ନୂଆଦିଲ୍ଲୀ: ମହାମାରୀ କୋରୋନାର ଭୟାବହତା ମଧ୍ୟରେ ଲୋକଙ୍କ ମନରେ ସୃଷ୍ଟି ହେଉଛି ଅନେକ ଭ୍ରମ । ଆଉ ଏହି ଭ୍ରମ ଦୂର ପାଇଁ ଦେଶର 4 ପ୍ରମୁଖ ଡାକ୍ତର ଏକ ହୋଇ ଜନସାଧାରଣଙ୍କ ସାମ୍ନାରେ ରଖିଛନ୍ତି ଅନେକ ପ୍ରଶ୍ନର ଉତ୍ତର ।
କରୋନା ସଙ୍କଟ ମଧ୍ୟରେ AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ମେଦାନ୍ତ ଚେୟାରମ୍ୟାନ୍ ଡକ୍ଟର ନରେଶ ତ୍ରେହାନ, ଏମ୍ସ ପ୍ରଫେସର ତଥା ଡାକ୍ତର ନାଭୀତ ୱିଗ ଏବଂ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡାକ୍ତର ସୁନୀଲ କୁମାର ଏକାଠି ହୋଇ ଲୋକଙ୍କ ମନରେ କୋରୋନାକୁ ନେଇ ସୃଷ୍ଟି ହେଉଥିବା ଭ୍ରମ ଦୂର ପାଇଁ ପ୍ରୟାସ କରିଛନ୍ତି ।
ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ ବର୍ତ୍ତମାନର କୋରୋନାର ସ୍ଥିତି ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି। ସେ କହିଛନ୍ତି, ଲୋକମାନେ ଘରେ ଇଞ୍ଜେକ୍ସନ, ସିଲିଣ୍ଡର ରଖିବା ଆରମ୍ଭ କରିଛନ୍ତି । କୋଭିଡ ଏକ ସାଧାରଣ ସଂକ୍ରମଣ । 85-90% ଲୋକଙ୍କର ଏହି ସାଧାରଣ ଜ୍ୱର, ଥଣ୍ଡା ହେଉଛି । ଏଥିପାଇଁ ଅକ୍ସିଜେନ ଓ ରେମଡିସଭିଅରର ଆବଶ୍ୟକତା ନଥିବା ସେ କହିଛନ୍ତି ।
ରଣଦୀପ ଗୁଲେରିଆ କହିଛନ୍ତି ଯେ ଯେଉଁ ରୋଗୀମାନେ ଘରେ ଅଛନ୍ତି ଏବଂ ଯେଉଁମାନଙ୍କର ଅମ୍ଳଜାନ ସ୍ତର 94ରୁ ଅଧିକ, ସେମାନଙ୍କୁ ରେମଡିସଭିଅରର ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ ଯଦି ଆପଣ ରେମଡିସଭିଅର ନିଅନ୍ତି, ତେବେ ଲାଭ କମ ବରଂ କ୍ଷତି ଅଧିକ ରହିଛି ।