ETV Bharat / bharat

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟସିହ୍ନ ଜାଲା - ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟସିହ ଜାଲାଙ୍କ ପରଲୋକ

ଗୁଜୁରାଟର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟସିହ୍ନ ଜାଲାଙ୍କ ପରଲୋକ । ତାଙ୍କୁ ମୃତ୍ୟୁବେଳକୁ 88 ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଦୁଃଖ ପ୍ରକାଶ କରନ୍ତି । ଅଧିକ ପଢନ୍ତୁ...

Former Union Minister Digvijaysinh Zala passes away at 88
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟସିହ ଜାଲାଙ୍କ ପରଲୋକ
author img

By

Published : Apr 4, 2021, 1:58 PM IST

ଗାନ୍ଧୀନଗର: ଗୁଜୁରାଟର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟସିହ୍ନ ଜାଲାଙ୍କ ପରଲୋକ । ତାଙ୍କୁ ମୃତ୍ୟୁବେଳକୁ 88 ବର୍ଷ ବୟସ ହୋଇଥିଲା । ସୌରାଷ୍ଟ୍ରର ପୂର୍ବ ରାଜକୁମାର ତଥା ୱାନକାନରର ମୁଖ୍ୟ କିଛି ଅସୁସ୍ଥତା ରହିବା ପରେ ତାଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଦୁଃଖ ପ୍ରକାଶ କରନ୍ତି ।

ସେ 1962-67 ବର୍ଷ ପାଇଁ ୱାନକାନରର ଜଣେ ବିଧାୟକ ହୋଇଥିଲେ। ଏହାପରେ ସ୍ବାଧୀନ ପ୍ରାର୍ଥୀ ତଥା 1967-71 ରୁ ସ୍ବାଧିନ ପାର୍ଟିର ସଦସ୍ୟ ଥିଲେ । ଏହାପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ 1979 ରୁ 1989 ପର୍ଯ୍ୟନ୍ତ ଦୁଇ ଥର ସୁରେନ୍ଦ୍ରନଗରରୁ ସାଂସଦ ହୋଇଥିଲେ। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅଧୀନରେ ପରିବେଶ ମନ୍ତ୍ରଣାଳୟ ପ୍ରତିଷ୍ଠା କରି ସେ 1982 ରୁ 1984 ପର୍ଯ୍ୟନ୍ତ ଦେଶର ପ୍ରଥମ ପରିବେଶ ମନ୍ତ୍ରୀ ହୋଇଥିଲେ।

ମିଳିତ ଜାତିସଂଘରେ ସେ ଭାରତର ପ୍ରତିନିଧିତ୍ବ କରିଥିଲେ ଏବଂ ବିଶ୍ବ ସମ୍ମୁଖୀନ ହେଉଥିବା ପରିବେଶ ପ୍ରସଙ୍ଗରେ ରଖୁଥିଲେ । ବନ୍ୟଜନ୍ତୁ ଏବଂ ପ୍ରକୃତିର ସଂରକ୍ଷଣ ପାଇଁ ଭାରତରେ ଅନେକ ଜାତୀୟ ଉଦ୍ୟାନ ଘୋଷଣା କରି ସେ କିଛି ପ୍ରମୁଖ ସଂସ୍କାର ଆଣିଥିଲେ । ଯେପରିକି ଭାରତୀୟ ରେଳବାଇ ସହିତ ସମନ୍ବୟ ରକ୍ଷା କରି ରେଳ ଟ୍ରାକ୍ ତଳେ ଥିବା କାଠ ବଦଳରେ ସିମେଣ୍ଟ ବ୍ୟବହାର କରି ଭାରତରେ ବୃକ୍ଷକୁ ବଞ୍ଚାଇବାରେ ସାହାଯ୍ୟ କରିଥିଲେ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.