ପାଟନା: ନିଆଁରେ ପୋଡି ହୋଇ ଚାଲିଗଲା 4 ଜୀବନ । ଭୟାବହ ଅଗ୍ନିକାଣ୍ତରେ ଗୋଟିଏ ପରିବାରର 4 ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି । ଏପରି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ବିହାର ପାଟନା ଜିଲ୍ଲାର ପୁନପୁନ ଥାନା ଅଞ୍ଚଳରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଆଲ୍ଲାଉଦ୍ଦିନ ଛକ ଗାଁର ଅଞ୍ଚଳରେ ବସବାସ କରୁଥିବା ଏକ ପରିବାରର ବାପା ମାଆ କ୍ଷେତକୁ କାମ କରିବାକୁ ଯାଇଥିଲେ । ଏହି ସମୟରେ ଭାଇଭଉଣୀ ମିଶି ରୋଷେଇ କରୁଥିଲେ । ହେଲେ ଦୁର୍ଭାଗ୍ୟବଶତଃ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା । ଫଳରେ ଚାରି ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଗୁଡିକୁ ଉଦ୍ଧାର କରିଛି । ସେପଟେ, 4 ଜଣଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ 4 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।