ETV Bharat / bharat

Assam Flood: ୨୪ ଘଣ୍ଟାରେ ଗଲା ୪ ଜୀବନ, ମୃତ୍ୟୁ ସଂଖ୍ୟା ୧୨୧

author img

By

Published : Jun 26, 2022, 7:43 AM IST

ବନ୍ୟା ଯୋଗୁଁ ଆସାମରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Assam Flood: ୨୪ ଘଣ୍ଟାରେ ଗଲା ୪ ଜୀବନ, ମୃତ୍ୟୁ ସଂଖ୍ୟା ୧୨୧
Assam Flood: ୨୪ ଘଣ୍ଟାରେ ଗଲା ୪ ଜୀବନ, ମୃତ୍ୟୁ ସଂଖ୍ୟା ୧୨୧

ଗୌହାଟୀ: ଆସାମରେ କମୁନି ବନ୍ୟା ଦୁର୍ଦ୍ଦଶା। ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୨୧କୁ ବୃଦ୍ଧି ହୋଇଛି । ସମସ୍ତ ମୃତକ ବରପେଟା, କାଚର, ଡାରଙ୍ଗ ଓ ଗୋଲଘଟରୁ ହୋଇଥିବା ଜଣାପଡିଛି । ବର୍ଷା କମିଥିଲେ ସୁଦ୍ଧା ଏବେ ବି ୨୭ଟି ଜିଲ୍ଲାର ୨,୮୯୪ ଟି ଗାଁରେ ୨୫ଲକ୍ଷ ୧୦ ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି ।

ରାଜ୍ୟ ପରିଚାଳନା ବିପର୍ଯ୍ୟୟ ପ୍ରାଧିକରଣ (ASDMA) ତରଫରୁ ସୂଚନା ପ୍ରଦାନ କରାଯାଇଛି । ବାରପେଟା ଜିଲ୍ଲାରେ ପ୍ରାୟ ୭.୫୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ, ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଭାବରେ ଅବ୍ୟାହତ ରହିଆସିଛି । ବନ୍ୟା ପ୍ରଭାବିତଙ୍କୁ ୬୩୭ ରିଲିଫ୍ କ୍ୟାମ୍ପରେ ରହିଥିବା ବେଳେ ୨.୩୩ ଲକ୍ଷରୁ ଅଧିକ ଲୋକ ଏବେ ବି ଅସୁବିଧାରେ ରହିଛନ୍ତି । ୮୦,୩୪୬ ହେକ୍ଟରରୁ ଅଧିକ କୃଷି ଜମି ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଛି ।

ଦକ୍ଷିଣ ଆସାମର କାଚର ଜିଲ୍ଲାର ସିଲଚର ଟାଉନରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ସହରଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ଥିବା ବେଥୁକାଣ୍ଡିଠାରେ ଦୁଇ ଲକ୍ଷରୁ ଅଧିକ ଲୋକ ବନ୍ୟା ଜଳ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.