ETV Bharat / bharat

ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର - ଏସଜିପିଜିଆଇ

ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଏନେଇ ଲକ୍ଷ୍ନୌର ଏସଜିପିଜିଆଇ ମେଡିକାଲ ପକ୍ଷରୁ ଏକ ହେଲଥ ବୁଲେଟିନ ଜାରି କରାଯାଇଛି । ଅଧିକ ପଢନ୍ତୁ...

former up cm kalyan singhs health condition better says hospital
ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ସ୍ବାସ୍ଥ୍ୟବସ୍ଥା ସ୍ଥିର;ଏସଜିପିଜିଆଇ ନିର୍ଦ୍ଦେଶକ
author img

By

Published : Jul 10, 2021, 5:24 PM IST

ଲକ୍ଷ୍ନୌ : ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି । ଏନେଇ ଲକ୍ଷ୍ନୌର ଏସଜିପିଜିଆଇ ମେଡିକାଲ ପକ୍ଷରୁ ଏକ ହେଲଥ ବୁଲେଟିନ ଜାରି କରାଯାଇଛି । ଏସଜିପିଜିଆଇର ନିର୍ଦ୍ଦେଶକ ପ୍ରଫେସର କହିଛନ୍ତି ଯେ, ତାଙ୍କର ପ୍ରତିଦିନ ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଛି । ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି । ସେ ବିଭିନ୍ନ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ କଥାବାର୍ତ୍ତା ମଧ୍ୟ କରିପାରୁଛନ୍ତି ।

ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଜୁଲାଇ 4ରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ କଲେଜରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା ।

ଶୁକ୍ରବାର ପ୍ରଧାନମନ୍ତ୍ରୀ କଲ୍ୟାଣଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ତାଙ୍କ ପୁଅ ସହ କଥା ହୋଇଥିଲେ । ଏହାସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ନେଇ ମୋଦି ଟ୍ବିଟ କରିଥିଲେ ।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ କଲ୍ୟାଣ ସିଂଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ କହିଥିଲେ । କଲ୍ୟାଣ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବରିଷ୍ଠ ନେତା ଶାହନୱାଜ ହୁସେନ୍ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମେଡିକାଲକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.