ETV Bharat / bharat

ଆଜିଠୁ ତାମିଲନାଡୁରେ 14 ଦିନ ତାଲା

ଆଜିଠୁ 24 ତାରିଖ ପର୍ଯ୍ୟନ୍ତ ତାମିଲନାଡୁ ସମ୍ପୂର୍ଣ୍ଣ ଲକଡାଉନ । କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ । ଅଧିକ ପଢନ୍ତୁ...

author img

By

Published : May 10, 2021, 8:09 AM IST

Updated : May 10, 2021, 9:21 AM IST

ଆଜିଠୁ ତାମିଲନାଡୁରେ 14 ଦିନ ତାଲା
ଆଜିଠୁ ତାମିଲନାଡୁରେ 14 ଦିନ ତାଲା

ଚେନ୍ନାଇ: ତାମିଲନାଡୁରେ କୋରୋନା ସଂକ୍ରମଣର ଭୟାବହତା ଦେଖିବାକୁ ମିଳିଛି । ସଂକ୍ରମଣର ଦ୍ରୁତ ଗତିକୁ ରୋକିବା ପାଇଁ ରାଜ୍ୟ ସରକାର ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । କେବଳ ଜରୁରୀକାଳୀନ ସେବା ବ୍ୟତୀତ ଲୋକଙ୍କ ଯିବା ଆସିବାରେ କଟକଣା ଲାଗୁ କରାଯାଇଛି ।

DMK ମୁଖ୍ୟ ଏମ.କେ ଷ୍ଟାଲିନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟର କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ଆଜିଠାରୁ 24 ତାରିଖ ଯାଏଁ ରାଜ୍ୟରେ 14 ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି ।

ସଂକ୍ରମଣକୁ ରୋକିବାକୁ ହେଲେ ଲକଡାଉନ ହିଁ ଏକମାତ୍ର ବିକଳ୍ପ । ସଚେତନତା ଓ ନିୟମପାଳନ ହିଁ କୋରୋନା କବଳରୁ ଲୋକଙ୍କୁ ରକ୍ଷା କରିପାରିବ । ପ୍ରକାଶ ଥାଉ କି, ତାମିଲନାଡୁରେ 1 ଲକ୍ଷ 39 ହଜାର 401 ସକ୍ରିୟ ମାମଲା ରହିଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ତାମିଲନାଡୁରେ ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : May 10, 2021, 9:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.