ETV Bharat / bharat

ପଳାତକ ଚୋକସିଙ୍କ ଦାବି, 10 ଆଣ୍ଟିଗୁଆ ପୋଲିସ କରିଛନ୍ତି ମାରପିଟ

author img

By

Published : Jun 7, 2021, 5:29 PM IST

ଆଣ୍ଟିଗୁଆ ପୋଲିସର 8ରୁ 10 ଜଣ ଅତି ନିର୍ଦୟ ଭାବରେ ତାଙ୍କୁ ମାରପିଟ କରିବା ସହ ଫୋନ, ହାତ ଘଣ୍ଟା ଛଡାଇ ନେଇଥିବା ଅଭିଯୋଗ କରିଛନ୍ତି ମେହୁଲ ଚୋକସି । ଅଧିକ ପଢନ୍ତୁ...

ପଳାତକ ଚୋକସିଙ୍କ ଦାବି, 10 ଆଣ୍ଟିଗୁଆ ପୋଲିସ କରିଛନ୍ତି ମାରପିଟ
ପଳାତକ ଚୋକସିଙ୍କ ଦାବି, 10 ଆଣ୍ଟିଗୁଆ ପୋଲିସ କରିଛନ୍ତି ମାରପିଟ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ନିଜ ବିରୋଧରେ କଥିତ ମାରପିଟକୁ ନେଇ ଆଣ୍ଟିଗୁଆରେ ଅଭିଯୋଗ ଦାଖଲ କରିଛନ୍ତି । ମେହୁଲ ଚୋକସି କହିଛନ୍ତି, ଆଣ୍ଟିଗୁଆ ପୋଲିସରୁ ହୋଇଥିବା ଦାବି କରୁଥିବା 8ରୁ 10 ଜଣ ଅତି ନିର୍ଦୟ ଭାବରେ ତାଙ୍କୁ ମାରପିଟ କରିବା ସହ ଫୋନ, ହାତ ଘଣ୍ଟା ଛଡାଇ ନେଇଛନ୍ତି ।

ଆଣ୍ଟିଗୁଆରେ ନିଜ ଅଭିଯୋଗରେ ସେ କହିଛନ୍ତି, 8ରୁ 10 ଜଣ ଆଣ୍ଟିଗୁଆରୁ ହୋଇଥିବା ଦାବି କରିଥିଲେ । ଆଉ ଏହାପରେ ତାଙ୍କ ସହ ମାରପିଟ କରିଥିଲେ । ମାରପିଟ କରିଥିବା ବ୍ୟକ୍ତି କହିଛନ୍ତି ସେମାନେ ଲୁଟ ପାଇଁ ଏଭଳି କରିନାହାନ୍ତି ।

ମେହୁଲ ଚୋକସି ଏବେ ଡୋମିନିକା ପୋଲିସ ହେପାଜତରେ ଅଛନ୍ତି । ମେହୁଲ ଆଣ୍ଟିଗୁଆରୁ ମେ 23 ସଂଧ୍ୟାରେ ଅଚାନକ ନିଖୋଜ ହୋଇଯାଇଥିଲେ । ଏହାପରେ ମେ 26ରେ ଡୋମିନିକାର ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରଣାଳୟ ମେହୁଲ ଚୋକସିଙ୍କ ଗିରଫଦାରୀକୁ ନେଇ ସ୍ପଷ୍ଟ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.