ETV Bharat / bharat

ପରଲୋକରେ ପୂର୍ବତନ ରାଜ୍ଯପାଳ - ପୂର୍ବତନ ରାଜ୍ୟପାଳ ଅଂଶୁମାନ ସିଂଙ୍କ ଲକ୍ଷ୍ନୌରେ ଦେହାନ୍ତ

ସୋମବାର ପୂର୍ବତନ ରାଜ୍ୟପାଳ ଅଂଶୁମାନ ସିଂଙ୍କ ଲକ୍ଷ୍ନୌରେ ଦେହାନ୍ତ ହୋଇଛି । ସେ ରାଜସ୍ଥାନ ଓ ଗୁଜୁରାଟରେ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । ଅଧିକ ପଢନ୍ତୁ...

ପରଲୋକରେ ପୂର୍ବତନ ରାଜ୍ଯପାଳ
ପରଲୋକରେ ପୂର୍ବତନ ରାଜ୍ଯପାଳ
author img

By

Published : Mar 8, 2021, 1:31 PM IST

ଜୟପୁର: ସୋମବାର ପୂର୍ବତନ ରାଜ୍ୟପାଳ ଅଂଶୁମାନ ସିଂଙ୍କ ଲକ୍ଷ୍ନୌରେ ଦେହାନ୍ତ ହୋଇଛି । ସେ ରାଜସ୍ଥାନ ଓ ଗୁଜୁରାଟରେ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । ତେବେ ଲକ୍ଷ୍ନୌର PGI ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସିଂ 1999 ରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ, ସେତେବେଳେ ସେ ରାଜସ୍ଥାନର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ।

ସେ 7 ଜୁଲାଇ 1935 ରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ ଏବଂ 1957 ମସିହାରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ଆଇନ କ୍ଷେତ୍ରରେ ତାଙ୍କର ଆଗ୍ରହ ଥିବାରୁ ସେ 22 ବର୍ଷ ବୟସରେ ଆହ୍ଲାବାଦରେ ଜିଲ୍ଲା କୋର୍ଟରେ କାର୍ଯ୍ୟ ଆରମ୍ଭ କରିଥିଲେ।

ସେ 1968 ମସିହାରେ ଆହ୍ଲାବାଦ ହାଇକୋର୍ଟରେ ଯୋଗ ଦେଇଥିଲେ ଏବଂ 1976 ମସିହାରେ ଆହ୍ଲାବାଦ ହାଇକୋର୍ଟରେ ସରକାରୀ ଆଇନଜୀବୀ ଭାବରେ ନିଯୁକ୍ତ ହୋଇଥିଲେ ଏବଂ 1984ରେ ସେ ଆହ୍ଲାବାଦ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ।

1994 ରେ ସେ ରାଜସ୍ଥାନ ହାଇକୋର୍ଟର ଜଣେ ବରିଷ୍ଠ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଏବଂ 1996 ରେ ସେ ରାଜସ୍ଥାନ ହାଇକୋର୍ଟର ପ୍ରଶାସନିକ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଯେଉଁଠାରେ ସେ ଅବସର ପର୍ଯ୍ୟନ୍ତ ରହିଥିଲେ। ରାଜ୍ୟପାଳ କଲରାଜ ମିଶ୍ର, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମାଙ୍କ ସମେତ ଅନେକ ରାଜନେତା ସିଂଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.