ETV Bharat / bharat

Slum catches fire In Una: ବସ୍ତିରେ ଭୟାବହ ଅଗ୍ନିକାଣ୍ଡ, 4 ପିଲା ଜୀବନ୍ତଦଗ୍ଧ - ବସ୍ତିରେ ନିଆଁ ଲାଗି ଭାଇ ଭଉଣୀ ମୃତ

ହିମାଚଳ ପ୍ରଦେଶ ଉନ୍ନାରେ ଅଘଟଣ । ବସ୍ତିରେ ନିଆଁ ଲାଗିଯିବାରୁ ଭାଇ-ଉଭଣୀଙ୍କ ସମେତ ୪ ଜଣ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶ ବସ୍ତିରେ ଅଗ୍ନିକାଣ୍ଡ
ହିମାଚଳ ପ୍ରଦେଶ ବସ୍ତିରେ ଅଗ୍ନିକାଣ୍ଡ
author img

By

Published : Feb 9, 2023, 11:05 AM IST

ଶିମଲା: ହିମାଚଳ ପ୍ରଦେଶ ଉନ୍ନାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଉନ୍ନାର ବନେ ଦି ହଟ୍ଟୀ ଅଞ୍ଚଳରେ ଥିବା ଏକ ବସ୍ତିରେ ନିଆଁ ଲାଗିଯିବାରୁ ୪ ଜଣ ପିଲା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ଭାଇ-ଉଉଣୀ ରହିଛନ୍ତି । ସମସ୍ତଙ୍କ ବୟସ ୬ରୁ ୧୭ ବର୍ଷ ହୋଇଥିବା ଜଣାପଡିଛି । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ସମସ୍ତେ ଖାଇ ପିଇ ଶୋଇଥିବା ବେଳେ ବସ୍ତିର ଦୁଇଟି ଘରେ ନିଆଁ ଲାଗି ଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏ ଯାଏଁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ମୁତାବକ, ବନେ ଦି ହଟ୍ଟି ଅଞ୍ଚଳରେ ଥିବା ଏହି ବସ୍ତିରେ କିଛି ପ୍ରବାସୀ ଶ୍ରମିକ ବସବାସ କରୁଥିଲେ । ଗତକାଲି ବିଳମ୍ବିତ ରାତିରେ ବସ୍ତିର ଦୁଇଟି ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହି ସମୟରେ ପ୍ରବାସୀ ଶ୍ରମିକ ଓ ସେମାନଙ୍କ ଛୁଆ ଶୋଇଥିଲେ । ନିଆଁ ଲାଗିବା ଦେଖି ସଙ୍ଗେ ସଙ୍ଗେ ଏହାକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା । ମାତ୍ର ସେତେବେଳକୁ ଘରେ ଶୋଇଥିବା ୪ ଜଣ ଛୁଆ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ମୃତକମାନେ ହେଲେ ବିହାର ଦରଭଙ୍ଗା ଜିଲ୍ଲା ନିବାସୀ ରମେଶ ଦାସଙ୍କ ୬ ବର୍ଷୀୟ ପୁଅ ଶିବମ କୁମାର, ୭ ବର୍ଷୀୟ ଗୋଲୁ କୁମାର ଓ ୧୪ ବର୍ଷୀୟା ଝିଅ ନିତୁ କୁମାରୀ । ଅନ୍ୟଜଣେ କାଳିଦାସ ନାମକ ବ୍ୟକ୍ତିଙ୍କ ୧୭ ବର୍ଷୀୟ ପୁଅ ସୋନୁ କୁମାର । ମୃତ ଛୁଆଙ୍କ ବାପା ରମେଶ ଦାସ କହିଛନ୍ତି ଯେ, ରାତିରେ ସେ ନିଜ ପତ୍ନୀଙ୍କ ସହ ଅନ୍ୟ ଏକ ଘରେ ଶୋଇଥିଲେ । ତାଙ୍କର ତିନି ଛୁଆ ଓ ଜଣେ ସମ୍ପର୍କୀୟଙ୍କ ପୁଅ ମିଶି ଆଉ ଏକ ଘରେ ଏକାଠି ଶୋଇଥିଲେ ।

  • अति दुःखद ।
    ज़िला ऊना मे अंब के "बणे दी हट्टी" के पास आगजनी मे 6 से 17 साल के चार बच्चों की जिंदा जल कर मरने की खबर से दुःखी हूँ। भगवान से प्रार्थना करता हूं कि वह मृतकों की आत्मा को शांति प्रदान करें व परिजनों को इस दुख को सहने की शक्ति दे।
    ॐ शांति ।

    — Sukhvinder Singh Sukhu (@SukhuSukhvinder) February 9, 2023 " class="align-text-top noRightClick twitterSection" data=" ">

ଏହି ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଏନେଇ ଛାନଭିନ୍ ଆରମ୍ଭ ହୋଇଛି । ଅନ୍ୟପଟେ ଏହି ଘଟଣାରେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ବର୍ଗ ପ୍ରତି ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.