ETV Bharat / bharat

Fourth phase in UP: କୃଷକଙ୍କ କ୍ରୋଧର ଶିକାର ହୋଇପାରେ ବିଜେପି ଭୋଟବ୍ୟାଙ୍କ

author img

By

Published : Feb 23, 2022, 6:56 PM IST

ଉତ୍ତର ପ୍ରଦେଶ ବିଧାନସଭା ନର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟିଂ ପରେ ସମସ୍ତଙ୍କ ନଜରରେ ରହିଛି ଲଖୀମପୁର ଖେରୀ ଆସନ । କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଜାମିନ ମିଳିବା ହେଉ କି ଆଖୁଚାଷ ବହୁଳ ତରାଇ କ୍ଷେତ୍ର ଚାଷୀଙ୍କ ଆଭିମୁଖ୍ୟ ମଧ୍ୟ ବିଜେପି ପାଇଁ ନିର୍ଣ୍ଣାୟକ ହେବା ନେଇ ବରିଷ୍ଠ ସାମ୍ବାଦିକ ଅତୁଲ ଚନ୍ଦ୍ରାଙ୍କ ପୂର୍ବାକଳନ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶ ଚତୁର୍ଥ ପର୍ଯ୍ୟାୟ ମତଦାନ
ଉତ୍ତର ପ୍ରଦେଶ ଚତୁର୍ଥ ପର୍ଯ୍ୟାୟ ମତଦାନ

ଲକ୍ଷ୍ନୌ: ସରିଛି ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ । ଆଜି ୯ ଜିଲ୍ଲାର ୫୯ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଦିନେ କଂଗ୍ରେସର ଗଡ ଭାବେ ମଧ୍ୟ ସମଗ୍ର ରାଜ୍ୟରେ ପରିଚିତ ଥିବା ରାଏବରେଲି ସାମିଲ ରହିଛି । ବିଦ୍ରୋହ କରି କଂଗ୍ରେସ ଛାଡିଥିବା ଅଦିତି ସିଂ ବିଜେପି ଟିକେଟରୁ ବିଧାୟିକା ଭାବେ ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ ହୋଇ କଂଗ୍ରେସ ପ୍ରାର୍ଥୀଙ୍କୁ କଡା ଟକ୍କର ଦେଇଛନ୍ତି ।

ସେହିପରି ରାଏବରେଲି ସଂସଦୀୟ କ୍ଷେତ୍ରରେ ଆସୁଥିବା ସମସ୍ତ ୫ ବିଧାନସଭା ଆସନ ହାତେଇବା ପାଇଁ ଦମ୍ଭ ଦେଖାଇଛି କଂଗ୍ରେସ । ପ୍ରଥମଥର ଦେଖିବାକୁ ମିଳିଛି ଯେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏହି କ୍ଷେତ୍ର ସମେତ ସମଗ୍ର ଉତ୍ତର ପ୍ରଦେଶରେ ଦଳର ଭାବମୂର୍ତ୍ତି ସଜାଡିବା ସହ ପ୍ରଦର୍ଶନର ଧାରାରେ ପରିବର୍ତ୍ତନ ଆଣିବା ପାଇଁ ବହୁ କସରତ ମଧ୍ୟ କରିଛନ୍ତି ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅବଧି ଶେଷ ହେବା ପୂର୍ବରୁ ଶାସକ ବିଜେପି ସମେତ ଅନ୍ୟ ପ୍ରାୟ ସମସ୍ତ ପ୍ରମୁଖ ଦଳର ତୁଙ୍ଗ ନେତାମାନେ ଘମାଘୋଟ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆପ୍ରାଣ ଚେଷ୍ଟା କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସମାଜବାଦୀ ପାର୍ଟି ମୁଖ୍ୟ ତଥା ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଖିଳେଶ ଯାଦବ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅନ୍ୟତମ ପ୍ରମୁଖ ପ୍ରତିଦ୍ବନ୍ଦୀ ଆମ ଆଦମି ପାର୍ଟି(AAP)ର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ପ୍ରମୁଖ ମାରାଥନ ପ୍ରଚାର କରିବା ସହ ନିଜ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରିଥିଲେ । ଏହି ତୁଙ୍ଗ ନେତାମାନେ ପରସ୍ପରକୁ ଦାୟୀ କରିବା ସହ ଆରୋପ ପ୍ରତ୍ୟାରୋପରେ ଭୋଟ ମାଗିବା ଦେଖିବାକୁ ମିଳିଥିଲା ।

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପରି ନେତା ମଧ୍ୟ ଉତ୍ତର ପ୍ରଦେଶରେ ଡେରା ପକାଇବା ସହ ନିର୍ବାଚନୀ ଜନସଭାରେ ଆତଙ୍କବାଦକୁ ପ୍ରୋତ୍ସାହନ ଯୋଗାଇବା ଅଭିଯୋଗ କରି ସପାକୁ କଡା ସମାଲୋଚନା କରିଥିବା ନଜର ଆସିଥିଲେ । ଅହମ୍ମଦାବାଦ ବିସ୍ପୋରଣରେ ଗିରଫ ଜଣେ ଦୋଷୀର ବାପା ସପା ମୁଖ୍ୟ ଅଖିଳେଶଙ୍କ ସହ ଏକ କାର୍ଯ୍ୟକ୍ରମରେ ସାମିଲ ଥିବାର ଏକ ଫଟୋ ମଧ୍ୟ ପ୍ରଦର୍ଶିତ କରିଥିଲେ ଅନୁରାଗ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଉତ୍ତର ପ୍ରଦେଶ ଗସ୍ତ କରି ମାରାଥାନ ପ୍ରଚାର କରିବା ସହ ମୁଖ୍ୟ ପ୍ରତିଦ୍ବନ୍ଦୀ ସମାଜବାଦୀ ପାର୍ଟିକୁ କଡା ସମାଲୋଚନା କରିବାକୁ ପଛାଇ ନଥିଲେ । ଗୁଜୁରାଟର ଅହମ୍ମଦାବାଦରେ ହୋଇଥିବା ବିସ୍ଫୋରଣ ଘଟଣା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସପାକୁ ପରୋକ୍ଷ କଟାକ୍ଷ କରିଥିବା ଦେଖିବାକୁ ମିଳିଥିଲା । ଉକ୍ତ ବିସ୍ଫୋରଣରେ ସାଇକେଲ ବ୍ୟବହାର ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିବା କହିଥିଲେ ପ୍ରଧାନମନ୍ତ୍ରୀ । ଯାହାକି ଅଖିଳେଶଙ୍କ ସମାଜବାଦୀ ପାର୍ଟିର ନିର୍ବାଚନୀ ସଙ୍କେତ ।

ସେହିପରି ଘଟଣା ପରେ ସପା ମୁଖ୍ୟ ଅଖିଳେଶ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସାଇକେଲ ମନ୍ତବ୍ୟକୁ ନେଇ କାଉଣ୍ଟର ଆଟାକ କରିବା ସହ ଏହା ଦେଶବାସୀଙ୍କ ପ୍ରତି ଅପମାନ ବୋଲି ଦର୍ଶାଇଥିଲେ । ଦେଶର କୋଟି କୋଟି ଗରିବ ଶ୍ରମିକ ସାଇକେଲ ବ୍ୟବହାର କରୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ସେମାନଙ୍କ ତଥା ଦେଶର ସ୍ବାଭିମାନକୁ ଅପମାନ କରିଛି ବୋଲି ଅଖିଳେଶ କହିଥିଲେ ।

ଅନ୍ୟତମ ଆସନ ପିଲିଭିତ ବରେଲି ମଣ୍ଡଳର ଅଂଶ ଭାବେ ରୋହିଲଖଣ୍ଡ କ୍ଷେତ୍ରରେ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି । ଏହା ସମଗ୍ର ରାଜ୍ୟରେ ଏକ ଆଖୁ ଉତ୍ପାଦନକାରୀ ଜିଲ୍ଲା ଭାବେ ମଧ୍ୟ ପରିଚିତ । ତେଣୁ ଏଠାରେ ଥିବା ଆଖୁଚାଷୀଙ୍କୁ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ଅର୍ଥରାଶି ଏବେ ମଧ୍ୟ ମିଳି ନଥିବାରୁ ଆଖୁ ଚାଷୀଙ୍କ ଭୋଟ ବିଜେପି ଖାତାକୁ ଯିବାରେ ସମସ୍ୟା ସୃଷ୍ଟି ହେଲା ପରି ସ୍ଥିତି ଦୃଷ୍ଟିଗୋଚର ହେଉଛି । ଏହି କ୍ଷେତ୍ର ଏକ ଆଖୁଚାଷୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ସେମାନଙ୍କ ଭୋଟ କ୍ଷେତ୍ରର ଫଳାଫଳ ଉପରେ ନିର୍ଣ୍ଣାୟକ ପ୍ରଭାବ ରଖୁଛି ।

ରାଜଧାନୀ ଲକ୍ଷ୍ନୌରେ ସାମୁଦାୟିକ କାର୍ଡର ପ୍ରଭାବ ରହିଥିବା ବେଳେ ବିଜେପିକୁ କ୍ଲିନସ୍ବିପ ମିଳିବା ଏତେଟା ସହଜ ଦୃଶ୍ୟମାନ ହେଉନାହିଁ । ସମାଜବାଦୀ ପାର୍ଟି ମଧ୍ୟ ଏହି କ୍ଷେତ୍ରରେ ଶାସକ ବିଜେପିକୁ କଡା ଟକ୍କର ଦେବା ପାଇଁ ସମ୍ପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିଛି, ଯାହା ବିଜେପି ପାଇଁ କେତେକାଂଶରେ ଆହ୍ବାନପୂର୍ଣ୍ଣ ହୋଇପାରେ । ଏହି କ୍ଷେତ୍ରରେ ସିହା ଓ ସୁନ୍ନି ଦୁଇ ସମ୍ପ୍ରଦାୟର ଭୋଟରଙ୍କ ପ୍ରଭାବ ରହିଥିବା ବେଳେ ସିହା ସମ୍ପ୍ରଦାୟ ପାରମ୍ପାରିକ ଭାବେ ବିଜେପିକୁ ଭୋଟ ଦେଇଆସୁଛନ୍ତି । ସେହିପରି ଅନ୍ୟ ସମୂହ ସୁନ୍ନି ବିଜେପି ପରିବର୍ତ୍ତେ ନିରପେକ୍ଷ ଦଳକୁ ଭୋଟ ଦେବାର ପୂର୍ବ ରେକର୍ଡ ରହିଆସିଛି ।

ବର୍ତ୍ତମାନ ଉକ୍ତ ସମୀକରଣରେ ସମାନ୍ୟ ପରିବର୍ତ୍ତନ ନଜର ଆସିଛି । ନାଗରିକତ୍ବ ସଂଶୋଧନ ଆଇନକୁ ବିରୋଧ ବେଳେ ଯୋଗୀ ସରକାର ସେମାନଙ୍କ ପ୍ରତି ନେଇଥିବା କଠୋର ଆଭିମୁଖ୍ୟ ମଧ୍ୟ ସେମାନଙ୍କ ପୂର୍ବ ପ୍ରଚଳିତ ଧାରାରେ ପରବର୍ତ୍ତନ ଆଣିପାରେ ବୋଲି ଚର୍ଚ୍ଚା ପ୍ରକାଶ ପାଇଛି ।

ଲକ୍ଷ୍ନୌର ଅନ୍ୟ ସ୍ଥାନଗୁଡିକରେ ଦଳିତ, ବୈଷ୍ୟ, କ୍ଷତ୍ରୀୟ ଓ ବ୍ରାହ୍ମଣଙ୍କ ପ୍ରଭାବ ରହିଛି । ଠାକୁର ବହୁଳ ନିର୍ବାଚନ ମଣ୍ଡଳୀ ସରୋଜିନୀ ନଗରରେ ବିଜେପି ପୂର୍ବତନ ମନ୍ତ୍ରୀ ସ୍ବାତି ସିଂଙ୍କ ପରିବର୍ତ୍ତେ ପୂର୍ବତନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ରାଜେଶ୍ବର ସିଂଙ୍କୁ ପ୍ରାର୍ଥୀ କରିଛି । ତେବେ ଏପରି ପରିବର୍ତ୍ତନ ଦଳ ପାଇଁ କୌଣସି ସାମୁଦାୟିକ ଭୋଟ ସମୀକରଣ ପ୍ରଭାବିତ ହେବା ପରି ମଧ୍ୟ ଦୃଶ୍ୟମାନ ହେଉନାହିଁ, କାରଣ ବିରୋଧୀ କଂଗ୍ରେସ ପକ୍ଷରୁ ମଧ୍ୟ ଜଣେ ଠାକୁର ସମୁହର ପ୍ରାର୍ଥୀଙ୍କୁ ମୈଦାନକୁ ଅଣାଯାଇଛି ।

୨୦୧୭ ନିର୍ବାଚନ ପରି ବିରୋଧୀମାନେ ମଧ୍ୟ ମିଳିତ ମୋର୍ଚ୍ଚା ଗଠନ କରିଛନ୍ତି । ଗତ ନିର୍ବାଚନରେ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦୀ ସମାଜବାଦୀ ପାର୍ଟି କଂଗ୍ରେସ ସହ ମେଣ୍ଟରେ ନର୍ବାଚନ ଲଢିଥିବା ବେଳେ ଫଳାଫଳ ନୈରାଶ୍ୟଜନକ ରହିଥିଲା । ପରେ ଦୁହେଁ ହାତ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ । ୨୦୧୭ ରେ ଏହି କ୍ଷେତ୍ରର ମୋଟ ୫୯ ଆସନ ମଧ୍ୟରୁ ବିଜେପି ୫୧ ଆସନ ହାତେଇବା ସହ ୪ ଆସନ ସପା ପାଖକୁ ଯାଇଥିଲା । ସେହିପରି ମୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ଓ କଂଗ୍ରେସ ମାତ୍ର ୨ ଲେଖାଏଁ ଆସନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲ । ଚଳିତ ନିର୍ବାଚନରେ ଏକାଧିକ ଘଟଣା ବିଜେପିର ପୂର୍ବ ଭୋଟ ବ୍ୟାଙ୍କ ସମୀକରଣକୁ ପ୍ରଭାବିତ କରିବାକୁ ଥିବାବେଳେ କଣ ହେଉଛି ଫଳାଫଳ ତାକୁ ସମଗ୍ର ଦେଶର ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

(ଏହି ଆଲେଖ୍ୟ ସମୀକ୍ଷକଙ୍କ ନିଜସ୍ବ ମତ, ଇଟିଭି ଭାରତର ନୁହେଁ ।)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.