ETV Bharat / bharat

ଦିଲ୍ଲୀବାସୀଙ୍କୁ ମାଗଣା କୋଭିଡ ଟିକା - ମାଗଣା କୋଭିଡ ଟିକା

ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ସମସ୍ତ ସରକାରୀ ହସ୍ପିଟାଲରେ ମିଳିବ ମାଗଣା କୋଭିଡ ଟିକା । ଅଧିକ ପଢନ୍ତୁ...

ଦିଲ୍ଲୀବାସୀଙ୍କୁ ମାଗଣା କୋଭିଡ ଟିକା
ଦିଲ୍ଲୀବାସୀଙ୍କୁ ମାଗଣା କୋଭିଡ ଟିକା
author img

By

Published : Mar 9, 2021, 12:49 PM IST

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ କୋଭିଡ-19 ଟିକା । ‘ଆମ ଆଦମୀ କୋଭିଡ’ ଯୋଜନା ମାଧ୍ୟମରେ ଟିକା ଯୋଗାଇ ଦିଆଯିବ । ଏଥିପାଇଁ ଆଜି ବଜେଟରେ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ କୋଭିଡ ଟିକା ମିଳିବ ।

ଆଜି ଦିଲ୍ଲୀ ବିଧାନସଭାରେ 2021-22 ପାଇଁ ଆର୍ଥିକ ବଜେଟ ଉପସ୍ଥାପନା କରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଏହି ସମୟରେ ମାଗଣାରେ ରାଜ୍ୟବାସୀଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବା ନେଇ ଘୋଷଣା କରିଥିଲେ । ବର୍ତ୍ତମାନ ଦିଲ୍ଲୀରେ 45 ହଜାର ଟିକାକରଣ କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ 60 ହଜାରକୁ ବୃଦ୍ଧି କରାଯିବ ବୋଲି ମନିଷ ସିସୋଦିଆ କହିଛନ୍ତି ।

ସୂଚନାଯୋଗ୍ୟ, ଦେଶବ୍ୟାପୀ ଜାନୁଆରୀ 16 ତାରିଖରୁ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । ଦେଶରେ ଦୁଇଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡ ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ମାର୍ଚ୍ଚ 1 ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ କରାଯାଉଛି । ଯେଉଁଥିରେ 60 ବର୍ଷରୁ ଊର୍ଦ୍ଧ୍ବ ଓ 45 ବର୍ଷରୁ ଗୁରୁତର ରୋଗୀଙ୍କୁ ଟିକା ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.