ETV Bharat / bharat

ଜାରି ରହିଛି ଡ୍ରୋନ ଷଡଯନ୍ତ୍ର; ସାମ୍ବା ସମେତ ୩ଟି ସ୍ଥାନରେ ପୁଣି ଉଡିଲା ଡ୍ରୋନ - ଜାରି ରହିଛି ଡ୍ରୋନ ଷଡଯନ୍ତ୍ର

ଜାମ୍ମୁ କାଶ୍ମୀରରେ ଶେଷ ହେଉନାହିଁ ଡ୍ରୋନ ଷଡଯନ୍ତ୍ର । ସୁରକ୍ଷାବଳଙ୍କ କଡା ନଜର ସତ୍ତ୍ବେ ସୁଯୋଗ ଦେଖି ଡ୍ରୋନ ଉଡାଇବାକୁ ଭୁଲୁ ନାହାନ୍ତି ଆତଙ୍କିସ୍ତାନ । ରବିବାର ରାତିରେ ପୁଣି ସାମ୍ବା ଜିଲ୍ଲା ବ୍ରାହ୍ମଣା ଏରିଆରେ ଗୋଟିଏ କି ଦୁଇଟି ନୁହେଁ ଉଡିଛି ୪ଟି ଡ୍ରୋନ ।

ଜାରି ରହିଛି ଡ୍ରୋନ ଷଡଯନ୍ତ୍ର
ଜାରି ରହିଛି ଡ୍ରୋନ ଷଡଯନ୍ତ୍ର
author img

By

Published : Aug 2, 2021, 11:06 AM IST

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଶେଷ ହେଉନାହିଁ ଡ୍ରୋନ ଷଡଯନ୍ତ୍ର । ସୁରକ୍ଷାବଳଙ୍କ କଡା ନଜର ସତ୍ତ୍ବେ ସୁଯୋଗ ଦେଖି ଡ୍ରୋନ ଉଡାଇବାକୁ ଭୁଲୁନାହିଁ ଆତଙ୍କିସ୍ତାନ । ରବିବାର ରାତିରେ ପୁଣି ସାମ୍ବା ଜିଲ୍ଲା ବ୍ରାହ୍ମଣା ଏରିଆରେ ଗୋଟିଏ କି ଦୁଇଟି ନୁହେଁ ଉଡିଛି ୪ଟି ଡ୍ରୋନ । ଗୋଟିଏ ଡ୍ରୋନ ଆର୍ମି କ୍ୟାମ୍ପ ଅଞ୍ଚଳରେ ଦେଖା ଦେଇଥିବା ବେଳେ ଅନ୍ୟ ଡ୍ରୋନ ସୀମା ଆରପଟେ ଉଡୁଥିବା ଦେଖିଥିଲେ ଭାରତୀୟ ସୁରକ୍ଷାବଳ ।

ତେବେ ଏହି ଏହି ସମସ୍ତ ଡ୍ରୋନ ଉପରେ କୌଣସି ଗୁଳି ଚଳାଇ ନାହିଁ ସେନା । କାରଣ ସମସ୍ତ ଡ୍ରୋନ ସୀମା ଆରପଟେ(ପାକିସ୍ତାନ) ପାର୍ଶ୍ବରରେ ଉଡୁଥିଲା । ଘଟଣାକୁ ନେଇ ସାମ୍ବା ଏଏସପି କହିଛନ୍ତି ସାମ୍ବା ପରେ ବ୍ରାହ୍ଣଣା ଏରିଆରେ ମଧ୍ୟ ଡ୍ରୋନ ଉଡିଛି । ଘଟଣାକୁ ନେଇ ସ୍ଥାନୀୟ ପୋଲିସ ଓ ସେନା ପୁରା ଆଲର୍ଟ ରହିଛନ୍ତି । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସେନା ପୁରା ପ୍ରସ୍ତୁତ ତିବା ସେ କହିଛନ୍ତି । ଏହା ପୂର୍ବରୁ ଗତ ଶନିବାର ସାମ୍ବା ଓ ବ୍ରାହ୍ମଣା ଏରିଆରେ ଡ୍ରୋନ ଉଡିଥିଲା । କିଛି ସମୟ ପରେ ଏହି ଡ୍ରୋନ ଦ୍ବୟ ପାକିସ୍ତାନ ପଟକୁ ଚାଲିଯାଇଥିବା ସ୍ଥାନୀୟ ଲୋକେ କହିଥିଲେ । ଏହା ପୂର୍ବରୁ ଗତ ଗୁରୁବାର ମଧ୍ୟ ସୀମାରେ ଉଡିଥିଲା ଶତ୍ରୁ ଡ୍ରୋନ । ଯାହାକୁ ସେନା ଗୁଳି କରି ଖସାଇ ଦେଇଥିଲା ।

ଜମ୍ମୁ କାଶ୍ମୀର ଏୟାର ଫୋର୍ସ ଷ୍ଟେସନ ଉପରେ ଡ୍ରୋନ ଆକ୍ରମଣ ପରଠାରୁ ପାକିସ୍ତାନ ଡ୍ରୋନ ଷଡଯନ୍ତ୍ର ଜାରି ରହିଛି । ଯାହାର ଭାରତୀୟ ସେନା ଦୃଢତାର ସହ ମୁକାବିଲା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.