ETV Bharat / bharat

ଗଣଦୁଷ୍କର୍ମ ମାମଲା; ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ୩ଜଣଙ୍କୁ ଆଜୀବନ କାରାଦଣ୍ଡ - ଆଜୀବନ କାରାଦଣ୍ଡ

ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ରାୟ ଶୁଣାଇଛନ୍ତି ପକ୍ସୋ କୋର୍ଟ । ଗଣଦୁଷ୍କର୍ମ ମାମଲାରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ । ଅଧିକ ପଢନ୍ତୁ...

Court sentenced former minister Gayatri Prajapati
ଗଣଦୁଷ୍କର୍ମ ମାମଲାରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ
author img

By

Published : Nov 12, 2021, 8:40 PM IST

ଲକ୍ଷ୍ନୌ: ଗଣଦୁଷ୍କର୍ମ ମାମଲାରେ ଉତ୍ତପ୍ରଦେଶର ପୂର୍ବତନ ମନ୍ତ୍ରୀଙ୍କୁ ଆଜୀବନ କାରାଦଣ୍ଡ । ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଆଜୀବନ କରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ୨୦୧୭ର ଏହି ଘଟଣାକୁ ନେଇ ପକ୍ସୋ କୋର୍ଟ ଶୁଣାଣି କରିଛନ୍ତି । ଏହି ମାମଲାର ଅନ୍ୟ ୪ ଜଣ ଅଭିଯୁକ୍ତ ନିର୍ଦ୍ଦୋଶରେ ଖୋଲାସ ହୋଇଛନ୍ତି ।

ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ରାୟ ଶୁଣାଇଛି କୋର୍ଟ । ଉତ୍ତରପ୍ରଦେଶ ସରକାରର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କୁ ଆଜୀବନ କାରାଦଣ୍ଡ । ଶୁକ୍ରବାର ଉତ୍ତରପ୍ରଦେଶର ଲକ୍ଷ୍ନୌର ଏମପି-ଏମଏଲଏ କୋର୍ଟ ଏକ ଗଣଦୁଷ୍କର୍ମ ମାମଲାର ଶୁଣାଣି କରିଛି । ଏହି ଘଟଣାରେ ଅଭିଯୁକ୍ତ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କୁ ସହ ଅନ୍ୟ ଅଭିଯୁକ୍ତ ଆଶିଷ ଶୁକ୍କା ଓ ଅଶୋକ ତିୱାରୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏହି ମାମଲାରେ ଦୋଷୀଙ୍କ ବିରୋଧରେ ଧାରା ୩୭୬ ଡି ଏବଂ ୫ ଜି/୬ ପକ୍ସୋ ଆଇନ ଅନୁଯାୟୀ କୋର୍ଟ ଦଣ୍ଡବିଧାନ କରିଛି ।

ସୂଚନାଥାଉକି ଉତ୍ତପ୍ରଦେଶରେ ୧୮ ଫେବୃୟାରୀ ୨୦୧୭ ରେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଗୌତମପଲ୍ଲୀ ଥାନାରେ ମାମାଲ ରୁଜୁ ହୋଇଥିଲା । ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଓ ତାଙ୍କ ସାଥୀ ମାନେ ପୀଡିତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ।

ଏହି ମାମାଲାକୁ ନେଇ ପୀଡିତା ସୁପ୍ରିମକୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ତେବେ ଏହି ମାମଲରେ ପୋଲିସ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ସମେତ ଅନ୍ୟ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ଓ ପକ୍ସୋ ଆକ୍ଟ ଲାଗୁ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.