ନୂଆଦିଲ୍ଲୀ: ପୁଣି ରାଫେଲ ଯୁଦ୍ଧ ବିମାନ ଝଡ । ଭାରତ ପରେ ଫ୍ରାନ୍ସରେ ରାଫେଲ୍ ଡିଲ୍ ନେଇ ରାଜନୈତିକ ପାରଦ ଉପରମୁହାଁ । ଲଢୁଆ ବିମାନ ଚୁକ୍ତିରେ ହେରଫେର ହୋଇଥିବା ନେଇ ଆସିଛି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଯାହାକୁ ନେଇ ଫ୍ରାନ୍ସରେ ଆରମ୍ଭ ହେବ ତଦନ୍ତ । ଫ୍ରାନ୍ସର ଜାତୀୟ ଆର୍ଥିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (PNF) ଏହି ତଦନ୍ତ ଭାର ନେଇଛି । ଶୁକ୍ରବାର ସଂସ୍ଥା ପକ୍ଷରୁ କୁହାଯାଇଛି, 2016ରେ ଭାରତକୁ 36 ଟି ରାଫେଲ ଯୁଦ୍ଧ ବିମାନ ବିକ୍ରିରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବା ପାଇଁ ଜଣେ ବିଚାରପତିଙ୍କୁ ଦାୟିତ୍ବ ଦିଆଯାଇଛି । 7.8 ବିଲିୟନ ୟୁରୋ ମୂଲ୍ୟର ଚୁକ୍ତିକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇବା ପରେ ବିବାଦ ଆରମ୍ଭ ହୋଇଥିଲା ।
ଫ୍ରାନ୍ସର ଦାସଲ୍ଟ ଆଭିଏସନ ଦ୍ବାରା ପ୍ରସ୍ତୁତ ଯୁଦ୍ଧ ବିମାନ କିଣିବା ପାଇଁ ଫ୍ରାନ୍ସ ସହିତ ଭାରତର ଚୁକ୍ତି ହୋଇଥିଲା । ଏଥିରେ ପୂର୍ବରୁ 126 ଯୁଦ୍ଧ ବିମାନ କିଣିବା ପାଇଁ ରାଷ୍ଟ୍ରାୟତ କମ୍ପାନୀ ‘ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ’ ସହ ଚୁକ୍ତି କରିଥିଲା ୟୁପିଏ ସରକାର । ତେବେ ଏହି ଚୁକ୍ତିକୁ ଖାରଜ କରି ଏନଡିଏ ସରକାର ଫ୍ରାନ୍ସର ଦାସଲ୍ଟ ଆଭିଏସନ ସହ ଚୁକ୍ତି କରିଥିବା ଅଭିଯୋଗ ଆଣିଥିଲେ ବିରୋଧୀ ।
ଏହାପୂର୍ବରୁ, ଏପ୍ରିଲରେ, ଫ୍ରାନ୍ସର ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଅନୁସନ୍ଧାନରୁ ଜଣାପଡିଛି ଯେ 2016 ମସିହାରେ ଏହି ଚୁକ୍ତି ପରେ ଡାସଲ୍ଟ ଜଣେ ମଧ୍ୟସ୍ଥିକୁ ମଧ୍ୟସ୍ଥତା ପାଇଁ 1.1 ମିଲିୟନ୍ ୟୁରୋ ପ୍ରଦାନ କରିଥିଲେ । ତେବେ ଏପରି ଅଭିଯୋଗ ପରେ ଏପ୍ରିଲ ମାସରେ ଫ୍ରାନ୍ସର ଏରୋସ୍ପେସ୍ ପ୍ରମୁଖ ଡାସଲ୍ଟ ଆଭିଏସନ ଭାରତ ସହିତ ରାଫେଲ ଯୁଦ୍ଧ ବିମାନ ଚୁକ୍ତିରେ ଦୁର୍ନୀତି ନେଇ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବା ସହ ଚୁକ୍ତିନାମାରେ ଅନୁଯାୟୀ କୌଣସି ଉଲ୍ଲଂଘନ ହୋଇନଥିବା ସ୍ପଷ୍ଟୀକରଣ ରଖିଥିଲେ ।
ତେବେ ଫ୍ରାନ୍ସରେ ରାଫେଲ ଝଡ ପୁଣି ଉଠିବା ପରେ ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ । ଦଳ ପୁଣି ଦୋହରାଇଛି JPC ତଦନ୍ତ । ଆଉ ଦଳର ପୂର୍ବତନ ସଭାପତି ଟ୍ବିଟ୍ କରି ପୁଣି ପିଏମ୍ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ।
-
चोर की दाढ़ी…#RafaleScam
— Rahul Gandhi (@RahulGandhi) July 3, 2021 " class="align-text-top noRightClick twitterSection" data="
">चोर की दाढ़ी…#RafaleScam
— Rahul Gandhi (@RahulGandhi) July 3, 2021चोर की दाढ़ी…#RafaleScam
— Rahul Gandhi (@RahulGandhi) July 3, 2021
2019 ସାଧାରଣ ନିର୍ବାଚନ ସମୟରେ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଜୋରଦାର ଉଠାଇଥିଲେ, ଯେଉଁଠାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମିଳିତ ସଂସଦ କମିଟି (JPC) ଦ୍ବାରା ଯାଞ୍ଚ କରିବାକୁ ଦାବି କରିଥିଲେ । କଂଗ୍ରେସ ଏହା ମଧ୍ୟ ଉଲ୍ଲେଖ କରିଛି ଯେ ପ୍ରତିରକ୍ଷା କ୍ରୟ ପ୍ରକ୍ରିୟା ଅନୁଯାୟୀ, ଭାରତ ସରକାରଙ୍କ ନୀତି ଅନୁଯାୟୀ ପ୍ରତ୍ୟେକ ପ୍ରତିରକ୍ଷା କ୍ରୟ ଚୁକ୍ତିରେ ଏକ 'ଅଖଣ୍ଡତା ସ୍ବରୂପ କୌଣସି ପ୍ରତିରକ୍ଷା ଡିଲରେ ମଧ୍ୟସ୍ଥତା ଆଦୌ ଗ୍ରହଣୀୟ ନୁହେଁ । ଏହା ଦେଶର ସାମରିକ ଗୋପନିୟତା ପ୍ରତି କୁଠାରଘାତ ଓ ଦଣ୍ଡନୀୟ ଅପରାଧ ବୋଲି ଦର୍ଶାଇଥିଲା କଂଗ୍ରେସ ।
ଏହି ଚୁକ୍ତିରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ରାଫେଲ ଜେଟର ଏକ ଅଧିକ ମୂଲ୍ୟର ଚୁକ୍ତି କରି ଭାରତୀୟ କମ୍ପାନୀ ରିଲାଏନ୍ସକୁ ଅହେତୁକ ଅନୁକମ୍ପା ମଧ୍ୟ ପ୍ରଦାନ କରିଥିବା ମଧ୍ୟ ଅଭିଯୋଗ କରିଥିଲେ ବିରୋଧୀ ।
ଆହୁରି ମଧ୍ୟ, ଡାସଲ୍ଟ ଆଭିଏସନ ଏବଂ ରିଲାଏନ୍ସ ଗ୍ରୁପ୍ 2017 ରେ ଦାସଲ୍ଟ ରିଲାଏନ୍ସ ଏରୋସ୍ପେସ୍ ଲିମିଟେଡ୍ (DRAL) ମିଳିତ ଉଦ୍ୟୋଗ ପ୍ରତିଷ୍ଠା କରିଥିଲେ ଏବଂ ନାଗପୁରରେ ଏକ କାରଖାନା ନିର୍ମାଣ କରିଥିଲେ ଯାହାକି 2018 ଠାରୁ ଅନେକ ଫାଲକନ ପାର୍ଟ ଉତ୍ପାଦନ ଜାରି ରଖିଛି । ତେବେ ଏ ସମସ୍ତ ଅଭିଯୋଗ ପରେ ଫ୍ରାନ୍ସ ସରକାରଙ୍କର ତଦନ୍ତକାରୀ ସଂସ୍ଥା ଏବେ ଏହି ଚୁକ୍ତିନାମାର ବିଚାର ବିଭାଗୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ