ETV Bharat / bharat

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଫ୍ରାନ୍ସର ଶୋକ ପ୍ରକାଶ

author img

By

Published : Feb 7, 2021, 8:45 PM IST

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ । ମୃତକ ଓ ଘଟଣାରେ ପ୍ରଭାବିତ ଲୋକଙ୍କ ସହ ଛିଡା ହୋଇଥିବା କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଫ୍ରାନ୍ସର ଶୋକ ପ୍ରକାଶ
ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଫ୍ରାନ୍ସର ଶୋକ ପ୍ରକାଶ

ନୂଆଦିଲ୍ଲୀ:ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ । ଏଭଳି ବିପଦ ସମୟରେ ମୃତକ ଓ ଘଟଣାରେ ପ୍ରଭାବିତ ଲୋକଙ୍କ ସହ ଛିଡା ହୋଇଥିବା କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ।

ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗୁଁ ପ୍ରବଳ କ୍ଷୟକ୍ଷତି ପରେ ଏବେସୁଦ୍ଧା 10 ଜଣଙ୍କର ପ୍ରାଣ ହରାଇସାରିଲେଣି । 150ରୁ ଊର୍ଦ୍ଧ୍ବ ନିଖୋଜ ଅଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହେବା ନେଇ ରହିଛି ଆଶଙ୍କା । ଏହାରି ମଧ୍ୟରେ ମୃତକଙ୍କ ପରିବାରକୁ ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟସରକାର ।

ହିମସ୍ଖଳନ ଘଟଣାରେ ଓଡିଶାର ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତା ଶୋକ ପ୍ରକାଶ କରିଛନ୍ତି । ଘଟଣା ସମ୍ପର୍କରେ ଅଧିକାରୀଙ୍କ ସହ ସମ୍ପର୍କରେ ଅଛନ୍ତି ପ୍ରଧାନମନ୍ତ୍ରୀ । ହିମସ୍ଖଳନ ଯୋଗୁଁ ଋଷି ଗଙ୍ଗା ଓ ଧୌଳି ଗଙ୍ଗା ସଙ୍ଗମ ସ୍ଥଳରେ ଅବସ୍ଥିତ ଋଷି ଗଙ୍ଗା ସ୍ଥିତ ରୈଣୀ ଗାଁ ନିକଟରେ ଥିବା ଋଷି ଗଙ୍ଗା ଜଳବିଦ୍ୟୁତ ପ୍ରୋଜେକ୍ଟରେ ହୋଇଛି ବ୍ୟାପକ କ୍ଷୟକ୍ଷତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.