ETV Bharat / bharat

'ମହିଳା ସଶକ୍ତିକରଣ ଦିଗରେ ବଡ଼ ଭୂମିକା ଗ୍ରହଣ କରିପାରିବ G20'

author img

By ETV Bharat Odisha Team

Published : Sep 9, 2023, 9:38 PM IST

ମହିଳା ସଶକ୍ତିକରଣ ନେଇ ଜି-୨୦ ସମ୍ମିଳନୀରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଦିଗରେ ଜି୨୦ ବଡ଼ ଭୂମିକା ଗ୍ରହଣ କରିପାରିବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜି-୨୦ ସମ୍ମିଳନୀରେ ମହିଳା ସଶକ୍ତିକରଣ ନେଇ ଆଲୋଚନା କରିଛନ୍ତି । ଏହି ଦିଗରେ ଜି-୨୦ ବଡ଼ ଭୂମିକା ଗ୍ରହଣ କରିପାରିବ ବୋଲି ମୋଦି କହିଛନ୍ତି । ଜି-୨୦ ସମ୍ମିଳନୀକୁ ମୋଦି ସମ୍ବୋଧିତ କରି କହିଛନ୍ତି ଯେ ମାନବ ସମାଜକୁ ଆହୁରି ସଶକ୍ତ କରିବା ଏବଂ ପୃଥିବୀକୁ ଅଧିକ ସ୍ଥାୟୀ କରିବା ଦିଗରେ ସାମୂହିକ ଭାବରେ ଚିନ୍ତା କରିବା ଲାଗି ସେ ଆହ୍ବାନ କରିଛନ୍ତି । ଏହାସହ ଭାରତୀୟ ନାଗରିକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଟେକ୍ନୋଲୋଜିର ବ୍ୟବହାର ବିଷୟରେ ମଧ୍ୟ ମୋଦି ବୈଠକରେ ଉଲ୍ଲେଖ କରିଛନ୍ତି ।

  • Emphasised on ways to further youth development and focus on skill development. Also highlighted how to increase the spirit of trust and transparency in areas like global supply chains.

    India is also committed to furthering holistic health and wellness. The G20 can also play a…

    — Narendra Modi (@narendramodi) September 9, 2023 " class="align-text-top noRightClick twitterSection" data=" ">

ବୈଠକ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, " 'ଗୋଟିଏ ପରିବାର' ଚିନ୍ତାଧାରା ଅନୁସାରେ ଯୁବପୀଢିଙ୍କ ବୌଦ୍ଧିକ ଓ ଦକ୍ଷତା ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଦିଗରେ ଆଲୋଚନା ହୋଇଛି । ସାମଗ୍ରିକ ସ୍ବାସ୍ଥ୍ୟ ଏବଂ ଉନ୍ନତି ପାଇଁ ଭାରତ ସର୍ବଦା ପ୍ରତିବଦ୍ଧ । ମହିଳା ସଶକ୍ତିକରଣରେ G20 ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ଆମ ନାଗରିକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଟେକ୍ନୋଲୋଜି କିପରି ବ୍ୟବହାର କରାଯାଇଛି ତାହାର ଉଦାହରଣ ଦିଆଯାଇଛି ।"

ଏହା ବି ପଢନ୍ତୁ- G20 Delhi Declaration on Ukraine war: 'ପରମାଣୁ ଅସ୍ତ୍ରଶସ୍ତ୍ରର ଉପଯୋଗ ଓ ଧମକ ଗ୍ରହଣୀୟ ନୁହେଁ'

ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ପ୍ରତିନିଧିତ୍ବ କରିଥିଲେ । ଏହାସହିତ ପ୍ରଧାନମନ୍ତ୍ରୀଙ୍କ ଆଗରେ ରଖାଯାଇଥିବା ନେମପ୍ଲେଟ ସମ୍ମୁଖରେ ଭାରତ ଲେଖାଯାଇଥିଲା । ମୋଦି ୫୫ ଦେଶର ସମୂହ ଆଫ୍ରିକୀୟ ସଂଘକୁ ସ୍ବାଗତ କରିଥିଲେ । ଏ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, " ମୁଁ ଜି-୨୦ ପରିବାରରେ ସ୍ଥାୟୀ ସଦସ୍ୟ ଭାବେ ଆଫ୍ରିକୀୟ ସଂଘ ସ୍ବାଗତ କରି ସମ୍ମାନିତ ଅନୁଭବ କରୁଛି । ଏହାଦ୍ବାରା ଜି-୨୦ ଆହୁରି ମଜବୁତ ହେବ ଏବଂ 'ଗ୍ଲୋବାଲ ସାଉଥ' ସ୍ବର ଅଧିକ ମଜବୁତ ହେବ । "

ଏହା ବି ପଢନ୍ତୁ- G20 Dinner: ଭାରତୀୟ ଆଭୂଷଣରେ ଆସିଲେ ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ଜି-୨୦ରେ ସାମିଲ ହେବା ପରେ ଆଫ୍ରିକୀୟ ସଂଘ ପକ୍ଷରୁ ଖୁସିବ୍ୟକ୍ତ କରିଯାଇଛି । ଆଫ୍ରିକୀୟ ସଂଘର ଜି୨୦ ସଦସ୍ୟ ଟ୍ବିଟରରେ ଏ ନେଇ ପୋଷ୍ଟ କରି କହିଛନ୍ତି ଯେ ଦେଶ ଆଶା କରିଥିଲା ଯେ ଜି-୨୦ ଶିଖର ସମ୍ମିଳନୀ ସମୟରେ ଏୟୁ ଏଥିରେ ସାମିଲ ହେବ । ଏହା ଦେଶର ବିକାଶ ଦିଗରେ ମଧ୍ୟ କାମ କରିବ । ଏହାସିହତ ଜି-୨୦ ସମ୍ମିଳନୀ ମାଧ୍ୟମରେ ଦେଶ ବିଶ୍ବର ଅନ୍ୟ ରାଷ୍ଟ୍ର ସହିତ ସୁସମ୍ପର୍କ ଓ ଯୋଗାଯୋଗ ସ୍ଥାପନ କରିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.