ETV Bharat / bharat

ହୋସ୍ ଉଡ଼ାଇଲା ବିଜୁଳି ବିଲ୍, ସିଙ୍ଗଲ ବେଡରୁମ ପାଇଁ ଆସିଲା ୪ ଲକ୍ଷ ଟଙ୍କା

author img

By

Published : Jul 12, 2023, 9:52 PM IST

ଏକମାତ୍ର ରୁମ୍ ଥିବା ଘରେ ରହୁଥିବା ଉପଭୋକ୍ତାଙ୍କର ଆସଛି ମାସକୁ 4 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବିଜୁଳି ବିଲ୍ । ଏଭଳି ଆଶ୍ଚର୍ଯ୍ୟଜନକ ଖବର ଆସିଛି କର୍ଣ୍ଣାଟକର ବେଲ୍ଲାରୀ ଅଞ୍ଚଳରୁ । ଅଧିକ ପଢନ୍ତୁ

ହୋସ୍ ଉଡ଼ାଇଲା ବିଜୁଳି ବିଲ୍
ହୋସ୍ ଉଡ଼ାଇଲା ବିଜୁଳି ବିଲ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲ୍ଲାରୀ ଅଞ୍ଚଳରୁ ଆସିଛି ହୋସ ଉଡାଇଦେବା ଭଳି ଖବର । ସିଙ୍ଗଲ ରୁମ୍ ବା ଏକମାତ୍ର ରୁମ୍ ଥିବା ଘରେ ରହୁଥିବା ଉପଭୋକ୍ତାଙ୍କର ଆସିଛି ମାସକୁ 4 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବିଜୁଳି ବିଲ୍ । ଏକଥା ବିଶ୍ବାସ ହେଉନଥିଲେ ବି ସତ । ଇନ୍ଦିରାନଗରରେ ରହୁଥିବା ମହେଶ ନାମକ ଯୁବକଙ୍କର ଘରୁ 4 ଲକ୍ଷ 26 ହଜାର 852 ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଥିବା ଜଣାପଡିଛି । ତେବେ ମହେଶ ଏବଂ ତାଙ୍କ ପତ୍ନୀ ରହୁଥିବା ଘରେ ମାତ୍ର ଗୋଟିଏ ରୁମ୍ ରହିଥିବାବେଳେ ଏତେ ପରିମାଣର ବିଲ୍ ଆସିବା ଘଟଣାକୁ ନେଇ ସେମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।

ତେବେ ମହେଶଙ୍କ କହିବା ଅନୁସାରେ, ପୂର୍ବରୁ ପ୍ରତି ମାସରେ ତାଙ୍କୁ ବିଜୁଳି ବିଲ୍ ବାବଦକୁ 7ଶହରୁ 1ହଜାର ଟଙ୍କା ଲେଖାଏଁ ଦେବାକୁ ପଡୁଥିଲା । ହେଲେ ଚଳିତ ମାସରେ ଆସିଥିବା ବିଲକୁ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଛନ୍ତି । ଏନେଇ ସେମାନେ ଗୁଲବର୍ଗ ଇଲକ୍ଟ୍ରିସିଟି ସପ୍ଲାଇ କମ୍ପାନୀ (GESCOM)ର କର୍ମଚାରୀଙ୍କୁ ଯୋଗାଯୋଗ କରିବା ସହ ବିଲ୍ ଫେରସ୍ତ କରି ଏହାର ସଠିକ ଯାଞ୍ଚ କରିବାକୁ ସେ ନିବେଦନ କରିଛନ୍ତି । ସେପଟେ ମହେଶଙ୍କ ପତ୍ନୀ ଭିରାମାଙ୍କ କହିବା ଅନୁସାରେ, ତାଙ୍କ ଘରେ କେବଳ ରେଫ୍ରିଜେରେଟର ଏବଂ 3ଟି ଫ୍ୟାନ ରହିଛି । ତେବେ ବର୍ତ୍ତମାନ ବର୍ଷା ହେଉଥିବାବେଳେ ପାଗ ଥଣ୍ଡା ରହୁଥିବାରୁ ଏସବୁର ବ୍ୟବହାର ମଧ୍ୟ କମ୍ ରହୁଛି । ତଥାପି ଏତେ ପରିମାଣର ବିଲ୍ ଆସିଲା କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏହା ମଧ୍ୟ ପଢନ୍ତୁ...ହୋସ ଉଡାଇଲା ବିଜୁଳି ବିଲ, ଗୋଟିଏ ମାସରେ ଆସିଲା ୭ କୋଟି

ସୂଚନା ଅନୁସାରେ, ମହେଶଙ୍କୁ ଅନଲାଇନ ଜରିଆରେ ବିଦ୍ୟୁତ ବିଲ୍ ପୈଠ କରିବାକୁ କୁହାଯାଇଥିଲା । ଏନେଇ ମହେଶ ଯେତେବେଳେ ଅନଲାଇନରେ ବିଦ୍ୟୁତ ବିଲ୍ ଯାଞ୍ଚ କରିଥିଲେ, ଏହାର ପରିମାଣ ଦେଖିବା ପରେ ତାଙ୍କର ହୋସ୍ ଉଡିଯାଇଥିଲା । 4 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବିଲ୍ ଆସିଥିବାର ଦେଖି ଉଭୟ ପତି ପତ୍ନୀ ଚିନ୍ତାରେ ପଡିଯାଇଥିଲେ । ବିଳମ୍ବ ନକରି ସେମାନେ ତୁରନ୍ତ ଗୁଲବର୍ଗ ଇଲକ୍ଟ୍ରିସିଟି ସପ୍ଲାଇ କମ୍ପାନୀ (GESCOM)ରେ ଅଭିଯୋଗ କରିଥିଲେ । ବିଦ୍ୟୁତ ବିଭାଗର କର୍ମଚାରୀକୁ ପୁନଃର୍ବାର ମିଟର ରିଡିଙ୍ଗ କରିବାକୁ ଅନୁରୋଧ କରିଥିଲେ ।

ତେବେ ପୁନଃର୍ବାର ମିଟରର ଯାଞ୍ଚ ପରେ 885 ଟଙ୍କା ବିଲ୍ ହୋଇଥିବା ଜଣାପଡିଥିଲା । ତେବେ ବିଭିନ୍ନ ସମୟରେ ଦେଶର ଅନେକ ସ୍ଥାନରୁ ଏହିଭଳି ବିଦ୍ୟୁତ ବିଭ୍ରାଟର ଖବର ଆସୁଛି । ବାରମ୍ବାର ବିଦ୍ୟୁତ ବିଭାଗର ଏଭଳି ଅବହେଳା ଓ ତ୍ରୁଟି ଦେଖିବାକୁ ମିଳିଛି । ପୂର୍ବରୁ ଉପଭୋକ୍ତାଙ୍କ ଘରୁ କୋଟି କୋଟି ଟଙ୍କାର ବିଲ୍ ଆସିଥିବାବେଳେ ପୁନଃର୍ବାର ଏପରି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.