ETV Bharat / bharat

ନକଲି ଏବଂ ଅପମିଶ୍ରଣ ଟେନସନ୍, ଦେଶବ୍ୟାପୀ ଦୁଗ୍ଧ-ଦୁଗ୍ଧଜାତ ସାମଗ୍ରୀର ଯାଞ୍ଚ କରିବ FSSAI

author img

By

Published : May 25, 2023, 4:41 PM IST

ସାରା ଦେଶରେ ଯାଞ୍ଚ ହେବ କ୍ଷୀର ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀ । ଅପମିଶ୍ରଣ ରୋକିବା ପାଇଁ FSSAI ନେଲା ନିଷ୍ପତ୍ତି । ଅଧିକ ପଢନ୍ତୁ

କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟର ଦେଶବ୍ୟାପୀ ମାନ ଯାଞ୍ଚ କରିବ FSSAI

ହାଇଦ୍ରାବାଦ: ସାରା ଦେଶର ଯାଞ୍ଚ ହେବ ଦୁଗ୍ଧ-ଦୁଗ୍ଧଜାତ ସାମଗ୍ରୀ ବା ଦ୍ରବ୍ୟର ଗୁଣବତ୍ତା । କ୍ଷୀରରେ ଅପମିଶ୍ରଣ ରୋକିବା ପାଇଁ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଦେଶବ୍ୟାପୀ ଏହି ଗୁଣବତ୍ତା ଯାଞ୍ଚ ମିଶନ ଆରମ୍ଭ କରିବାକୁ ଯାଉଛି । କ୍ଷୀର ପ୍ରକ୍ରିୟାକରଣ ବ୍ୟବସାୟ କରୁଥିବା ବିଭିନ୍ନ ସଂସ୍ଥା ଓ ଗ୍ରାମାଞ୍ଚଳର ଫାର୍ମରୁ ନମୂନା ସଂଗ୍ରହ କରାଯାଇ ଏହି ଯାଞ୍ଚ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

  • The Food Safety and Standards Authority of India (FSSAI) will conduct nationwide surveillance on milk and milk products in its ongoing effort to curb adulteration of milk and milk products. This pan-India surveillance will be done on a large scale by collecting samples from both… pic.twitter.com/ybsm605C7J

    — ANI (@ANI) May 25, 2023 " class="align-text-top noRightClick twitterSection" data=" ">

FSSAI ର ଏକାଧିକ ଟିମ ଏହି କାର୍ଯ୍ୟରେ ନିୟୋଜିତ ହେବେ । ପ୍ରାୟ ସମସ୍ତ ଜିଲ୍ଲାରୁ କ୍ଷୀର ଓ କ୍ଷୀରଜାତ ସାମଗ୍ରୀର ନମୂନା ସଂଗ୍ରହ କରାଯିବ । କ୍ଷୀର, ଛେନା, ପନିର, ଘିଅ, ଲହୁଣି, ଦହି ଓ କ୍ଷୀର ପ୍ରସ୍ତୁତ ଆଇସକ୍ରିମର ନମୂନା ସଂଗ୍ରହ କରି ଏହି ଟିମ ଲ୍ୟାବକୁ ପଠାଇବ । ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା ସମ୍ପର୍କରେ ଏହି ଅଭିଯାନ ଆରମ୍ଭ କରାଯାଉଥିବା ଫାସି କହିଛି । କ୍ଷୀର ଓ କ୍ଷୀରଜାତ ସମସ୍ତ ସାମଗ୍ରୀର ବ୍ୟବହାର ବହୁଳ ଭାବେ ଭାରତୀୟ ସମାଜରେ ହୋଇଥାଏ । ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ ଅସୁସ୍ଥ ମଧ୍ୟ କ୍ଷୀର ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀ ଉପରେ ନିର୍ଭରଶୀଳ ଥାଆନ୍ତି । ତେଣୁ ଏହାର ଗୁଣବତ୍ତା ନିଶ୍ଚିତ କରିବା ଓ ବଜାରରେ ଉପଲବ୍ଧ ହେଉଥିବା ସାମଗ୍ରୀରେ ଖାଉଟିଙ୍କ ସୁରକ୍ଷା ଓ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ହେବ । ତେଣୁ ଏହାର ମାନ ପରୀକ୍ଷା କରାଯିବା ନେଇ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ସଂସ୍ଥା କହିଛି ।

2018 ରେ ମଧ୍ୟ FSSAI ଏପରି ଅଭିଯାନ ଦେଶବ୍ୟାପି କରିଥିଲା । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ମୋଟ 6,432 ସଂଗ୍ରହ କରାଯାଇ ଲ୍ୟାବରେ ଏହାର ମାନ ଯାଞ୍ଚ କରାଯାଇଥିଲା । ଦେଶର ମୋଟ 1103 ସହର ଓ ଜିଲ୍ଲାରୁ ଏହି ନମୂନା ସଂଗ୍ରହ କରିଥିଲା ପ୍ରାଧିକରଣ । ଯେଉଁ ସହରର ଲୋକସଂଖ୍ୟା 50 ହଜାର ଉପରେ ସେହି ସହରରେ ଏହି ସାମଗ୍ରୀର ଗୁଣବତ୍ତା ଯାଞ୍ଚକୁ ଅଧିକ ପ୍ରାଥମିକତା ଦିଆଯାଇଥିଲା । ସେହିପରି 2020 ରେ ପାନ-ଇଣ୍ଡିଆ ମିଲ୍କ ପ୍ରଡକ୍ଟ ସର୍ଭେ ମଧ୍ୟ କରାଯାଇଥିଲା । ଏଥିରେ ମୋଟ 542 ଜିଲ୍ଲାରୁ କ୍ଷୀରଜାତ ଦ୍ରବ୍ୟର ନମୂନା ସଂଗ୍ରହ କରାଯାଇ ଗୁଣବତ୍ତା ପରୀକ୍ଷା କରାଯାଇଥିଲା ।

ସେହିପରି ଗୋରୁଙ୍କ ଠାରେ ଦେଖାଯାଇଥିବା ଲମ୍ପିଂ ରୋଗ ସୟମରେ ମଧ୍ୟ ଫାସି 12 ରାଜ୍ୟରେ କ୍ଷୀରର ମାନ ପରୀକ୍ଷା କରିଥିଲା । ତେବେ ଏହି ସର୍ଭେରେ କ୍ଷୀରରେ ଗୋରୁ ରୋଗର କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା । ବଜାରରେ ମିଳୁଥିବା କ୍ଷୀର ବ୍ୟବହାର ଉପଯୋଗୀ ବୋଲି FSSAI କହିବା ପରେ ଗ୍ରାହକ ଆଶ୍ବସ୍ତ ହୋଇଥିଲେ । ଏବେ ପୁଣି କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟର ଚାହିଦା ଓ ବହୁଳ ବ୍ୟବହାରକୁ ଦେଖି FSSAI ପୁଣିଥରେ ଦେଶବ୍ୟାପୀ ଏହାର ମାନ ପରୀକ୍ଷା କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.