ETV Bharat / bharat

Sharad Yadav Passed Away: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ - ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ

ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ । ଗତକାଲି ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଝିଅ ସୁବାସିନୀ । ଅଧିକ ପଢନ୍ତୁ

Sharad Yadav
Sharad Yadav
author img

By

Published : Jan 13, 2023, 6:15 AM IST

Updated : Jan 13, 2023, 7:46 AM IST

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବ । ୭୫ ବର୍ଷ ବୟସରେ ସେ ଗତକାଲି(ଗୁରୁବାର) ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଝିଅ ସୁବାସିନୀ ଟ୍ବିଟକରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି,"ବାପା ଆଉ ନାହାନ୍ତି ।" ବିଗତ କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଗୁରୁଗ୍ରାମ ସ୍ଥିତ ଫର୍ଟିସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ନେଇ ସୂଚନା ରହିଛି ।

  • पापा नहीं रहे 😭

    — Subhashini Sharad Yadav (@Subhashini_12b) January 12, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: Odisha Politics: ଜାତୀୟ ଦଳ ଫୋକସରେ ଓଡିଶା, ଦୃଢ ସଂଗଠନ ଥିଲେ ମିଳିବ ଫାଇଦା

ଶରଦ ଯାଦବ ୧୯୪୭ ମସିହା ଜୁଲାଇ ୧ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ କୃଷକ ଥିଲେ । ଛାତ୍ରବେଳୁ ହିଁ ତାଙ୍କର ରାଜନୀତି ପ୍ରତି ଆଗ୍ରହ ରହିଥିଲା । ଛାତ୍ର ରାଜନୀତିରୁ ଆରମ୍ଭ କରି ସେ ଜାତୀୟ ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

ରାଜନୈତିକ ଜୀବନକାଳ: ବିହାର ରାଜନୀତିରେ ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଶରଦ । ୧୯୯୪ ମସିହାରୁ ୨୦୦୪ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ସରକାର ବେଳେ ସେ ବିଭିନ୍ନ ବିଭାଗର ମନ୍ତ୍ରୀ ରହିଥିଲେ । ତେବେ ସେ ନିଜର ଜୀବନକାଳ ମଧ୍ୟରେ ୭ ଥର ଲୋକସଭାକୁ ନିର୍ବାଚିତ ହେବା ସହ ୩ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ ବିହାରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୩ ମସିହାରେ ସେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ୨୦୦୪ ଲୋକସଭା ନିର୍ବାଚନରେ ସେ ହାରି ଯାଇଥିଲେ । ପରେ ସେ ୨୦୦୯ ମସିହାରେ ପୁଣି ବିହାରର ମାଧେପୁରା ଆସନରୁ ଜିତିଥିଲେ । ୨୦୧୭ ମସିହାରେ ବିହାର ବିଧାନସଭା ନିର୍ବାଚନ ସମୟରେ ନୀତିଶ କୁମାର ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସେ ଏହାକୁ ବିରୋଧ କରିଥିଲେ । ପରେ ସେ ଦଳ ଛାଡି ୨୦୧୮ ମସିହାରେ ଲୋକତାନ୍ତ୍ରିକ ଜନତା ଦଳ(ଏଲଜେଡି) ଗଢିଥିଲେ । ପରବର୍ତ୍ତୀ ସମୟରେ ସେ ନିଜ ଦଳକୁ ଆରଜେଡିରେ ମିଶାଇଦେଇଥିଲେ । ବିଜେପି ବିରୋଧିଙ୍କ ଏକାଠି କରିବା ସହ ମେଣ୍ଟକୁ ଶକ୍ତିଶାଳୀ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ରହିଥିଲା ।

  • Pained by the passing away of Shri Sharad Yadav Ji. In his long years in public life, he distinguished himself as MP and Minister. He was greatly inspired by Dr. Lohia’s ideals. I will always cherish our interactions. Condolences to his family and admirers. Om Shanti.

    — Narendra Modi (@narendramodi) January 12, 2023 " class="align-text-top noRightClick twitterSection" data=" ">

ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ: ବିହାର ରାଜନୀତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଶରଦ ଯାଦବଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ମୋଦି ଟ୍ବିଟ କରି ଲେଖିଛନ୍ତି, "ଶରଦ ଯାଦବଙ୍କ ପରଲୋକ ଖବର ଶୁଣି ମୁଁ ଦୁଃଖିତ । ତାଙ୍କ ରାଜନୈତିକ ଜୀବନରେ ସାଂସଦ ଏବଂ ମନ୍ତ୍ରୀ ଭାବରେ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ସେ ଡ.ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ତାଙ୍କ ସହ ବିତାଇଥିବା ସମୟ ମନେ ରହିବ । ମୁଁ ଯାଦବଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।"

  • शरद यादव जी समाजवाद के पुरोधा होने के साथ एक विनम्र स्वभाव के व्यक्ति थे। मैंने उनसे बहुत कुछ सीखा है।

    उनके शोकाकुल परिजनों को अपनी गहरी संवेदनाएं व्यक्त करता हूं। देश के लिए उनका योगदान सदा याद रखा जाएगा।

    — Rahul Gandhi (@RahulGandhi) January 12, 2023 " class="align-text-top noRightClick twitterSection" data=" ">

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲେଖିଛନ୍ତି, "ଶରଦ ଯାଦବ ଜୀ ଜଣେ ସମାଜବାଦୀ ସହ ବିନମ୍ର ପ୍ରକୃତିର ଲୋକ ଥିଲେ । ମୁଁ ତାଙ୍କ ଠାରୁ ବହୁତ କିଛି ଶିଖିଛି । ଶୋକସନ୍ତପ୍ତ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି । ଦେଶ ପାଇଁ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।"

  • देश की समाजवादी धारा के वरिष्ठ नेता, जेडीयू के पूर्व अध्यक्ष, श्री शरद यादव जी के निधन से दुःखी हूँ।

    एक पूर्व केंद्रीय मंत्री व दशकों तक एक उत्कृष्ट सांसद के तौर पर देश सेवा का कार्य कर,उन्होंने समानता की राजनीति को मज़बूत किया।

    उनके परिवार एवं समर्थकों को मेरी गहरी संवेदनाएँ।

    — Mallikarjun Kharge (@kharge) January 12, 2023 " class="align-text-top noRightClick twitterSection" data=" ">

AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଟ୍ବିଟ କରି କହିଛନ୍ତି,"ସମାଜବାଦୀ ନେତା ତଥା ପୂର୍ବତନ ଜେଡିୟୁ ଅଧ୍ୟକ୍ଷଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଦଶନ୍ଧି ଧରି ସେ କେନ୍ଦ୍ରମନ୍ତ୍ରୀ ଏବଂ ସଂସଦର ସଦସ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ । ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୁଁ ସମବେଦନା ଜଣାଉଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 13, 2023, 7:46 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.