ନୂଆଦିଲ୍ଲୀ: ଅଗଷ୍ଟ ୫ରୁ ୧୫ ତାରିଖ ଯାଏଁ ଦେଶର ସମସ୍ତ ଐତିହାସିକ ସ୍ଥଳୀରେ ମିଳିବ ମାଗଣା ଏଣ୍ଟ୍ରି । ୭୫ତମ ସ୍ବାଧୀନତା ଦିବସ ଏବଂ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା(Archaeological Survey of India) ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳ ପରିଦର୍ଶନ ପାଇଁ ପର୍ଯ୍ୟଟକଙ୍କୁ ଟିକେଟ୍ କିଣିବାକୁ ପଡିବନି । ୧୫ ତାରିଖ ଯାଏଁ ତାଜମହଲ ସମେତ ସବୁ ଐତିହ୍ୟ ଓ ସ୍ମାରକ ସ୍ଥଳଗୁଡିକରେ ମାଗଣାରେ ପ୍ରବେଶ କରିପାରିବେ ପର୍ଯ୍ୟଟକ । ବୁଧବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ।
-
𝗙𝗿𝗲𝗲 𝗘𝗻𝘁𝗿𝘆 𝗔𝘁 𝗔𝗹𝗹 𝗠𝗼𝗻𝘂𝗺𝗲𝗻𝘁𝘀 (𝗔𝘂𝗴𝘂𝘀𝘁 𝟱-𝟭𝟱):
— G Kishan Reddy (@kishanreddybjp) August 3, 2022 " class="align-text-top noRightClick twitterSection" data="
As part of 'Azadi ka #AmritMahotsav' and 75th I-Day celebrations, @ASIGoI has made Entry Free for the visitors/tourists to all its protected monuments/sites across the country,
from 5th -15th August, 2022 pic.twitter.com/NFuTDdCBVw
">𝗙𝗿𝗲𝗲 𝗘𝗻𝘁𝗿𝘆 𝗔𝘁 𝗔𝗹𝗹 𝗠𝗼𝗻𝘂𝗺𝗲𝗻𝘁𝘀 (𝗔𝘂𝗴𝘂𝘀𝘁 𝟱-𝟭𝟱):
— G Kishan Reddy (@kishanreddybjp) August 3, 2022
As part of 'Azadi ka #AmritMahotsav' and 75th I-Day celebrations, @ASIGoI has made Entry Free for the visitors/tourists to all its protected monuments/sites across the country,
from 5th -15th August, 2022 pic.twitter.com/NFuTDdCBVw𝗙𝗿𝗲𝗲 𝗘𝗻𝘁𝗿𝘆 𝗔𝘁 𝗔𝗹𝗹 𝗠𝗼𝗻𝘂𝗺𝗲𝗻𝘁𝘀 (𝗔𝘂𝗴𝘂𝘀𝘁 𝟱-𝟭𝟱):
— G Kishan Reddy (@kishanreddybjp) August 3, 2022
As part of 'Azadi ka #AmritMahotsav' and 75th I-Day celebrations, @ASIGoI has made Entry Free for the visitors/tourists to all its protected monuments/sites across the country,
from 5th -15th August, 2022 pic.twitter.com/NFuTDdCBVw
ଏଥର ସ୍ବାଧୀନତା ଦିବସ ତା'ର 75 ବର୍ଷ ପୂରଣ କରିବ । ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଏହାକୁ ଦୃଷ୍ଟିରେ ରଖି ଏଏସଆଇ ଅଧିନରେ ଥିବା ସମସ୍ତ ଐତିହ୍ୟସ୍ଥଳରେ ୫ରୁ ଅଗଷ୍ଟ ୧୫ ଯାଏଁ ମାଗଣା ପ୍ରବେଶ ଅନୁମତି ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ ଟ୍ବିଟ୍ କରି ଏ ସମ୍ପର୍କରେ ଜଣାଇଛନ୍ତି ।