ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟରେ ୟୁ୍କ୍ରେନରୁ ଫେରୁଛନ୍ତି ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀ । ତେବେ 'ଅପରେସନ ଗଙ୍ଗା' ମାଧ୍ୟମରେ ଭାରତୀୟଙ୍କୁ ଉଦ୍ଧାର ଜାରି ରହିଛି । ଆଜି ଏକ ସ୍ବତନ୍ତ୍ର ବିମାନରେ ୪ର୍ଥ ପର୍ଯ୍ୟାୟରେ ୧୯୮ ଜଣ ନାଗରିକ ଫେରୁଥିବା ନେଇ କେନ୍ଦ୍ର ବୈଦଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଟୁଇଟ୍ କରି କହିଛନ୍ତି ।
-
Fourth #OperationGanga flight is wheels up from Bucharest.
— Dr. S. Jaishankar (@DrSJaishankar) February 27, 2022 " class="align-text-top noRightClick twitterSection" data="
198 Indian nationals are coming back to Delhi. https://t.co/ONUsu1qYk6
">Fourth #OperationGanga flight is wheels up from Bucharest.
— Dr. S. Jaishankar (@DrSJaishankar) February 27, 2022
198 Indian nationals are coming back to Delhi. https://t.co/ONUsu1qYk6Fourth #OperationGanga flight is wheels up from Bucharest.
— Dr. S. Jaishankar (@DrSJaishankar) February 27, 2022
198 Indian nationals are coming back to Delhi. https://t.co/ONUsu1qYk6
ଏହା ବି ପଢନ୍ତୁ:Evacuation from Ukraine: ସ୍ବଦେଶ ଫେରିଲେ ୨୫୦ ଭାରତୀୟ, ସ୍ବାଗତ କଲେ ସିନ୍ଧିଆ
ତେବେ ବୁଖାରେଷ୍ଟରୁ ଉଡାଣ ଭରିଥିବା ଏହି ବିମାନ ଆଜି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବ । ଅନ୍ୟପଟେ ୟୁକ୍ରେନ ଉପରେ ଋଷର ଆକ୍ରମଣରେ ଫସି ରହିଛନ୍ତି ଅନେକ ଭାରତୀୟ ନାଗରିକ । ଏମାନଙ୍କୁ ଉଦ୍ଧାର କରିବା ଲାଗି କେନ୍ଦ୍ର ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ।
ସୂଚନାଥାଉକି, ବୁଚାରେଷ୍ଟରୁ ୨୫୦ ଭାରତୀୟ ନାଗରିକଙ୍କୁ ନେଇ ଭାରତ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆ ବିମାନ ଆଜି (ରବିବାର) ସକାଳେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିମାନବନ୍ଦରରେ ଉପସ୍ଥିତ ରହି ଭାରତୀୟଙ୍କୁ ସ୍ବାଗତ କରିଥିଲେ । ନିଜ ଦେଶକୁ ଫେରୁଥିବାରୁ ବେଶ ଖୁସି ଅଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ । ୟୁକ୍ରେନରେ ଫସି ରହିଥିବା ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଅପରେସନ ଗଙ୍ଗା ଆରମ୍ଭ ହୋଇଛି । ପ୍ରଥମ ବିମାନ, AI 1944 ସନ୍ଧ୍ୟାରେ ବୁଖାରେଷ୍ଟରୁ ୨୧୯ ଜଣଙ୍କୁ ନେଇ ମୁମ୍ବାଇ ଆସିଥିଲା । ଆଜି ସକାଳୁ ଦ୍ୱିତୀୟ ବିମାନ ଦିଲ୍ଲୀରେ ପହଞ୍ଚିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ