ETV Bharat / bharat

ଶହୀଦ ଯବାନ ରାକେଶ ଡୋଭାଲଙ୍କ ଅନ୍ତିମ ଶୋଭାଯାତ୍ରା - ଭାରତୀୟ ଜବାନ ସହୀଦ

ପାକିସ୍ତାନ ସେନା ସହ ଲଢି ଶହୀଦ ହୋଇଥିବା ଜମ୍ମୁକାଶ୍ମୀର ବୀର ଯବାନ ରାକେଶ ଡୋଭାଲଙ୍କ ଅନ୍ତିମ ସଂସ୍କାର ସୋମବାର ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ...

Funeral of martyr Rakesh dobhal at panchtatva in rishikesh
ଶହୀଦ ଯବାନ ରାକେଶ ଡୋଭାଲଙ୍କ ଅନ୍ତିମ ଶୋଭାଯାତ୍ରା
author img

By

Published : Nov 17, 2020, 4:39 AM IST

ଡେରାଡୁନ: ଜମ୍ମୁ କାଶ୍ମୀରରେ ପାକିସ୍ତାନ ସେନାଙ୍କ ସହ ଲଢି ଶହୀଦ ହୋଇଥିବା ଯବାନ ରାକେଶ ଡୋଭାଲଙ୍କ ଋଷିକେଶରେ ସୋମବାର ଅନ୍ତିମ ସଂସ୍କାର କରାଯାଇଛି । ଯବାନଙ୍କ ଏହି ଅନ୍ତିମ ଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବରେ ଶିକ୍ଷାମନ୍ତ୍ରୀ ଅରବିନ୍ଦ ପାଣ୍ଡେ, ବିଧାନସଭାର ଅଧ୍ୟକ୍ଷ ପ୍ରେମଚାନ୍ଦ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ ।

ଗତ ଶୁକ୍ରବାର ଜମ୍ମୁ କାଶ୍ମୀରର ବାରମୂଲା ଠାରେ ଶତ୍ରୁ ସେନାମାନଙ୍କ ସହ ଯୁଦ୍ଧ ସମୟରେ ମୁଣ୍ଡର ଗୁଳି ବାଜିବା ଫଳରେ ବିଏସଏଫର ସବ ଇନସପେକ୍ଟର ରାକେଶ ଡୋଭାଲ ଶହୀଦ ହୋଇଥିଲେ । ତେବେ ସୋମବାର ତାଙ୍କର ଅନ୍ତିମ ସଂସ୍କାର ହୋଇଥିବା ବେଳେ ଅନ୍ତିମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମୃତ ଯବାନଙ୍କ ବାସସ୍ଥାନଠାରୁ ପୁର୍ଣ୍ଣନନ୍ଦ ଘାଟ ପର୍ଯ୍ୟନ୍ତ ଅନ୍ତିମ ଶୋଭାଯାତ୍ରା କରାଯାଇଥିଲା । ଏହି ଯାତ୍ରାରେ ହଜାର ହଜାର ସଂଖ୍ୟକ ଲୋକ ସାମିଲ ହେବା ସହିତ 'ପାକିସ୍ତାନ ମୁର୍ଦ୍ଦାବାଦ ଓ 'ରାକେଶ ତେରା ୟହ ବଲିଦାନ ୟାଦ ରଖେଗା ହିନ୍ଦୁସ୍ତାନ' ନାରା ଦିଆଯାଇଥିଲା ।

ବିଏସଏଫର 8 ଜଣ ଯବାନ ଶହୀଦଙ୍କ ସମ୍ମାନ ଅର୍ଥେ 24 ରାଉଣ୍ଡ ଗୁଳିଚାଳନା କରିଥିଲେ । ପୁର୍ଣ୍ଣନନ୍ଦ ଘାଟରେ ରାଜକୀୟ ସମ୍ମାନ ସହ ଶହୀଦଙ୍କ ଶେଷକୃତ୍ୟ ସମ୍ପର୍ନ୍ନ ହୋଇଥିବାବେଳେ ରାକେଶଙ୍କ ଭାଇ ମୁଖାଗ୍ନି ଦେଇଥିଲେ । ତେବେ ସୁଯୋଗ ମିଳିଲେ ପାକିସ୍ତାନକୁ ଏହାର ଜବାବ ଦେବେ ବୋଲି ଶହୀଦଙ୍କ ଝିଅ ନିତ୍ୟା ଡୋଭାଲ କହିଛନ୍ତି ।

ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପହଞ୍ଚିଥିବା ବିଧାନସଭା ଅଧ୍ୟକ୍ଷ ପ୍ରେମଚାନ୍ଦ ଅଗ୍ରୱାଲ ଶହୀଦଙ୍କ ସ୍ମରଣ ପାଇଁ ଏକ ଦ୍ବାର ନିର୍ମାଣ କରିବା ପାଇଁ ଘୋଷଣା କରିବା ସହ ପରିବାରକୁ ଶାନ୍ତ୍ବନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.