ନୂଆଦିଲ୍ଲୀ: ବିଶ୍ବସ୍ତରରେ ବଢୁଛି ଭାରତୀୟଙ୍କ ପତିଆରା । ଗୋଟିଏ କି ଦୁଇଟା ନୁହେଁ ସୂଚନା ପ୍ରଯୁକ୍ତିବିଦ୍ୟା (IT) କ୍ଷେତ୍ରରେ ବିଶ୍ବର କିଛି ପ୍ରମୁଖ ବହୁଦେଶୀୟ କମ୍ପାନୀ (Multi national company) ର ଶୀର୍ଷ ନତୃତ୍ବ ନେଉଛନ୍ତି ଭାରତୀୟ । ନିକଟରେ twitter CEO ଭାବରେ ପରାଗ ଅଗ୍ରୱାଲଙ୍କ ଦାୟିତ୍ବ ଗ୍ରହଣ ପରେ ପୂର୍ବ ତାଲିକାରେ ଆଉ ଜଣେ ସଫଳ ଭାରତୀୟଙ୍କ ନାଁ ଯୋଡି ହୋଇଯାଇଛି ।
ବର୍ତ୍ତମାନ ବିଶ୍ବ ବୈଷୟିକ ତଥା ସୂଚନା ପ୍ରଯୁକ୍ତି ବିଦ୍ୟା (information technology)କ୍ଷେତ୍ରକୁ ଦେଖିବାକୁ ଗଲେ ଅଧାରୁ ଅଧିକ ବିଶ୍ବର ପ୍ରମୁଖ କମ୍ପାନୀ ବର୍ତ୍ତମାନ ଭାରତୀୟ-ଆମେରିକୀୟଙ୍କ ଦ୍ୱାରା ପରିଚାଳିତ ହେଉଛି । ଗୁଗୁଲର ସୁନ୍ଦର ପିଚାଇଙ୍କ ଠାରୁ MICROSOFT ର ସତ୍ୟ ନାଡେଲା, Adobeର ଶାନ୍ତନୁ ନାରାୟଣ କୁହନ୍ତୁ କିମ୍ବା IBMର ଅରବିନ୍ଦ କ୍ରିଷ୍ଣାଙ୍କ ପର୍ଯ୍ୟନ୍ତ ଲମ୍ବା ତାଲିକା ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ବିଶ୍ବବ୍ୟାପି ଭାରତୀୟଙ୍କ ଦକ୍ଷତା ଓ କର୍ମକୁଶଳତାର ପରିଚୟ ବହନ କରିଛି ।
ଦେଖନ୍ତୁ ବିଶ୍ବର ପ୍ରମୁଖ ବହୁଦେଶୀୟ ବୈଷୟିକ କମ୍ପାନୀର ଶୀର୍ଷ ପରିଚାଳନାଗତ ପଦବିରେ ଥିବା ଭାରତୀୟଙ୍କୁ
![ସୁନ୍ଦର ପିଚାଇ](https://etvbharatimages.akamaized.net/etvbharat/prod-images/13780720_tt.jpg)
ସୁନ୍ଦର ପିଚାଇ:- googleର ବର୍ତ୍ତମାନର ceo ତଥା ଭାରତୀୟ ସୁନ୍ଦର ପିଚାଇ । 2015 ମସିହାରେ ଅଗଷ୍ଟରେ ସୁନ୍ଦର ପିଚାଇଙ୍କୁ googleର ନୂତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ceo ଭାବେ ଦାୟିତ୍ବ ମିଳିଥିଲା । ସଂସ୍ଥାର ପୂର୍ବତନ ceo ଏରିକ୍ ଶିମିଡ୍ ଏବଂ ସହ-ପ୍ରତିଷ୍ଠାତା ଲ୍ୟାରି ପେଜ୍ ପରେ କମ୍ପାନୀର ତୃତୀୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଦାୟିତ୍ବରେ ଅବସ୍ଥାପିତ ହୋଇଥିଲେ ସୁନ୍ଦର ପିଚାଇ । ତେବେ ୨୦୧୫ ରେ ଗୁଗୁଲରେ ସାମିଲ ହୋଇଥିବା ସୁନ୍ଦର ପିଚାଇ 2019 ଡିସେମ୍ବରରେ ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟର ସିଇଓ ପଦକୁ ଉନ୍ନିତ ହୋଇଥିଲେ । ବର୍ତ୍ତମାନ ସେ ବିଶ୍ବର ଏହି ପ୍ରତିଷ୍ଠିତ ବହୁଦେଶୀୟ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ଜାରି ରଖିଛନ୍ତି ।
![ପରାଗ ଅଗ୍ରୱାଲ](https://etvbharatimages.akamaized.net/etvbharat/prod-images/13780720_ree.jpeg)
ପାରାଗ ଅଗ୍ରୱାଲ:-
ସଦ୍ୟତମ ସଫଳ ଭାରତୀୟ ତାଲିକାରେ ସ୍ଥାନ ପାଇଛନ୍ତି ପରାଗ ଅଗ୍ରୱାଲ । ବିଶ୍ବର ପ୍ରମୁଖ ତଥା ଲୋକପ୍ରିୟ ସୋସିଆଲ ମିଡିଆ ଟ୍ୱିଟରର ନୂତନ ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି ପରାଗ । ପରାଗ ଅଗ୍ରୱାଲ ଭାରତୀୟରେ ଉଚ୍ଚଶିକ୍ଷା ଶେଷ କରିଥିବା ବେଳେ ପରବର୍ତ୍ତୀ ସମୟରେ ଆମେରିକାରେ ମଧ୍ୟ ବୈଷୟିକ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ପରାଗ ଅଗ୍ରୱାଲ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟୁଇଟର ସହିତ ରହିଛନ୍ତି ଏବଂ 2017 ରୁ ମୁଖ୍ୟ ଟେକ୍ନୋଲୋଜି ଅଫିସର ଭାବେ କାର୍ଯ୍ୟ କରିଆସୁଥିଲେ । ତେବେ ଗତକାଲି ସେ ନୂତନ ମୁଖ୍ୟ ନିର୍ବାହୀ ଅଧିକାରୀ (ceo) ଭାବେ ଶୀର୍ଷ ପରାଚଳନା ଭାର ଗ୍ରହଣ କରିଛନ୍ତି ।
![ସତ୍ୟା ନାଡେଲା](https://etvbharatimages.akamaized.net/etvbharat/prod-images/13780720_yt.jpg)
ସତ୍ୟ ନାଡେଲା:-
ସେହିପରି ବିଶ୍ବର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ମାଇକ୍ରୋସଫ୍ଟର CEO ହେଉଛନ୍ତି ଅନ୍ୟତମ ସଫଳ ଭାରତୀୟ ସତ୍ୟ ନାଡେଲା । 2014 ମସିହା ଫେବୃଆରୀରେ ସତ୍ୟା ଏହି ପ୍ରମୁଖ ଦାୟିତ୍ବରେ ଅବସ୍ଥାପିତ ହୋଇଥିଲେ । ବିଶ୍ବର ସଫ୍ଟଓ୍ବେର କ୍ଷେତ୍ରେର ଏକଦା ଶୀର୍ଷସ୍ଥାନ ଅଧିକାର କିରଥିବା ମାଇକ୍ରୋସଫ୍ଟର ସେ ବର୍ତ୍ତମାନ ଏହି ପ୍ରମୁଖ ଦାୟିତ୍ବରେ କାର୍ଯ୍ୟଭାର ତୁଲାଉଛନ୍ତି ।
![ଅରବିନ୍ଦ କୃଷ୍ଣା](https://etvbharatimages.akamaized.net/etvbharat/prod-images/13780720_th.jpg)
ଅରବିନ୍ଦ କୃିଷ୍ଣା:-
ଜାନୁୟାରୀ 2020ରେ, ଭାରତୀୟ ଜନ୍ମିତ ଅରବିନ୍ଦ କୃଷ୍ଣଙ୍କୁ ବିଶ୍ୱର ଅନ୍ୟମତ ଆମେରିକୀୟ ପ୍ରଯୁକ୍ତି ବିଦ୍ୟା କମ୍ପାନୀ IBMର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବରେ ନିଯୁକ୍ତ କରାଯାଇଥିଲା । ତାଙ୍କର କାର୍ଯ୍ୟ ଦକ୍ଷତା ତଥା କର୍ମ କୁଶଳତା ପାଇଁ ସେ ଜଣେ ଜଣେ ସଫଳ ବୈଷୟିକ ପ୍ରଶାସକ ଭାବେ ମଧ୍ୟ ବର୍ଣ୍ଣିତ ହୋଇଥିଲେ । କମ୍ପାନୀକୁ ନୂଆ ବୈଷୟିକ ଯୁଗରେ ଏକ ପ୍ରମୁଖ ସଂସ୍ଥା ଭାବେ ପଦ ବଜାୟ ରଖିବାରେ ତାଙ୍କର କୁଶଳ ନେତୃତ୍ବ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । 59 ବର୍ଷୀୟ ଅରବିନ୍ଦ କୃୀଷ୍ଣା 1990 ରେ IBM ଯୋଗ ଦେଇଥିଲେ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି IIT କାନପୁରର ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଉର୍ବାନା-ଚମ୍ପେନ୍ ଠାରେ ଇଲିନୋଇସ୍ ୟୁନିଭରସିଟିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଉଚ୍ଚ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ ।
![ଶାନ୍ତନୁ ନାରାୟଣ](https://etvbharatimages.akamaized.net/etvbharat/prod-images/13780720_ti.jpg)
ଶାନ୍ତନୁ ନାରାୟଣ:-
ଅନ୍ୟ ଜଣେ ବିଶ୍ବସ୍ତରୀୟ ସଫଳ ବୈଷୟିକ ପ୍ରଶାସକ ହେଉଛନ୍ତି ଶାନ୍ତନୁ ନାରାୟଣ । ଶାନ୍ତନୁ 2007 ଠାରୁ Adobe Incର ଚେୟାରମ୍ୟାନ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟ କରିଆସୁଛନ୍ତି । ଏହାପୂର୍ବରୁ ସେ 2005 ମସିହାରୁ କମ୍ପାନୀର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ। ନାରାୟଣ ହାଇଦ୍ରାବାଦରେ ତେଲୁଗୁ ଭାଷାଭାଷୀ ପରିବାରରେ ଜନ୍ମ ଗ୍ରହଣ କରିବା ସହ ଭାରତରେ ହିଁ ଉଚ୍ଚ ଶିକ୍ଷା ଲାଭ କରିଥିଲେ ।
![ରଘୁ ରଘୁରାମନ୍](https://etvbharatimages.akamaized.net/etvbharat/prod-images/13780720_yyy.jpg)
ରଘୁ ରଘୁରାମନ୍:-
କ୍ଲାଉଡ୍ କମ୍ପ୍ୟୁଟିଂ କମ୍ପାନୀ VMware ସିଇଓ ହେଉଛନ୍ତି ଭାରତୀୟ ରଘୁ ରଘୁରାମନ୍ । ରଘୁ 2003ରେ କମ୍ପାନୀରେ ଯୋଗ ଦେଇଥିଲେ । ସେହିବର୍ଷ ଜୁନ 1 ରେ ଏହି ପ୍ରମୁଖ ଦାୟିତ୍ବ ଗ୍ରହଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ସେ ମଧ୍ୟ ଏହି ପ୍ରତିଷ୍ଠିତ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବରେ ଅବସ୍ଥାପିତ ରହିଛନ୍ତି ।
![ଜୟଶ୍ରୀ ଉଲାଲ](https://etvbharatimages.akamaized.net/etvbharat/prod-images/13780720_tyt.jpg)
ଜୟଶ୍ରୀ ଉଲାଲ: -
ଜୟଶ୍ରୀ ଭି ଉଲାଲ ଜଣେ ଆମେରିକୀୟ ବିଲିୟନେୟାର ବ୍ୟବସାୟୀ । ଜୟଶ୍ରୀ ଇଂଲଣ୍ଡରେ ଜନ୍ମ ଗ୍ରହଣ କରିଥିବାବେଳେ ଭାରତରେ ତାଙ୍କ ବାଲ୍ୟାକାଳ ଓ ଶିକ୍ଷା ସମାପ୍ତ ହୋଇଥିଲା । ସେ ବର୍ତ୍ତମାନ Arista Networksର ଅଧ୍ୟକ୍ଷା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବରେ ଅଛନ୍ତି ।
![ଲକ୍ଷ୍ମଣ ନରସିଂହ୍ମା](https://etvbharatimages.akamaized.net/etvbharat/prod-images/13780720_iio.jpg)
ଲକ୍ଷ୍ମଣ ନରସିଂହ୍ମା:-
ସେ ପେପସିକୋରେ ମୁଖ୍ୟ ବ୍ୟବସାୟିକ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା chief executive officer (CEO) of Reckitt Benckiser, ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଅଟନ୍ତି । ନରସିଂହ୍ମା 19 ବର୍ଷ ପର୍ଯ୍ୟନ୍ତ 2012 ପର୍ଯ୍ୟନ୍ତ ମ୍ୟାକ୍ କିନ୍ସିରେ କାର୍ଯ୍ୟ କରିଥିଲେ, ଏବଂ ସେମାନଙ୍କର ନୂଆଦିଲ୍ଲୀ କାର୍ଯ୍ୟାଳୟ ପାଇଁ ନିର୍ଦ୍ଦେଶକ ଏବଂ ଲୋକେସନ ମ୍ୟାନେଜର ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । 2012 ରେ ସେ ପେପସିକୋରେ ଯୋଗ ଦେଇ ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଭାବରେ ମଧ୍ୟ ଦାିୟିତ୍ବ ତୁଲାଇଥିଲେ । ସେ ସେପ୍ଟେମ୍ବର 2019 ରେ Reckitt Benckiserର ସିଇଓ ଭାବରେ ରାକେଶ କପୁରଙ୍କ ଉତ୍ତରାଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।
![ରାଜୀବ ସୌରୀ](https://etvbharatimages.akamaized.net/etvbharat/prod-images/13780720_ewe.jpg)
ରାଜୀବ ସୌରୀ:-
1967 ମସିହା ଅକ୍ଟୋବର 10ତାରିଖରେ ଜନ୍ମଗ୍ରହଣ କରିଥିବା ସୁରି ଜଣେ ସିଙ୍ଗାପୁରର ବ୍ୟବସାୟ କାର୍ଯ୍ୟନିର୍ବାହୀ ଏବଂ ଫେବୃଆରୀ 2021 ରୁ ଇନମାରସାଟର ସିଇଓ ରହିଆସିଛନ୍ତି । ସେ ପୂର୍ବରୁ 31 ଜୁଲାଇ 2020 ପର୍ଯ୍ୟନ୍ତ ନୋକିଆର ସିଇଓ ଭାବେ ମଧ୍ୟ ଦାୟିତ୍ବରେ ଥିଲେ। ମେ 2014 ରେ ନୋକିଆର ସିଇଓ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ 2009 ରୁ ନୋକିଆ ସଲ୍ୟୁସନ୍ ଏବଂ ନେଟୱାର୍କର ସିଇଓ ଥିଲେ ଏବଂ 1995 ରେ ସେ ନୋକିଆରେ ଯୋଗ ଦେବା ପରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଥିଲେ ।
![ଦୀନେଶ ସି ପାଲିୱାଲ](https://etvbharatimages.akamaized.net/etvbharat/prod-images/13780720_rer.jpg)
ଦୀନେଶ ସି ପାଲିୱାଲ:-
2007 ରୁ 2020 ପର୍ଯ୍ୟନ୍ତ ଅଟୋମୋବାଇଲ୍, ଉପଭୋକ୍ତା ଏବଂ ବୃତ୍ତିଗତ ବଜାର ପାଇଁ ଅଡିଓ ଏବଂ ଇନଫୋଟେନ୍ମେଣ୍ଟ ସିଷ୍ଟମ ପ୍ରଦାନକାରୀ ହରମନ ଇଣ୍ଟରନ୍ୟାସନାଲ ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଥିଲେ ଭାରତୀୟ ଦୀନେଶ । କମ୍ପାନୀ ସହିତ ପ୍ରାୟ 13 ବର୍ଷ ପରେ ଅଧ୍ୟକ୍ଷ ତଥା ସିଇଓ ଭାବେ ସେ ଇସ୍ତଫା ଦେଇଛନ୍ତି ଏବଂ ବର୍ତ୍ତମାନ ନିର୍ଦ୍ଦେଶକ ବୋର୍ଡର ଜଣେ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ ଜାରି ରଖିଛନ୍ତି ଦୀନେଶ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ