ଚେନ୍ନାଇ: ବିବାହ ଉତ୍ସବରେ ବରକନ୍ୟାଙ୍କୁ ସାଧାରଣତଃ ବିଭିନ୍ନ ଉପହାର ପ୍ରଦାନ କରାଯାଇଥାଏ । କିଏ ଫୁଲତୋଡା ତ ଆଉ କିଏ ଘର କରଣା ପୁଣି କିଏ ନବ ଦମ୍ପତିଙ୍କ ପ୍ରିୟ ଜିନିଷ ପ୍ରଦାନ କରିଥାନ୍ତି । କିନ୍ତୁ ତାମିଲନାଡୁର ଚେଙ୍ଗାଲପାଟ୍ଟୁ ଜିଲ୍ଲାର ଚେୟୁର ଗ୍ରାମରେ ନବ ବିବାହିତ ଦମ୍ପତିଙ୍କୁ ପେଟ୍ରୋଲ ଏବଂ ଡିଜେଲ ଉପହାର ପ୍ରଦାନ କରାଯାଇଛି । ତୈଳଦର ଦିନକୁ ଦିନ ବୃଦ୍ଧି ହେଉଥିବାରୁ ଦମ୍ପତିଙ୍କ ବନ୍ଧୁ ମାନେ ବିବାହ ଭୋଜିରେ ସାମିଲ ହୋଇ ଏକ ବୋତଲ ପେଟ୍ରୋଲ ଓ ଡିଜେଲ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି ।
ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ଦମ୍ପତିଙ୍କ ବନ୍ଧୁ ପେଟ୍ରୋଲ ଓ ଡିଜେଲ ଉପହାର ଦେଉଥିବା ଦେଖିବାକୁ ମିଳିଛି । ତାମିଲନାଡୁରେ ଗତ ୧୫ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ୯ଟଙ୍କା ବୃଦ୍ଧି ହୋଇଛି । ପେଟ୍ରୋଲ ମୂଲ୍ୟ 110.85 ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା 100.94 ଟଙ୍କା ରହିଛି।
@ANI