ETV Bharat / bharat

ସତ ହେଲା ଅନୁମାନ, ସାଇକେଲ ଛାଡି ପଦ୍ମ ଧରିଲେ ଅପର୍ଣ୍ଣା - ପଦ୍ମ ଧରିଲେ ଅପର୍ଣ୍ଣା

ସତ ହେଲା ଅନୁମାନ । ହେଲେ ଏଥର ସମାଜବାଦୀ ପାର୍ଟି ଛାଡି ବିଜେପିରେ ସାମିଲ ହୋଇଛନ୍ତି ଜଣେ ନେତା । ସେ ଆଉ କେହି ନୁହେଁ ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ଭାଇ ବୋହୂ ତଥା ଦଳର ବରିଷ୍ଠ ନେତା ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ । ଯାହା ସପାରେ ଘର ଢିଙ୍କି କୁମ୍ଭୀର ସ୍ଥିତି ସୃଷ୍ଟି କରିଛି ।

ସାଇକେଲ ଛାଡି ପଦ୍ମ ଧରିଲେ ଅପର୍ଣ୍ଣା
ସାଇକେଲ ଛାଡି ପଦ୍ମ ଧରିଲେ ଅପର୍ଣ୍ଣା
author img

By

Published : Jan 19, 2022, 11:40 AM IST

Updated : Jan 19, 2022, 12:12 PM IST

ନୂଆଦିଲ୍ଲୀ: ନିର୍ବାଚନୀ ମୁହାଁ ଉତ୍ତରପ୍ରଦେଶରେ ଲାଗି ରହିଛି ଦଳଡିଆଁ ପର୍ବ । କିଛି ଦିନ ହେବ ଯୋଗୀ କ୍ୟାମ୍ପ ଛାଡି ସପାରେ ସାମିଲ ହେଉଥିଲେ ନେତା ମନ୍ତ୍ରୀ । ହେଲେ ଏଥର ସମାଜବାଦୀ ପାର୍ଟି ଛାଡି ବିଜେପିରେ ସାମିଲ ହୋଇଛନ୍ତି ଜଣେ ନେତା । ସେ ଆଉ କେହି ନୁହେଁ ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ଭାଇ ବୋହୂ ତଥା ଦଳର ବରିଷ୍ଠ ନେତା ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ (former Uttar Pradesh Chief Minister Mulayam Singh Yadav's daughter-in-law joins BJP) । ଯାହା ସପାରେ ଘର ଢିଙ୍କି କୁମ୍ଭୀର ସ୍ଥିତି ସୃଷ୍ଟି କରିଛି ।

ଅପର୍ଣ୍ଣା ଯାଦବ ୨୦୧୭ ବିଧାନସଭା ନିର୍ବାଚନ ଲଢିଥିଲେ । ଲକ୍ଷ୍ନୌର କେଣଟ୍ଟ ଆସନରୁ ପ୍ରତିଦ୍ବନ୍ଦିତା କରି ଦ୍ବିତୀୟ ସ୍ଥାନରେ ରହିଥିଲେ । ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କ ଠାରୁ ସେ ପରାଜିତ ହୋଇଥିଲେ । କିଛି ଦିନ ହେବ ଅପର୍ଣ୍ଣା ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା ଆଉ ତାହା ଆଜି ସତ ହୋଇଛି । ବିଜେପି ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହ ତାଙ୍କୁ ବିଜେପିରେ ବିଧିବଦ୍ଧ ଭାବେ ସାମିଲ କରାଇଛନ୍ତି । ଏହି ଅବସରରେ ଉତ୍ତରପ୍ରଦେଶ ଡେପୁଟି ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ । ଏଥର ମଧ୍ୟ ସେ ଲକ୍ଷ୍ନୌ ଆସନରୁ ଲଢିବା ଅନୁମାନ କରାଯାଉଛି ।

ବିଜେପିରେ ସାମିଲ ହେବା ପୂର୍ବରେ ଅପର୍ଣ୍ଣା ପ୍ରଧାନମନ୍ତ୍ରୀ ମୋଦି ଓ ଯୋଗୀଙ୍କୁ ପ୍ରଶଂସା କରିବାର ଦେଖିବାକୁ ମିଳିଥିଲା । ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ତଥା ପ୍ରତୀକ ଯାଦବଙ୍କ ପତ୍ନୀ ହେଉଛନ୍ତି ଅପର୍ଣ୍ଣା ଯାଦବ । ରାମ ମନ୍ଦିର ନିର୍ମାଣ ପାଇଁ ଅପର୍ଣ୍ଣା ୧୧ ଲକ୍ଷ ଟଙ୍କା ଚାନ୍ଦା ଦେଇଥିଲେ । ଏଥିଲେ କୌଣସି ରାଜନୈତିକ ସ୍ବାର୍ଥ ନଥିବା କହିଥିଲେ ଅପର୍ଣ୍ଣା । ଅତୀତ କେବେ ଭବିଷ୍ୟତ ସମ ହୋଇପାରେନା ବୋଲି କହିଥିଲେ ଅପର୍ଣ୍ଣା ।

ଏହା ବି ପଢନ୍ତୁ...ଘର ଢିଙ୍କି କୁମ୍ଭୀର, ବିଜେପିରେ ମିଶି ପାରନ୍ତି ମୁଲାୟମଙ୍କ ବୋହୂ !

ପ୍ରକାଶ ଥାଉ କି, ୪୦୩ ବିଧାନସଭା ଆସନ ପାଇଁ ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 19, 2022, 12:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.