର୍ଯ୍ୟକ୍ରମ 100ତମ ଅଧ୍ୟାୟ ପୂରଣ କରିବାକୁ ଯାଉଛି ବୋଲି ସେ କହିଛନ୍ତି ।

  • G20 presidency is an opportunity for us. We have to focus on global good, be it peace, unity or sustainable development, India has the solution to challenges related to these things. We have given the theme of 'One Earth, One Family, One Future': PM Modi, Mann ki Baat pic.twitter.com/BVYYnG9C93

    — ANI (@ANI) November 27, 2022 " class="align-text-top noRightClick twitterSection" data=" ">

ଜି20 ସମ୍ମିଳନୀ ନେଇ ଆସୁଛି ଚିଠି

ସେ କହିଛନ୍ତି ,"ବାଲିରେ ଆୟୋଜିତ 17ତମ ଜି20 ସମ୍ମିଳନୀରେ ଆୟୋଜକ ଇଣ୍ଡୋନେସିଆ ସମ୍ମିଳନୀର ଆସନ୍ତା ସଂସ୍କରଣ ପାଇଁ ଅଧ୍ୟକ୍ଷତା ଭାର ଭାରତକୁ ହସ୍ତାନ୍ତର କରିଛି (Indonesia hands over the presidency of G20)। ଏହା ଆମ ପାଇଁ କେତେ ଗର୍ବିତ ସେନେଇ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ମୋତେ ଚିଠି ଲେଖିଛନ୍ତି । G20 presidency ଆମ ପାଇଁ ଏକ ଗର୍ବର ବିଷୟ ଅଟେ । ଆମକୁ ବିଶ୍ବର ମଙ୍ଗଳ ଉପରେ ଧ୍ୟାନ ଦେବାକୁ ପଡିବ । ଶାନ୍ତି, ଏକତା ଏବଂ ନିରନ୍ତର ବିଶ୍ବାସ ରଖିବା ଉଚିତ୍‌ । ଯାହା ଫଳରେ ଆମ ସମସ୍ୟାର ସମାଧାନ ହୋଇପାରିବ । ଚଳିତ ଥରର ଥିମ ରହିଛି, ଆମେ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ'(One Earth, One Family, One Future)। "

ଏହା ମଧ୍ୟ ପଢନ୍ତୁ: ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ, ଆନ୍ଦୋଳନକୁ ଓହ୍ଲାଇଲା ପ୍ରାଥମିକ ଶିକ୍ଷକ ସଂଘ

8ଟି ନାନୋ ସାଟେଲାଇଟ୍ ଉତ୍‌କ୍ଷେପଣ କଥା କହିଲେ ମୋଦି

ଏହାସହ ମୋଦି 8ଟି ନାନୋ ସାଟେଲାଇଟ୍ ଉତ୍‌କ୍ଷେପଣର ସଫଳତା ଉପରେ ମଧ୍ୟ ପ୍ରତିପାଦନ କରିଛନ୍ତି । PSLV-C54/EOS-06 ମାଧ୍ୟମରେ ମହାକାଶକୁ ଓସନସ୍ୟାଟ-3 ସମେତ 8ଟି ନାନୋ ସାଟେଲାଇଟ୍ ଉତ୍‌କ୍ଷେପଣ କରାଯାଇଛି। ଏହି ସାଟେଲାଇଟ ଭାରତ ଏବଂ ଭୁଟାନ ଦ୍ବାରା ବିକଶିତ କରାଯାଇଛି । ଏଥିରୁ ଭାରତ ଏବଂ ଭୁଟାନ ମଧ୍ୟରେ ରହିଥିବା ସମ୍ପର୍କ ସ୍ପଷ୍ଟ ହେଇଛି ବୋଲି କହିଛନ୍ତି ମୋଦି ।

ମନ କି ବାତରେ ବିକ୍ରମ-ଏସର ସଫଳତା କଥା

ଏହାସହ ନଭେମ୍ବର 18 ତାରିଖରେ ଦେଶର ପ୍ରଥମ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ରକେଟ୍ 'ବିକ୍ରମ-ଏସ୍'ର ସଫଳ ପରୀକ୍ଷଣ କରାଯାଇଥିଲା।(India first private rocket Vikram-S launched successfully) । ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଲଞ୍ଚ୍ ପ୍ୟାଡରୁ ଦିନ 11:30ରେ ଏହି ପରୀକ୍ଷଣ କରାଯାଇଥିଲା । ଏହା ଆମର ଏକ ସଫଳତା ବୋଲି କହିଛନ୍ତି ମୋଦି।

ବାଦ୍ୟଯନ୍ତ୍ର ରପ୍ତାନି ବୃଦ୍ଧି ପାଇଛି

ଭାରତର ବାଦ୍ୟଯନ୍ତ୍ର ରପ୍ତାନି ବୃଦ୍ଧି ପାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବାଦ୍ୟ ଯନ୍ତ୍ର ରପ୍ତାନୀ ଗତ ବର୍ଷ ତୁଳନାରେ 3.5 ପ୍ରତିଶତ ବୃଦ୍ଧି ଘଟିଛି । ଭାରତ ଆମେରିକା, ଇଂଲଣ୍ଡ୍‌ ଏବଂ ଅନ୍ୟ ଦେଶଗୁଡ଼ିକୁ ବାଦ୍ୟଯନ୍ତ୍ର ରପ୍ତାନି କରୁଛି । ଭାରତୀୟ ସଙ୍ଗୀତ କେବଳ ଆମ ସଂସ୍କୃତିକୁ ସମୃଦ୍ଧ କରିଛି ।

ନାଗାଲାଣ୍ଡରେ ଭାରତୀୟ ସଂସ୍କୃତି

ଏହାସହ ଆଦିମ ପରମ୍ପରାର ଏକ ଭିଡିଓ ଦେଖାଇ ଏହାର ଆମର ଗର୍ବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ନାଗାଲାଣ୍ଡରେ ଭାରତୀୟ ସଂସ୍କୃତିକୁ ଦେଖି ଖୁସିବ୍ୟକ୍ତ କରିଥିଲେ । ତେଣୁ ଏହି ପ୍ରାଚୀନ ସଂସ୍କୃତି ଓ ପ୍ରଥାର ସଂରକ୍ଷଣ ମଧ୍ୟ ଆମର ଦାୟିତ୍ବ । ଏହାର ପ୍ରସାର ଓ ଅଗ୍ରଗତି ମଧ୍ୟ କରାଇବା ଉଚିତ ।

ଶିକ୍ଷାଦାନ କ୍ଷେତ୍ରରେ ହରଦୋଇର ଜତୀନ ଲଳିତ ସିଂଙ୍କୁ ପ୍ରଶଂସା

ଶିକ୍ଷାଦାନ ସବୁଠୁ ବଡ଼ କାର୍ଯ୍ୟ ବୋଲି କହି ପ୍ରଧାନମନ୍ତ୍ରୀ ହରଦୋଇର ଜତୀନ ଲଳିତ ସିଂଙ୍କୁ ପ୍ରଶଂସା କରିଛନ୍ତି । ଲକ୍ଷ୍ନୌରୁ 70-80 କିଲୋମିଟର ଦୂରରେ ରହିଛି ହରଦୋଇ । ଜତୀନ୍‌ ସିଂହ ସେଠାରେ ଯେଉଁ ପାଠାଗାରଟିଏ ଖୋଲିଛନ୍ତି ସେଇଠି ପିଲା ଖେଳି ଖେଳି ପାଠ ପଢୁଛନ୍ତି । ଯାହାକି ସମାଜର ହିତ ପାଇଁ ସବୁଠାରୁ ବଡ କାମ ।

ହିମାଚଳର ହେଲଥ ସେଣ୍ଟରକୁ ପ୍ରଶଂସା

ବିଶ୍ବର ଚିକିତ୍ସା ବିଜ୍ଞାନ ଗବେଷଣା ଓ ଉଦ୍ଭାବନ ବଳରେ ଅନେକ ପ୍ରଗତି କରିଥିଲେ ବି ଅନେକ ରୋଗର ଚିକିତ୍ସା ବାହାରି ପାରିନାହିଁ। ମାଂସପେଶୀ ଦୁର୍ବଳତା ଏପରି ଏକ ସମସ୍ୟା ଯାହା ପ୍ରତ୍ୟକ ବର୍ଗର ଲୋକଙ୍କ ପାଖରେ ଦେଖାଦେଇଥାଏ । ହିମାଚଳ ପ୍ରଦେଶର ମାନବ ମନ୍ଦିର ମାଂସପେଶୀ ଦୁର୍ବଳତାର ଚିକିତ୍ସା ଏବଂ ସେ ରୋଗ ବିଷୟରେ ସଚେତନତା ପ୍ରଚାର କରି ମହତ୍‌ କାର୍ଯ୍ୟ କରୁଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି ।

Last Updated : Nov 27, 2022, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.