ETV Bharat / bharat

କୁପୱାରାରେ ଏନକାଉଣ୍ଟର, ସେନା ଗୁଳିରେ ଟଳିଲେ 4 ଆତଙ୍କୀ - ସେନା ଗୁଳିରେ ଟଳିଲେ 4 ଆତଙ୍କୀ

ବଡ ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । 4 ଆତଙ୍କବାଦୀଙ୍କୁ ଗୁଳିକରି ନିପାତ କଲେ ସୁରକ୍ଷାକର୍ମୀ । ଅଧିକ ପଢନ୍ତୁ

Army and Police killed four terrorists
Army and Police killed four terrorists
author img

By

Published : Jun 23, 2023, 11:38 AM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁପୱାରାରେ ସୁରକ୍ଷାକର୍ମୀଙ୍କୁ ସଫଳତା । ପାକ ଅଧିକୃତ କାଶ୍ମୀରରୁ ଅନୁପ୍ରବେଶ ବେଳେ 4 ଆତଙ୍କବାଦୀଙ୍କୁ ଗୁଳିକରି ନିପାତ କଲେ ସୁରକ୍ଷାକର୍ମୀ । ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଉତ୍ତର କାଶ୍ମୀରର କାଲା ଜଙ୍ଗଲ ମାଛଲ ସେକ୍ଟରରେ ଏହି ବଡ ଧରଣର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ସେନା । ସେନା ଓ ପୋଲିସର ମିଳିତ ଏନକାଉଣ୍ଟରେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆତଙ୍କବାଦୀଙ୍କ ପରିଚୟ ବର୍ତ୍ତମାନ ମିଳିପାରିନାହିଁ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଏନେଇ କାଶ୍ମୀର ଜୋନ ପୋଲିସ ଟ୍ବିଟ କରି କହିଛି ଯେ, କୁପୱାରାର ମାଛଲ ସେକ୍ଟରର କାଲା ଜଙ୍ଗଲରେ ପୋଲିସ ଓ ସୁରକ୍ଷାକର୍ମୀର ଏକ ମିଳିତ ଟିମ 4 ଆତଙ୍କବାଦୀ ନିପାତ କରିଛନ୍ତି । ଯେଉଁ ମାନେ ପାକ ଅଧିକୃତ କାଶ୍ମୀରରୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଥିବା କାଶ୍ମୀର ପୋଲିସ କହିଛି ।

ଗତ ଜୁନ 16 ତାରିଖରେ ଜମ୍ମୁ କାଶ୍ମୀର କୁପୱାରାର ଜୁମାଗଣ୍ଡ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ 5 ବିଦେଶୀ ଆତଙ୍କୀ ନିପାତ ହୋଇଥିଲେ । ସୀମା ପାର ହୋଇ ଅନୁପ୍ରବେଶ ଉଦ୍ୟମ ବେଳେ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ ।

ଏହା ମଧ୍ୟ ପଢନ୍ତୁ-ସେନା ଗୁଳିରେ ସନ୍ଦିଗ୍ଧ ପାକିସ୍ତାନୀ ମହିଳା ଅନୁପ୍ରବେଶକାରୀ ମୃତ

ସେହିପରି ଗତ ଜୁନ୍ 13 ତାରିଖରେ କାଶ୍ମୀରରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କୁପଓ୍ବାରାରେ ଏନକାଉଣ୍ଟର ହୋଇଥିଲା । ସେନା ଓ ସ୍ଥାନୀୟ ପୋଲିସର ଏନକାଉଣ୍ଟରରେ 2 ହାର୍ଡକୋର ଆତଙ୍କବାଦୀ ନିହତ ହୋଇଥିଲେ । ଗତ ଜୁନ 1 ତାରିଖରେ ସୀମା ସୁରକ୍ଷା ବଳର ଗୁଳିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ ହୋଇଥିଲା । ଜମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରରେ ବିଏସଏଫ ଯବାନଙ୍କ ଗୁଳିମାଡରେ ପାକିସ୍ତାନୀ ଅନୁପ୍ରବେଶକାରୀର ମୃତ୍ୟୁ ହୋଇଥିଲା । ସମ୍ପୃକ୍ତ ଅନୁପ୍ରବେଶକାରୀ ଜଣକ ମଙ୍ଗୁ ଛକ ବଡର ଆଉଟ ପୋଷ୍ଟ ନିକଟରେ ସନ୍ଦେହଜନକ ବୁଲାବୁଲି କରୁଥିଲା । ତାକୁ ଅଟକାଇବାକୁ ଯବାନମାନେ ଗୁଳି ଚଳାଇଥିଲେ । ଏଥିରେ ଅନୁପ୍ରବେଶକାରୀର ମୃତ୍ୟୁ ହୋଇଥିଲା । ଜୁନ 2 ତାରିଖରେ ରଜୌରୀ ଦସଲ ଜଙ୍ଗଲ ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଜଣେ ଆତଙ୍କୀ ନିପାତ ହୋଇଥିଲା । ମେ ମାସରେ ବାରମୁଲା ଓ ରଜୌରୀରେ ଦୁଇଟି ଏନକାଉଣ୍ଟର ହୋଇଥିଲା । ଏଥିରେ 4 ଆତଙ୍କୀ ନିପାତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.