ETV Bharat / bharat

G20 Summit: ଗ୍ଲୋବାଲ ବାୟୋଫୁଏଲ ଆଲିଆନ୍ସ ଘୋଷଣା କଲେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Sep 9, 2023, 8:32 PM IST

ଜୈବ ଇନ୍ଧନ ବ୍ୟବହାରକୁ ଭାରତର ଗୁରୁତ୍ବ । ଗ୍ଲୋବାଲ ବାୟୋଫୁଏଲ ଆଲିଆନ୍ସ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ଭାରତ, ଆମେରିକା ଓ ବ୍ରାଜିଲ ମେଣ୍ଟର ପ୍ରତିଷ୍ଠାତା ସଦସ୍ୟ । ଅଧିକ ପଢନ୍ତୁ

ଗ୍ଲୋବାଲ ବାୟୋଫୁଏଲ୍ସ ଆଲିଆନ୍ସ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଜି20 ସମ୍ମିଳନୀର ରାଷ୍ଟ୍ରମୁଖ୍ୟ ବୈଠକ ଆରମ୍ଭ ହୋଇଛି । ଏହି ଦୁଇଦିନିଆ ଶିଖର ବୈଠକର ପ୍ରଥମ ଦିନରେ ବିଶ୍ବ ଅର୍ଥନୀତି, ଭିତ୍ତିଭୂମି ଓ ଯୋଗାଯୋଗ କ୍ଷେତ୍ରରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ଓ ଘୋଷଣା ପ୍ରକାଶ ପାଇଛି । ଅତ୍ୟାଧୁନିକ ବିଶ୍ବରେ ସ୍ବଚ୍ଛ ଓ ପରିବେଶ ଅନୁକୂଳ ଇନ୍ଧନର ଉତ୍ସ, ଏହାର ଯୋଗାଣ ଶୃଙ୍ଖଳା ଓ ସ୍ଥିରତା ଉପରେ ଭାରତ ପକ୍ଷରୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ବ ଜୈବିକ ଇନ୍ଧନ ମେଣ୍ଟ ବା Global Biofuel Alliance (GBA) ଘୋଷଣା କରିଛନ୍ତି । ଏହି ମେଣ୍ଟରେ ଭାରତ, ଆମେରିକା ଓ ବ୍ରାଜିଲ୍‌ ପ୍ରତିଷ୍ଠାତା ସଦସ୍ୟ ରାଷ୍ଟ୍ର ଭାବେ ରହିଛନ୍ତି । ଜି20 ସମ୍ମିଳନୀର ଅନ୍ୟ ସଦସ୍ୟ ଦେଶମାନଙ୍କୁ ଏହି ପଦକ୍ଷେପରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିମନ୍ତ୍ରଣ ମଧ୍ୟ କରିଛନ୍ତି ।

  • "The launch of the Global Biofuels Alliance marks a watershed moment in our quest towards sustainability and clean energy. I thank the member nations who have joined this Alliance", tweets Prime Minister Narendra Modi

    (Pic source - PM Modi's twitter handle) pic.twitter.com/FXHPrQIksI

    — ANI (@ANI) September 9, 2023 " class="align-text-top noRightClick twitterSection" data=" ">

ଏହି ଘୋଷଣା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି,‘‘ ବର୍ତ୍ତମାନ ସମୟରେ ପରିବେଶ ଅନୁକୂଳ ଇନ୍ଧନ ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ସମସ୍ତ ଦେଶ ଏକାଠି କାମ କରିବା ପାଇଁ ସମୟ ଆସିଛି । ପେଟ୍ରୋଲରେ ଇଥାନଲ ମିଶ୍ରଣର ହାରକୁ 20 ପ୍ରତିଶତରେ ପହଞ୍ଚାଇବା ପାଇଁ ଆମେ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଛୁ । ଅନ୍ୟପଟେ ଆମେ ବିଶ୍ବର ବୃହତ୍ତର କଲ୍ୟାଣ ପାଇଁ ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ସହିତ ଜଳବାୟୁ ନିରାପତ୍ତାରେ ଅନୁକୂଳ ହେବା ପରି ଇନ୍ଧନ ଯୋଗାଣ ଶୃଙ୍ଖଳା ଉପରେ ପ୍ରାଥମିକତାର ସହ କାର୍ଯ୍ୟ କରିବା ଉଚିତ । ଏହି ସବୁ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଆଜି ପରିପ୍ରେକ୍ଷୀରେ ଆଜି ଆମେ ବିଶ୍ବ ଜୈବ ଇନ୍ଧନ ଆଲାଇନ୍ସ ଆରମ୍ଭ କରୁଛୁ । ଏହି ପଦକ୍ଷେପରେ ସାମିଲ ହେବାକୁ ଭାରତ ଅନ୍ୟ ରାଷ୍ଟ୍ରଙ୍କୁ ଆମନ୍ତ୍ରଣ କରୁଛି ।’’

    — ANI (@ANI) September 9, 2023 " class="align-text-top noRightClick twitterSection" data="

"The launch of the Global Biofuels Alliance marks a watershed moment in our quest towards sustainability and clean energy. I thank the member nations who have joined this Alliance", tweets Prime Minister Narendra Modi

(Pic source - PM Modi's twitter handle) pic.twitter.com/FXHPrQIksI

— ANI (@ANI) September 9, 2023 ">

ଜୈବ ଇନ୍ଧନ କଣ:-

ଜୈବ ଇନ୍ଧନ ଅର୍ଥ ଉଦ୍ଭିଦ, ଶସ୍ୟ ଓ ଖାଦ୍ୟ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କରାଯାଉଥିବା ଇନ୍ଧନ । ଏଥିରେ ପାରମ୍ପରିକ ଇନ୍ଧନ ତୂଳନାରେ ଅଙ୍ଗାରକାମ୍ଳର ମାତ୍ରା ଖୁବ କମ, ଯାହା ଏହାକୁ ପରିବେଶ ଅନୁକୂଳ କରିଥାଏ । ବର୍ତ୍ତମାନ ସମୟରେ ଏହାର ବ୍ୟବହାର ପରିବେଶର ସୁରକ୍ଷା, ପ୍ରଦୃଷଣ ହ୍ରାସ ଓ ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ଅତି ଜରୁରୀ ହୋଇପଡିଛି । ଯଦି ଏହାର ଉତ୍ପାଦନ ଓ ବ୍ୟବହାରକୁ ଗୁରୁତ୍ବ ଦିଆଯାଏ, ତେବେ ପେଟ୍ରୋଲ ଏବଂ ଡିଜେଲ ପରି ପାରମ୍ପରିକ ଇନ୍ଧନ ଉପରେ ବିଶ୍ୱର ନିର୍ଭରଶୀଳତା ବେଶ ହ୍ରାସ ପାଇବ । ଏହା ସହ ଅନୁରୂପ ଭାବେ ପରିବେଶ ପ୍ରଦୂଷଣ ମାତ୍ରା ମଧ୍ୟ ହ୍ରାସ ପାଇବ ।

ଏହା ମଧ୍ୟ ପଢନ୍ତୁ:-G 20 Summit:ଘୋଷଣା ହେଲା ଭାରତ-ମଧ୍ୟପ୍ରାଚ୍ୟ ଓ ପୂର୍ବ ୟୁରୋପ ସଂଯୋଗୀକରଣ କରିଡର

1890 ମସିହାରେ ପ୍ରଥମ ଥର ପାଇଁ ଏହା ବ୍ୟବହାର ହୋଇଥିଲା । 2022 ମସିହାରେ ବିଶ୍ୱର ସବୁଠାରୁ ବଡ ଇଥାନଲ ଉତ୍ପାଦନକାରୀ ଦେଶ ଭାବେ ଆମେରିକା ଏବଂ ବ୍ରାଜିଲ ସାମ୍ନାକୁ ଆସିଥିଲେ । ଆମେରିକା 57.5 ବିଲିୟନ ଲିଟର ଇଥାନଲ ଉତ୍ପାଦନ କରୁଥିବା ବେଳେ ବ୍ରାଜିଲ 35.6 ବିଲିୟନ ଲିଟର ଇଥାନଲ ଉତ୍ପାଦନ କରିବାର କ୍ଷମତା ରଖିଛି । ଏବେ ଜନସଂଖ୍ୟାବହୁଳ ଭାରତ ମଧ୍ୟ ପାରମ୍ପରିକ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରି ପରିବେଶ ଅନୁକୂଳ ଏହି ଜୈବ ଇନ୍ଧନର ଉତ୍ପାଦନ ଓ ବ୍ୟବହାର ଦିଗରେ ବଡ ପଦକ୍ଷେପ ଗ୍ରହଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଜି20 ସମ୍ମିଳନୀର ରାଷ୍ଟ୍ରମୁଖ୍ୟ ବୈଠକ ଆରମ୍ଭ ହୋଇଛି । ଏହି ଦୁଇଦିନିଆ ଶିଖର ବୈଠକର ପ୍ରଥମ ଦିନରେ ବିଶ୍ବ ଅର୍ଥନୀତି, ଭିତ୍ତିଭୂମି ଓ ଯୋଗାଯୋଗ କ୍ଷେତ୍ରରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ଓ ଘୋଷଣା ପ୍ରକାଶ ପାଇଛି । ଅତ୍ୟାଧୁନିକ ବିଶ୍ବରେ ସ୍ବଚ୍ଛ ଓ ପରିବେଶ ଅନୁକୂଳ ଇନ୍ଧନର ଉତ୍ସ, ଏହାର ଯୋଗାଣ ଶୃଙ୍ଖଳା ଓ ସ୍ଥିରତା ଉପରେ ଭାରତ ପକ୍ଷରୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ବ ଜୈବିକ ଇନ୍ଧନ ମେଣ୍ଟ ବା Global Biofuel Alliance (GBA) ଘୋଷଣା କରିଛନ୍ତି । ଏହି ମେଣ୍ଟରେ ଭାରତ, ଆମେରିକା ଓ ବ୍ରାଜିଲ୍‌ ପ୍ରତିଷ୍ଠାତା ସଦସ୍ୟ ରାଷ୍ଟ୍ର ଭାବେ ରହିଛନ୍ତି । ଜି20 ସମ୍ମିଳନୀର ଅନ୍ୟ ସଦସ୍ୟ ଦେଶମାନଙ୍କୁ ଏହି ପଦକ୍ଷେପରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିମନ୍ତ୍ରଣ ମଧ୍ୟ କରିଛନ୍ତି ।

  • "The launch of the Global Biofuels Alliance marks a watershed moment in our quest towards sustainability and clean energy. I thank the member nations who have joined this Alliance", tweets Prime Minister Narendra Modi

    (Pic source - PM Modi's twitter handle) pic.twitter.com/FXHPrQIksI

    — ANI (@ANI) September 9, 2023 " class="align-text-top noRightClick twitterSection" data=" ">

ଏହି ଘୋଷଣା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି,‘‘ ବର୍ତ୍ତମାନ ସମୟରେ ପରିବେଶ ଅନୁକୂଳ ଇନ୍ଧନ ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ସମସ୍ତ ଦେଶ ଏକାଠି କାମ କରିବା ପାଇଁ ସମୟ ଆସିଛି । ପେଟ୍ରୋଲରେ ଇଥାନଲ ମିଶ୍ରଣର ହାରକୁ 20 ପ୍ରତିଶତରେ ପହଞ୍ଚାଇବା ପାଇଁ ଆମେ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଛୁ । ଅନ୍ୟପଟେ ଆମେ ବିଶ୍ବର ବୃହତ୍ତର କଲ୍ୟାଣ ପାଇଁ ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ସହିତ ଜଳବାୟୁ ନିରାପତ୍ତାରେ ଅନୁକୂଳ ହେବା ପରି ଇନ୍ଧନ ଯୋଗାଣ ଶୃଙ୍ଖଳା ଉପରେ ପ୍ରାଥମିକତାର ସହ କାର୍ଯ୍ୟ କରିବା ଉଚିତ । ଏହି ସବୁ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଆଜି ପରିପ୍ରେକ୍ଷୀରେ ଆଜି ଆମେ ବିଶ୍ବ ଜୈବ ଇନ୍ଧନ ଆଲାଇନ୍ସ ଆରମ୍ଭ କରୁଛୁ । ଏହି ପଦକ୍ଷେପରେ ସାମିଲ ହେବାକୁ ଭାରତ ଅନ୍ୟ ରାଷ୍ଟ୍ରଙ୍କୁ ଆମନ୍ତ୍ରଣ କରୁଛି ।’’

  • "The launch of the Global Biofuels Alliance marks a watershed moment in our quest towards sustainability and clean energy. I thank the member nations who have joined this Alliance", tweets Prime Minister Narendra Modi

    (Pic source - PM Modi's twitter handle) pic.twitter.com/FXHPrQIksI

    — ANI (@ANI) September 9, 2023 " class="align-text-top noRightClick twitterSection" data=" ">

ଜୈବ ଇନ୍ଧନ କଣ:-

ଜୈବ ଇନ୍ଧନ ଅର୍ଥ ଉଦ୍ଭିଦ, ଶସ୍ୟ ଓ ଖାଦ୍ୟ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କରାଯାଉଥିବା ଇନ୍ଧନ । ଏଥିରେ ପାରମ୍ପରିକ ଇନ୍ଧନ ତୂଳନାରେ ଅଙ୍ଗାରକାମ୍ଳର ମାତ୍ରା ଖୁବ କମ, ଯାହା ଏହାକୁ ପରିବେଶ ଅନୁକୂଳ କରିଥାଏ । ବର୍ତ୍ତମାନ ସମୟରେ ଏହାର ବ୍ୟବହାର ପରିବେଶର ସୁରକ୍ଷା, ପ୍ରଦୃଷଣ ହ୍ରାସ ଓ ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ଅତି ଜରୁରୀ ହୋଇପଡିଛି । ଯଦି ଏହାର ଉତ୍ପାଦନ ଓ ବ୍ୟବହାରକୁ ଗୁରୁତ୍ବ ଦିଆଯାଏ, ତେବେ ପେଟ୍ରୋଲ ଏବଂ ଡିଜେଲ ପରି ପାରମ୍ପରିକ ଇନ୍ଧନ ଉପରେ ବିଶ୍ୱର ନିର୍ଭରଶୀଳତା ବେଶ ହ୍ରାସ ପାଇବ । ଏହା ସହ ଅନୁରୂପ ଭାବେ ପରିବେଶ ପ୍ରଦୂଷଣ ମାତ୍ରା ମଧ୍ୟ ହ୍ରାସ ପାଇବ ।

ଏହା ମଧ୍ୟ ପଢନ୍ତୁ:-G 20 Summit:ଘୋଷଣା ହେଲା ଭାରତ-ମଧ୍ୟପ୍ରାଚ୍ୟ ଓ ପୂର୍ବ ୟୁରୋପ ସଂଯୋଗୀକରଣ କରିଡର

1890 ମସିହାରେ ପ୍ରଥମ ଥର ପାଇଁ ଏହା ବ୍ୟବହାର ହୋଇଥିଲା । 2022 ମସିହାରେ ବିଶ୍ୱର ସବୁଠାରୁ ବଡ ଇଥାନଲ ଉତ୍ପାଦନକାରୀ ଦେଶ ଭାବେ ଆମେରିକା ଏବଂ ବ୍ରାଜିଲ ସାମ୍ନାକୁ ଆସିଥିଲେ । ଆମେରିକା 57.5 ବିଲିୟନ ଲିଟର ଇଥାନଲ ଉତ୍ପାଦନ କରୁଥିବା ବେଳେ ବ୍ରାଜିଲ 35.6 ବିଲିୟନ ଲିଟର ଇଥାନଲ ଉତ୍ପାଦନ କରିବାର କ୍ଷମତା ରଖିଛି । ଏବେ ଜନସଂଖ୍ୟାବହୁଳ ଭାରତ ମଧ୍ୟ ପାରମ୍ପରିକ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ କରି ପରିବେଶ ଅନୁକୂଳ ଏହି ଜୈବ ଇନ୍ଧନର ଉତ୍ପାଦନ ଓ ବ୍ୟବହାର ଦିଗରେ ବଡ ପଦକ୍ଷେପ ଗ୍ରହଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.