ETV Bharat / bharat

Shaheen Bagh Drug Haul Case: ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

author img

By

Published : May 2, 2022, 10:33 AM IST

ଦିଲ୍ଲୀ ଶାହିନବାଗ(Delhi's Shaheen Bagh)ରେ ୧୦୦ କୋଟିର ହିରୋଇନ ଜବତ ଘଟଣା । ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ । ଅଧିକ ପଢନ୍ତୁ

ସାହିନବାଗରେ ୧୦୦ କୋଟିର ହିରୋଇନ ଜବତ ଘଟଣା;ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

ନୂଆଦିଲ୍ଲୀ: ଶାହିନବାଗ (Delhi's Shaheen Bagh)ରେ ୧୦୦ କୋଟିର ହିରୋଇନ ଜବତ ଘଟଣା । ଏହି ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଏନସିବି(NCB) । ତେବେ ବନ୍ଧା ହୋଇଥିବା ଅଭିଯୁକ୍ତ ଜଣକ ମନି ଲଣ୍ତରିଂ କେସରେ ସାମିଲ ଥିବା ଜଣାପଡିଛି । ଏହି ଘଟଣାରେ ପୂର୍ବରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ଶନିବାର ଦିନ ୭ ଦିନିଆ ରିମାଣ୍ତରେ ପଠାଯାଇଛି ।

ତେବେ ଏହି ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ଆଫଗାନିସ୍ତାନର ନାଗରିକ ବୋଲି ସୂଚନା ମିଳିଛି । ଏନସିବିର ଡେପୁଟି ଡାଇରେକ୍ଟର ଜେନେରାଲ୍ (DDG)ସଞ୍ଜୟ ସିଂ କହିଛନ୍ତି ଯେ ଜବତ ହେରୋଇନ୍ ଆଫଗାନିସ୍ତାନରୁ ଆସୁଥିବା ଜଣାପଡିଛି । ଏହି ମାମଲାରେ ନାର୍କୋ-ଟେରୋରିଜିମ୍ (narco-terrorism) ଅର୍ଥାତ ଆତଙ୍କୀ ଲିଙ୍କ ଥାଇପାରେ ବୋଲି ସନ୍ଦେହ କରୁଛି ଏନସିବି । ଯାହା ଦୁବାଇ, ଆଫଗାନିସ୍ତାନ ଏବଂ ପାକିସ୍ଥାନ ଦେଶ ସହ ଲିଙ୍କ ରହିଛି । ଏହି ଘଟଣାରେ ଅଧିକ ଲୋକ ଜଡିତ ଅଛନ୍ତି ବୋଲି କହିଛନ୍ତି ଏନସିବି ମୁଖ୍ୟ ଏସଏନ ପ୍ରଧାନ (NCB head SN Pradhan)।

ସୂଚନା ଅନୁସାରେ, ଏପ୍ରିଲ 27ରେ ଦିଲ୍ଲୀର ଶାହିନବାଗର ଏକ ଘରୁ 50 କିଲୋଗ୍ରାମ ଉଚ୍ଚ ଗୁଣବତ୍ତା ହିରୋଇନ, 47 କିଲୋ ସନ୍ଦିଗ୍ଧ ନିଶା(suspected narcotics), ଟଙ୍କା ଗଣିବା ମେସିନ ଏବଂ ଆପତ୍ତି ଜନକ ସାମଗ୍ରୀ ଜବତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.