ETV Bharat / bharat

ସିଙ୍ଗାପୁରରୁ ଆସିଲା 4 କ୍ରାୟୋଜେନିକ୍ ଅକ୍ସିଜେନ କଣ୍ଟେନର

author img

By

Published : Apr 24, 2021, 10:09 PM IST

Updated : Apr 24, 2021, 10:16 PM IST

ଭାରତରେ କୋଭିଡ ସ୍ଥିତି ଭୟଙ୍କର ଥିବାବେଳେ ସିଙ୍ଗାପୁରରୁ ଆସିଲା 4 କ୍ରାୟୋଜେନିକ୍ ଅକ୍ସିଜେନ କଣ୍ଟେନର । ଅଧିକ ପଢନ୍ତୁ....

ସିଙ୍ଗାପୁରରୁ ଆସିଲା 4 କ୍ରୋଜେନିକ ଅକ୍ସିଜେନ କଣ୍ଟେନର

କୋଲକାତା: ଭାରତରେ କୋଭିଡ ସ୍ଥିତି ଭୟଙ୍କର ହେବା ସହ ଅକ୍ସିଜେନ ସଂଙ୍କଟ ଏବେ ମହାମାରୀ ପ୍ରଭାବକୁ ଦୁଇଗୁଣ କରିଛି । ବର୍ତ୍ତମାନ ଦେଶରେ ଆବଶ୍ୟକୀୟ ପରିମାଣର ଅକ୍ସିଜେନ ଯୋଗାଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ସରକାର ।

ଏହି କ୍ରମରେ ସୁଦୁର ସିଙ୍ଗାପୁରରୁ 4 କ୍ରାୟୋଜେନିକ୍ ଅକ୍ସିଜେନ କଣ୍ଟେନର ପଶ୍ଚମିମବଙ୍ଗର ପାନ ଗଡରେ ପହଞ୍ଚିଛି । ଭାରତୀୟ ବାୟୁ ସେନାର ସି -17 ଗ୍ଲୋବ ମାଷ୍ଟର ଯୋଗେ ଏହି 4 ସିଲିଣ୍ଡିରକୁ ଭାରତକୁ ଅଣାଯାଇଛି । ଆଜି ସକାଳେ ଭାରତୀୟ ବାୟୁ ସେନା ବିମାନ ସି -17 ଗ୍ଲୋବ ମାଷ୍ଟର 4 ଟି କ୍ରାୟୋଜେନିକ୍ ଅକ୍ସିଜେନ କଣ୍ଟେନର ଧରି ସିଙ୍ଗାପୁରର ଚାଙ୍ଗୀ ବିମାନ ବନ୍ଦରରୁ ପଶ୍ଚିମବଙ୍ଗର ପାନଗଡ ବିମାନ ବନ୍ଦର ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ତେବେ ଅପରାହ୍ନରେ ବିମାନଟି ପଶ୍ଚିମବଙ୍ଗର ପାନଗଡ ବିମାନ ବନ୍ଦରରେ ଅବତରଣ କରିଛି । ବିମାନ ଅବତରଣ ପରେ ଅକ୍ସିଜେନ କଣ୍ଟେନର ଗୁଡିକୁ ଗନ୍ତବ୍ୟ ସ୍ଥଲକୁ ପଠାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 24, 2021, 10:16 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.