ETV Bharat / bharat

ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଦେହାନ୍ତ, ଶୋକ ଜଣାଇଲେ ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀ - Kalyan Singh passes away

ରାଜସ୍ଥାନ ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କ ପରଲୋକ

author img

By

Published : Aug 21, 2021, 9:53 PM IST

Updated : Aug 21, 2021, 10:47 PM IST

21:43 August 21

ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପରଲୋକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପରଲୋକ। ଆଜି (ଶନିବାର) ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳୁକୁ ତାଙ୍କୁ 89 ବର୍ଷ ବୟସ ହୋଇଥିଲା । ଗତ କିଛି ଦିନର ବାର୍ଦ୍ଧ୍ୟକ ଜନିତ ଅସୁସ୍ଥତା କାରଣରୁ ସେ  ହସ୍ପିଟାଲରେ ଚିକିତ୍ସଧୀନ ଥିଲେ ।

ସେପସିସ୍ (sepsis) ଏବଂ ବହୁ ଅଙ୍ଗ ବିଫଳତା କାରଣରୁ କଲ୍ୟାଣ ସିଂ ଲକ୍ଷ୍ନୌ ଠାରେ ଅବସ୍ଥିତ Sanjay Gandhi Postgraduate Institute of Medical Sciences (SGPGI)ରେ ମୃତ୍ୟୁ ବରଣ କରିଛନ୍ତି ।

1932 ମସିହା 5 ଜାନୁଆରୀରେ ଉତ୍ତର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ କଲ୍ୟାଣ ସିଂ । ଛାତ୍ର ଜୀବନରୁ ସେ ସ୍ବଂୟ ସେବକ ସଂଘର ସକ୍ରିୟ ସଦସ୍ୟ ଭାବେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ପରେ 1962 ମସିହାରେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ । ସେହି ବର୍ଷ ପ୍ରଥମ ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।  ଭାରତୀୟ ରାଜନୀତିରେ ଲମ୍ବା ଇନିଂଶ ଖେଳିବା ସହ ସେ 2 ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । 1991 ରୁ 97 ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ପରବର୍ତ୍ତୀ ସମୟରେ ସେ ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ ।  

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାବ୍ରି ମସଜିଦ ଭାଙ୍ଗା ଘଟଣାରେ ସେ ଚର୍ଚ୍ଚାକୁ ଆସିବା ସହ ବିବାଦୀୟ ମଧ୍ୟ ହୋଇଥିଲେ । ତାଙ୍କ ସରକାରର ପତନ ହେବା ସହ ଉତ୍ତର ପ୍ରଦେଶରେ ରାଷ୍ଟ୍ରପତି ଶାସନ ମଧ୍ୟ ଲାଗୁହୋଇଥିଲା । ଏଥିପାଇଁ ବିଜେପି ଶୀର୍ଷ ନେତାଙ୍କ ସମେତ ତାଙ୍କୁ ମଧ୍ୟ ବାବ୍ରି ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା । ପରେ ଗିରଫ ହେବା ସହ ଅନେକ ଦିନ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ମାମଲା ମଧ୍ୟ ଚାଲିଥିଲା  ଏବଂ ଦିନକ ପାଇଁ ଜେଲ ଯାଇଥିଲେ କଲ୍ଯାଣ ସିଂ । 

ସକ୍ରିୟ ରାଜନୀତିରୁ ବିରାମ ପରେ ସେ ରାଜସ୍ଥାନ ଓ ପରେ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ । ବୟସର ଅପରାହ୍ନରେ ପହଞ୍ଚିଥିବା କଲ୍ୟାଣ ଗତ କିଛି ମାସ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁ ଲକ୍ଷ୍ନୌର PGI ଚିକିତ୍ସାଧୀନ ଥିଲେ । ସେ ଅସୁସ୍ଥ ଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ହସ୍ପିଟାଲ ଯାଇ କଲ୍ୟାଣଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଥିଲେ । ଆଜି ସନ୍ଧ୍ୟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

କଲ୍ୟାଣ ସିଂଙ୍କ ନିଧନରେ ଗଭୀର ଶୋକ ଜଣାଇଛନ୍ତି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଏକାଧାରରେ ଥିଲେ, ବିଶିଷ୍ଟ ରାଜନେତା, ଅଭିଜ୍ଞ ପ୍ରଶାସକ, ତୃଣମୂଳ ସ୍ତରର ନେତା ଏବଂ ଜଣେ ମହାନ ମାନବ । ଉତ୍ତରପ୍ରଦେଶର ବିକାଶରେ ତାଙ୍କର ଯୋଗଦାନ ଅତୂଳନୀୟ ଏବଂ ଅବର୍ଣ୍ଣନୀୟ । ତାଙ୍କ ଦେଦାନ୍ତ ପରେ ତାଙ୍କ ପୁଅ ରାଜଭୀର ସିଂ ସହ କଥାହୋଇ ସମଦେବନା ଜଣାଇଛି ବୋଲି ଟ୍ବିଟ୍ କରି ଲେଖିଛନ୍ତି ମୋଦି । 

ଏପଟେ ଉତ୍ତର ପ୍ରଦେଶ ସରକାର ତାଙ୍କ ବିୟୋଗର 3 ଦିନିଆ ରାଜ୍ୟସ୍ତରୀୟ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି  । ଆସନ୍ତା 23 ତାରିଖ ସନ୍ଧ୍ୟାରେ ଗଙ୍ଗା ନଦୀ କୂଳ ନରୋରା ପଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ ସମ୍ପନ୍ନ ହେବ । ଏହାସିହତ ଆସନ୍ତା 23 ତାରିଖକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ  

Last Updated : Aug 21, 2021, 10:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.