ETV Bharat / bharat

ଗୁରୁ ଦିବସରେ ଚାଲିଗଲେ ଡ.ରାଧାକ୍ରିଷ୍ଣନଙ୍କ ନାତି, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଗୁରୁ ଦିବସରେ ଡ. ରାଧାକ୍ରିଷ୍ଣନଙ୍କ ନାତି ତଥା ସ୍ବାସ୍ଥ୍ୟ ସଚିବ କେଶବ ଦେଶୀ ରାଜୁଙ୍କ ପରଲୋକ । 66 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଅଧିକ ପଢନ୍ତୁ...

ଗୁରୁ ଦିବସରେ ଚାଲିଗଲେ ଡ.ରାଧାକ୍ରିଷ୍ଣନଙ୍କ ନାତି

author img

By

Published : Sep 5, 2021, 10:01 PM IST

ନୂଆଦିଲ୍ଲୀ: ଗୁରୁ ଦିବସରେ ସାରା ଦେଶ ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କର ଜନ୍ମ ଦିବସ ପାଳନ କରୁଥିବାବେଳେ ଡ. ରାଧାକ୍ରିଷ୍ଣନଙ୍କ ନାତିଙ୍କ ପରଲୋକ । ଡ. ରାଧାକ୍ରିଷ୍ଣନଙ୍କ ନାତି ତଥା ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କେଶବ ଦେଶୀ ରାଜୁଙ୍କ ଅସୁସ୍ଥତା ହେତୁ ଆଜି (ରବିବାର) ଚେନ୍ନାଇର ଆଲୱାରପେଟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ 66 ବର୍ଷ ବୟସ ହୋଇଥିଲା ।

କେଶୁର ଦେଶୀ ରାଜୁ ତାମିଲନାଡୁର ମଦୁରାଇରେ ଜନ୍ମଗ୍ରହଣ କରିଥିଲେ। ସେ ଛାତ୍ର ଜୀବନରୁ ଖୁବ ଅଳ୍ପ ବୟସରେ ଗାନ୍ଧୀ ଏବଂ ଜାତୀୟ ଚିନ୍ତାଧାରାର ଅନୁପ୍ରାଣିତ ହୋଇଥିଲେ । କେଶବ ରାଜୁ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଏବଂ ଜନ ଏଫ କେନେଡି ହାବାର୍ଡ ବିଶ୍ବବିଦ୍ୟାଳୟରୁ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

ଏହା ପରେ ସେ 1978 ରେ ଭାରତୀୟ ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେବା ସହ IAS ଅଧିକାରୀ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ତାଙ୍କ ଚାକିରୀ ଜୀବନରେ ଉତ୍ତରପ୍ରଦେଶ ପ୍ରଶାସନରେ ବିଭିନ୍ନ ଦାୟିତ୍ବ ଗ୍ରହଣ କରିଥିଲେ। ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ସହ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ସେହିପରି ଦକ୍ଷିଣ ଭାରତର ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟିକା ଏମ ଏସ ଶୁଭଲକ୍ଷ୍ମୀଙ୍କ ଆତ୍ମଜୀବନୀ ମଧ୍ୟ ରଚନା କିରଛନ୍ତି । ତାଙ୍କ ଦେହାନ୍ତରେ ଦେଶର ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.