ETV Bharat / bharat

ପୋଖରୀରେ ବୁଡି ଜେଜେ ମାଆ ସହ ୩ ନାତୁଣୀ ମୃତ

author img

By

Published : Aug 22, 2022, 8:53 AM IST

Updated : Aug 22, 2022, 10:36 AM IST

ପୋଖରୀରେ ଗେଣ୍ଡା ଖୋଜୁଥିବା ବେଳେ ଅଘଟଣ । ବୁଡିଗଲେ ଜେଜେ ମାଆ ସହ ତିନି ନାତୁଣୀ । ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ପୋଖରୀରେ ବୁଡି ଜେଜେ ମାଆ ସହ ୩ ନାତୁଣୀ ମୃତ
ପୋଖରୀରେ ବୁଡି ଜେଜେ ମାଆ ସହ ୩ ନାତୁଣୀ ମୃତ

ପାଟନା: ବିହାରର ପଶ୍ଚିମ ଚମ୍ପାରନରେ ଅଭାବନୀୟ ଘଟଣା । ପୋଖରୀରେ ବୁଡି ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୩ଜଣ ନାବାଳିକା ରହିଥିବା ବେଳେ ଜଣେ ମହିଳା ରହିଛନ୍ତି । ମଜୁଲିଆ ପୋଲିସ ଷ୍ଟେସନ ଅଞ୍ଚଳର ଡୁମରିଆ ଗ୍ରାମରେ ଏହି ଘଟଣା ଘଟିଥିବା ବେଳେ ସମ୍ପର୍କରେ ୪ ମୃତକ ଜେଜେ ମାଆ ନାତୁଣୀ ହୋଇଥିବା ଜଣାପଡିଛି ।

ପୋଖରୀରେ ବୁଡି ଜେଜେ ମାଆ ସହ ୩ ନାତୁଣୀ ମୃତ
ପୋଖରୀରେ ବୁଡି ଜେଜେ ମାଆ ସହ ୩ ନାତୁଣୀ ମୃତ

ଏହା ମଧ୍ୟ ପଢନ୍ତୁ-ଜେଜେମା’ର କ୍ରିୟା କର୍ମ ବେଳେ ବୁଡ଼ିଗଲେ ୫ ଭାଇ

ପୋଖରୀରିକୁ ଗେଣ୍ଡା ଖୋଜିବାକୁ ଯାଇଥିବା ବେଳେ ଜେଜେ ମାଆ ଓ ତାଙ୍କ ତିନି ନାତୁଣି ପାଣିରେ ବୁଡିଯାଇଥିଲେ । ଏହାପରେ ପୋଖରୀରେ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ସମସ୍ତ ମୃତକ ଚେତପୁର ଗାଁର ହୋଇଥିବା ବେଳେ ମହିଳା ଜଣଙ୍କ ହେଉଛନ୍ତି ଏଟୱାରୀ ଦେବୀ ଓ ତିନି ନାତୁଣୀ ହେଉଛନ୍ତି ଖୁସି କୁମାରୀ, ହାନସୀ କୁମାରୀ, ସରିତା କୁମାରୀ ବୋଲି ଜଣାପଡିଛି । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜୋଲିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହି ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Last Updated : Aug 22, 2022, 10:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.