ETV Bharat / bharat

Kalyan Singh: ସୁଧୁରୁନି କଲ୍ୟାଣ ସିଂଙ୍କ ସ୍ବାସ୍ଥ୍ୟବସ୍ଥା - କଲ୍ୟାଣ ସିଂଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ

ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁନାହିଁ । ଏନେଇ ଏସଜିପିଜିଆଇ ମେଡିକାଲ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ସୁଧୁରୁନି କଲ୍ୟାଣଙ୍କ ସ୍ବାସ୍ଥ୍ୟବସ୍ଥା
ସୁଧୁରୁନି କଲ୍ୟାଣଙ୍କ ସ୍ବାସ୍ଥ୍ୟବସ୍ଥା
author img

By

Published : Jul 20, 2021, 1:00 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁନାହିଁ । ଏନେଇ ଏସଜିପିଜିଆଇ ମେଡିକାଲ ପକ୍ଷରୁ ସୂଚନା ମିଳିଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ନୀରିକ୍ଷଣରେ ରହିଛନ୍ତି କଲ୍ୟାଣ ସିଂ ।

ଶ୍ବାସକ୍ରିୟାରେ ସମସ୍ୟା ଉପୁଜିଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ପ୍ରତିଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ଏସଜିପିଜିଆଇର ନିର୍ଦ୍ଦେଶକ ଯାଞ୍ଚ କରୁଛନ୍ତି । ଏହା ସହିତ ଡାକ୍ତରଖାନାର ବରିଷ୍ଠ ଡାକ୍ତରମାନେ ସିଂଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା ହେଲେ ବର୍ତ୍ତମାନ ପୁଣି ଗୁରୁତର ରହିଛି ।

୮୯ ବର୍ଷିୟ କଲ୍ୟାଣ ସିଂଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ଜୁଲାଇ ୪ରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କଲ୍ୟାଣ ସିଂ ଗତ 2020 ସେପ୍ଟେମ୍ବର 14ରେ କୋରୋନାରେ ଆକ୍ରାନ୍ତ ହୋଇ SGPGI ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅକ୍ଟୋବର 12ରେ ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ କଲ୍ୟାଣ ସିଂଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ କହିଥିଲେ । କଲ୍ୟାଣ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବରିଷ୍ଠ ନେତା ଶାହନୱାଜ ହୁସେନ୍ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମେଡିକାଲକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.