ETV Bharat / bharat

G20 Meeting In Kashmir: 3 ଦଶନ୍ଧୀ ପରେ କୌଣସି ଅନ୍ତର୍ଜାତୀୟ ବୈଠକ ଆୟୋଜନ - ଧାରା 370 ଉଚ୍ଛେଦ ପରେ କଣ ହୋଇଛି

2014ରେ କେନ୍ଦ୍ରରେ ସରକାର ପରିବର୍ତ୍ତନ ସହ ଜାମ୍ମୁ କାଶ୍ମୀରର ଭାଗ୍ୟ ମଧ୍ୟ ପରିବର୍ତ୍ତନ ପାଇଁ ଭିତ୍ତି ପଡିଲା । ଦେଶର ଦାୟିତ୍ବ ନେଉ ନେଉ ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଥିଲେ, ଏବେ କାଶ୍ମୀରରେ ଆତଙ୍କ ରାଜ ନୁହେଁ ଗଣତନ୍ତ୍ରର ରାଜ ହେବ । ବିଛିନ୍ନତାବାଦୀଙ୍କ ଅତ୍ୟାଚାର ନୁହେଁ ବିକାଶର ଗାଡି ଚାଲିବ । ପଥର ମାଡ ବଦଳରେ କାଶ୍ମୀରର ବିକାଶରେ ପରିବର୍ତ୍ତନ ହେବ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 22, 2023, 11:01 PM IST

ଶ୍ରୀନଗର: ତିନି ଦଶନ୍ଧୀ ପରେ ଜାମ୍ମୁ କାଶ୍ମୀରରେ ଅନ୍ତର୍ଜାତୀୟ ବୈଠକ। ଶ୍ରୀନଗରରେ ଆରମ୍ଭ ହୋଇଛି G20 ପର୍ଯ୍ୟଟନ ଗୋଷ୍ଠୀର ୱାର୍କିଂ ଗ୍ରୁପ ବୈଠକ । ତମାମ ଅପପ୍ରଚାର,ଷଡଯନ୍ତ୍ରକୁ ପଣ୍ଡ କରି ଭାରତ ସରକାର ଏହି ବୈଠକ କରିବାକୁ ସଫଳ ହୋଇଛନ୍ତି । ଧରିତ୍ରୀର ଏହି ଜନ୍ନତରେ ଦିନ ଫୁଟୁଥିଲା ଗୁଳି । ବର୍ଷୁଥିଲା ବୋମା । ବିଛା ହେଉଥିଲା ଲ୍ୟାଣ୍ଡମାଇନ । ବିଦେଶୀତ ଦୂରର କଥା, ଦେଶମଧ୍ୟରୁ କେହି କାଶ୍ମୀର ଯିବାକୁ ଭୟ କରୁଥିଲେ । ହେଲେ ସମୟ ସହିତ ବଦଳଛି ସ୍ଥିତି । ଭାରତବର୍ଷର ମୁକୁଟରେ ଶୋଭା ପାଉଛି ତ୍ରିରଙ୍ଗା । ଗୁଳି ବଦଳରେ ଫୁଟୁଛି ଗୋଲାପ । ବୋମା ବଦଳରେ ବର୍ଷୁଛି ବିକାଶ । ଡାଲ ହ୍ରଦରେ ଆଉ ନାହିଁ ଡର । ସ୍ବଦେଶୀ ବିଦେଶୀ ଏବେ ସଭିଏଁ ମଜା ନେଉଛନ୍ତି ଏହି ଭୂସ୍ବର୍ଗର । ଏହା ଆଉ ପାଦେ ଆଗକୁ ଯାଇ ଆଜି ଆୟୋଜିତ ହେଉଛି ଅନ୍ତର୍ଜାତୀୟସ୍ତରର ବୈଠକ। ଭାରତ ସରକାରଙ୍କ ଦୃଢ ଇଛାଶକ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ପଷ୍ଟ ଲକ୍ଷ୍ୟ ବଳରେ ଆଜି ଏହା ସମ୍ଭବ ହୋଇଛି ବୋଲି ଚର୍ଚ୍ଚା ହେଉଛି ।

2014ରେ କେନ୍ଦ୍ରରେ ସରକାର ପରିବର୍ତ୍ତନ ସହ ଜାମ୍ମୁ କାଶ୍ମୀରର ଭାଗ୍ୟ ମଧ୍ୟ ପରିବର୍ତ୍ତନ ପାଇଁ ଭିତ୍ତି ପଡିଲା । ଦେଶର ଦାୟିତ୍ବ ନେଉ ନେଉ ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଥିଲେ, ଏବେ କାଶ୍ମୀରରେ ଆତଙ୍କ ରାଜ ନୁହେଁ ଗଣତନ୍ତ୍ରର ରାଜ ହେବ । ବିଛିନ୍ନତାବାଦୀଙ୍କ ଅତ୍ୟାଚାର ନୁହେଁ ବିକାଶର ଗାଡି ଚାଲିବ । ପଥର ମାଡ ବଦଳରେ କାଶ୍ମୀରର ବିକାଶରେ ପରିବର୍ତ୍ତନ ହେବ। ସ୍ଥାନୀୟ ଲୋକଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ, ନିଯୁକ୍ତି, ସହ ଦେଶର ଅନ୍ୟ ପ୍ରାନ୍ତ ଭଳି ଯୋଡାଯିବ । ଯାହାକୁ ନେଇ ଭାରତ ସରକାର ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବ୍ୟାପକ ଭାବେ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ନିଜ ପ୍ରଥମ ପାଳିରେ ଘାଟିରୁ ଆତଙ୍କବାଦୀଙ୍କୁ ସମୂଳେ ନିପାତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ପ୍ରଥମେ ସେନାକୁ ଶକ୍ତିଶାଳୀ କରାଗଲା । ସେନାକୁ ଅସ୍ତ୍ର ଚଳାଇବାକୁ ପୂର୍ଣ୍ଣ ସ୍ବାଧୀନତା ଦିଆଗଲା । ଉପତ୍ୟକାରେ ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିବାକୁ ନିର୍ଦ୍ଦେଶ ହେଲା । ଧୀରେ ଧୀରେ କାଶ୍ମୀରରେ ବିକାଶର ଭିତ୍ତିପ୍ରସ୍ତର ପଡିଲା । ଲୋକଙ୍କ ମନରୁ ଭୟ ଦ୍ବନ୍ଦ ଦୂର ହେଲା । ନିଜ କାର୍ଯ୍ୟକାଳର ଦ୍ବିତୀୟ ପାଳି ଆରମ୍ଭ ହେଉ ହେଉ 5 ଅଗଷ୍ଟ 2019 ରେ ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କଲେ ପ୍ରଧାନମନ୍ତ୍ରୀ । ଏହା ପରେ ଜାମ୍ମୁ କାଶ୍ମୀର ଆକାଶରେ ଉଦୟ ହେଲା ବିକାଶର ସୂର୍ଯ୍ୟ ।

ଧାରା 370 ଉଚ୍ଛେଦ ପରେ କଣ ହୋଇଛି:- ଧାରା 370 ବଳବତ୍ତର ଥିବାବେଳେ ଜାମ୍ମୁ କାଶ୍ମୀରରେ ଭାରତ ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ସମ୍ଭବ ନଥିଲା । ଏବେ ଭାରତ ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକାରୀ ହେଉଛି । 370 ପରଠାରୁ ବର୍ତ୍ତମାନ ସୁଦ୍ଧା ଜାମ୍ମୁ କାଶ୍ମୀରରେ ଭାରତ ସରକାରଙ୍କ 890 ଆଇନ କାର୍ଯ୍ୟକାରୀ ହୋଇଛି । ଧାରା 370 ଉଚ୍ଛେଦ ପରେ ପୁରା କେନ୍ଦ୍ର ଶାସିତ ଅଞ୍ଚଳରେ 50 ହଜାର କୋଟିରୁ ଅଧିକ ମୁଲ୍ୟର ବିକାଶ କାର୍ଯ୍ୟ ଜାରି ରହିଛି । ଜାମ୍ମୁ କାଶ୍ମୀରବାସୀଙ୍କୁ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଆବାସ ସମେତ ସମସ୍ତ କଲ୍ୟାଣକାରୀ ଯୋଜନାର ସିଧା ମିଳୁଛି । 370 ଉଚ୍ଛେଦ ପରେ ପ୍ରଥମ ଥର ଜାମ୍ମୁ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଛି ।

3 ଦଶନ୍ଧୀର ସ୍ବପ୍ନ ହେଉଛି ଶାକାର:- ଜାମ୍ମୁ କାଶ୍ମୀରରେ ଆଜି ଯାହା ଘଟୁଛି ତାହା ରାତାରାତି ସମ୍ଭବ ହୋଇନାହିଁ । ଏହା 3 ଦଶନ୍ଧୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ବପ୍ନ । 31 ବର୍ଷ ପୂର୍ବେ 1992 ନରେନ୍ଦ୍ର ମୋଦି କାଶ୍ମୀର ଯାତ୍ରାରେ ଆସିଥିଲେ । ସେତେବେଳେ ଦଳର ବରିଷ୍ଠ ନେତା ମୁରଲୀ ମନହୋର ଯୋଯୀଙ୍କ ଏକତା ଯାତ୍ରାର ସାରଥୀ ସାଜି ମୋଦି ଲାଲ ଚୌକରେ ତ୍ରିରଙ୍ଗା ଉଡାଇଥିଲେ । ଆଉ କହିଥିଲେ ସମୟ ଆସିବ କାଶ୍ମୀର ସ୍ଥିତି ସୁଧୁରିବ । ଆଉ ସେହି ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ ହୋଇ କାଶ୍ମୀରକୁ ନେଇ ଦେଖିଥିବା ସ୍ବପ୍ନ ସାକାର କରିବାରେ ଲାଗିଛନ୍ତି । ଆଜି କାଶ୍ମୀର ଯୁବକ ମାନେ ସେନା ଉପରେ ପଥର ମାଡ ପରିବର୍ତ୍ତେ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଆଜି ପୁରା ଜାମ୍ମୁ କାଶ୍ମୀରରେ ଭାରତ ସରକାରଙ୍କ ଯୋଜନା ଓ ବିକାଶ ଗାଡି ପହଞ୍ଚିଛି । ଜାମ୍ମୁ କାଶ୍ମୀରବାସୀ ଆଜି କେନ୍ଦ୍ର ସରକାରଙ୍କୁ ପୁରା ସମର୍ଥନ ଦେଇ ନୂଆ ଜାମ୍ମୁ କାଶ୍ମୀର ନିର୍ମାଣ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.