ETV Bharat / bharat

ଯୋଗୀଙ୍କ ବଡ ଘୋଷଣା; ରାଜ୍ୟରେ ମିଳିବ ମାଗଣା WiFi

ଆଗକୁ ଆସୁଛି ୟୁପି ବିଧାନସଭା ନିର୍ବାଚନ । ଏନେଇ ଲୋକଙ୍କୁ ଉତ୍ତମ ଜୀବନ ଶୈଳୀ ମିଳିବା ନେଇ ପ୍ରତିଶ୍ରୃତି ଦେଉଛନ୍ତି ଯୋଗୀ ସରକାର । ରାଜ୍ୟର ୨୧୭ ସ୍ଥାନ ସହ ୧୭ ମ୍ୟୁନସିପାଲଟିରେ ମାଗଣା ଓ୍ବାଇଫାଇ ସେବା ମିଳିବ । ଅଧିକ ପଢନ୍ତୁ...

author img

By

Published : Jul 22, 2021, 6:54 AM IST

Free WiFi in Uttar Pradesh, Yogi government makes big announcement
ଯୋଗୀଙ୍କ ବଡ ଘୋଷଣା; ରାଜ୍ୟରେ ମିଳିବ ମାଗଣା WiFi

ଲକ୍ଷ୍ନୌ: ଆଗକୁ ଆସୁଛି ୟୁପି ବିଧାନସଭା ନିର୍ବାଚନ । ଏନେଇ ଲୋକଙ୍କୁ ଉତ୍ତମ ଜୀବନ ଶୈଳୀ ମିଳିବା ନେଇ ପ୍ରତିଶ୍ରୃତି ଦେଉଛନ୍ତି ଯୋଗୀ ସରକାର । ଆଉ ଏହାରି ମଧ୍ୟରେ ମାଗଣା ଓ୍ବାଇଫାଇ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜ୍ୟର ୨୧୭ ସ୍ଥାନ ସହ ୧୭ ମ୍ୟୁନସିପାଲଟିରେ ମାଗଣା ଓ୍ବାଇଫାଇ ସେବା ମିଳିବ । ଯାହା ଲୋକଙ୍କ ଜୀବନ ଶୈଳୀକୁ ଅଧିକ ଉନ୍ନତ କରିବ ।

ଲକ୍ଷ୍ନୌ, କାନପୁର, ଆଗ୍ରା, ଆଲିଗଡ, ବାରାଣାସୀ, ପ୍ରୟାଗରାଜ, ଝାନ୍ସି, ବରେଲି, ସାହାରନପୁର, ମୋରଦାବାଦ, ଗୋରଖପୁର, ଅଯୋଧ୍ୟା, ମେରଟ, ଶାହାଜାହାନପୁର, ଗାଜିଆବାଦ, ମଥୁରା-ବୃନ୍ଦାବନରେ ମାଗଣା ୱାଇଫାଇ ସେବା ଯୋଗାଇବେ ସରକାର। ଫିରୋଜାବାହ 200 ମ୍ୟୁନିସିପାଲିଟି ପରିଷଦରେ ମଧ୍ୟ ଏ ସେବା ଉପଲବ୍ଧ ହେବ । ବିଶେଷକରି ବସଷ୍ଟାଣ୍ଡ, ରେଳଷ୍ଟେସନ, ତହସିଲ, କୋର୍ଟ, ବ୍ଲକ ଏବଂ ରେଜିଷ୍ଟ୍ରାର କାର୍ଯ୍ୟାଳୟ ପରିସରରେ ଏହି ସୁବିଧା ଯୋଗାଇ ଦିଆଯିବ।

ଏହାବ୍ୟତୀତ ଆମେଥୀରେ ଜିଲ୍ଲା ଡାକ୍ତରଖାନା ପାଇଁ ଅର୍ଥ କମିଟି ଦେଇଥିବା ବଜେଟର ଅନୁମୋଦନ ୟୁପି କ୍ୟାବିନେଟ ବୈଠକରେ ପାରିତ ହୋଇଛି । ରାଜ୍ୟର 6 ମାସ ମଧ୍ୟରେ 58,189 ଗ୍ରାମ ପଞ୍ଚାୟତରେ ନୂତନ ପଞ୍ଚାୟତ ଘର ନିର୍ମାଣ ଏବଂ ପୁରୁଣା ପଞ୍ଚାୟତ ଘର ମରାମତି ପାଇଁ ପ୍ରସ୍ତାବ ଅନୁମୋଦନ ହୋଇଛି । ଗ୍ରାମ ପଞ୍ଚାୟତରେ ଜଣେ ପଞ୍ଚାୟତ ସହାୟକ ଏବଂ କମ୍ପ୍ୟୁଟର ଅପରେଟର ଭାବେ ନିଯୁକ୍ତି କରାଯିବ। ଏହା 1.25 ଲକ୍ଷ ଲୋକଙ୍କୁ ରୋଜଗାର ଦେବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.