ETV Bharat / bharat

G20 Foreign Ministers Meet: ଦାମୀ କାର ଲଗାଇ ରାସ୍ତା ଉପରୁ ବୋହି ନେଲେ ଫୁଲକୁଣ୍ଡ, ଜଣଙ୍କୁ ବାନ୍ଧିଲା ପୋଲିସ - ଜି20 ବୈଦେଶିକ ମନ୍ତ୍ରୀ ସମ୍ମିଳନୀ

ହରିୟାଣାରେ ଜି20 କାର୍ଯ୍ୟକ୍ରମରେ ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିଲା ଫୁଲକୁଣ୍ଡକୁ ଏସୟୁଭିରେ ବୋହିନେଲେ । ଭିଡିଓ ଆଧାରରେ ବାନ୍ଧିଲା ପୋଲିସ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

SUV କାରରେ ଫୁଲଗଛ ଚୋରି, କ୍ୟାମେରାରେ କଏଦ ହେଲା ଭିଡିଓ

author img

By

Published : Mar 1, 2023, 4:30 PM IST

SUV କାରରେ ବୋହିନେଲେ ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିବା ଫୁଲକୁଣ୍ଡ

ଚଣ୍ଡିଗଡ: ହରିୟାଣାର ଗୁରୁଗ୍ରାମରେ ହେବାକୁ ଥିବା ଜି-20 ସମ୍ମିଳନୀର ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଉଛି । ହେଲେ କାର୍ଯ୍ୟକ୍ରମରେ ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିବା ଫୁଲକୁଣ୍ଡକୁ ଏକ ଏସୟୁଭି କାରରେ ଦୁଇଜଣ ବ୍ୟକ୍ତି ଚୋରି କରିନେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ରାତି ନୁହେଁ ବରଂ ସ୍ପଷ୍ଟ ଦିବାଲୋକରେ ରାସ୍ତାକଡରେ ନିଜର ଦାମୀ ଏସୟୁଭି କାରକୁ ଛିଡା କରି ଡୋର ଖୋଲି ଫୁଲକୁଣ୍ଡକୁ ବୋହିବାରେ ଲାଗିଛନ୍ତି ଏହି ଦୁଇ ବ୍ୟକ୍ତି । କୌଣସି କାର୍ଯ୍ୟାନୁଷ୍ଠାନର ଚିନ୍ତା ମଧ୍ୟ ନହିଁ, ସମ୍ପୂର୍ଣ୍ଣ ବେଫିକର ଭାବେ ନିଜ ଗାଡିରେ ଯେତେ ସମ୍ଭବ ସେତେ ବାଛି ବାଛି ଲଦି ଚାଲିଛନ୍ତି ଫୁଲକୁଣ୍ଡ । ଏପରି କିଛି ଭିଡିଓ ଗତକାଲି ଠାରୁ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ତେବେ ଭିଡିଓ ଭାଇରାଲ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିନାହାନ୍ତି ଅଭିଯୁକ୍ତ । ଭିଡିଓ ଆଧାରରେ ଫୁଲଗଛ ଚୋରି ହୋଇଥିବା କାରକୁ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ 50 ବର୍ଷୀୟ ମନମୋହନ ବୋଲି ଜଣାପଡିଛି । ଚୋରି ହୋଇଥିବା ଫୁଲକୁଣ୍ଡଗୁଡିକୁ ମଧ୍ୟ ଜବତ କରାଯାଇଛି । ଭିଡିଓରେ ସମସ୍ତ ଘଟଣା କଏଦ ହୋଇଥିବା ବେଳେ ଏଥିରେ ଦୁଇ ଜଣ ବ୍ୟକ୍ତି ସାମିଲ ଥିବା ଦେଖିବାକୁ ମିଳିଥିଲା । ଏଥିରେ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟଜଣଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି ।

ତେବେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ବ୍ୟତୀତ ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାରେ ରହିଛି । ଟ୍ବିଟର ଠାରୁ ଆରମ୍ଭ କରି ଫେସବୁକ ପର୍ଯ୍ୟନ୍ତ ଏନେକ ୟୁଜର୍ସ ଏବେ ଏହି ଭିଡିଓ ପୋଷ୍ଟ କରି ବିଭିନ୍ନ କଟାକ୍ଷପୂର୍ଣ୍ଣ କ୍ୟାପସନ ଲେଖୁଛନ୍ତି । ଏକ ଦାମୀ ଏସୟୁଭି କାର ବ୍ୟବହାର କରୁଥିବା ଓ ପାରିପାର୍ଶ୍ବିକ ସ୍ଥିତିରୁ ବେଶ ଆର୍ଥିକ ସ୍ବଚ୍ଛଳ ଜଣାପଡୁଥିବା ବ୍ୟକ୍ତି ଏକ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ପାଇଁ ରାସ୍ତାକଡାରେ ଥିବା ଫୁଲକୁଣ୍ଡ ଚୋରାଇବା ଏବଂ ସେ ମଧ୍ୟ ବଡ ବେପରୁଆ ଢଙ୍ଗରେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅନ୍ୟପଟେ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇଥିବା ବେଳେ ସେ କେଉଁ ଉଦ୍ଦେଶ୍ୟରେ ଏପରି କଲେ ସେ ନେଇ ପୋଲିସ କିଛି ସ୍ପଷ୍ଟ କରିନି । ଅଭିଯୁକ୍ତଙ୍କୁ ଜେରା ଜାରି ରହିଥିବା ପୋଲିସ କହିଛି । ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଯାଉଛି ଜି 20 ସମ୍ମିଳନୀ । ବର୍ଷେ ବ୍ୟାପି ଦେଶର ବିଭିନ୍ନ ସହରରେ ଏକାଧିକ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି । ଏହି କ୍ରମରେ ଗୁରୁଗ୍ରାମରେ ବୈଦେଶିକ ମନ୍ତ୍ରୀଙ୍କ ଏକ ସମ୍ମିଳନୀ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.