ମୁମ୍ବାଇ: ପୂର୍ବତନ ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ଗିରଫ । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ଜାଲିଆତି(National Stock Exchange co-location scam) ସମ୍ପର୍କିତ ଏକ ଅର୍ଥ ଠକେଇ ମାମଲାରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ତାଙ୍କୁ ଗିରଫ କରିଛି । ୧୯୮୬ ବ୍ୟାଚ ଅବସରପ୍ରାପ୍ତ ଆଇପିଏସ ଅଫିସର ପାଣ୍ଡେଙ୍କୁ ଦୀର୍ଘ ୭ ଘଣ୍ଟା କାଳ ପଚରାଉଚରା କରିବା ପରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ହେପାଜତକୁ ନେଇଛି ।
NSE ଜାଲିଆତି ସମ୍ବନ୍ଧୀୟ ଅର୍ଥ ଠକେଇ ମାମଲାରେ ପୂର୍ବରୁ ସଞ୍ଜୟ ପାଣ୍ଡେଙ୍କୁ ED ସମନ ଜାରି କରିଥିଲା । ଗତ ୫ ତାରିଖ ଦିନ ପଚରାଉଚରା ପାଇଁ ଏଜେନ୍ସି ଆଗରେ ହାଜର ହେବାକୁ କୁହାଯାଇଥିଲା । ପ୍ରକାଶଥାଉ କି, ଗତ ଜୁନ ୩୦ରେ ସଞ୍ଜୟ ପାଣ୍ଡେ ଅବସର ଗ୍ରହଣ କରିଥିଲେ । ମୁମ୍ବାଇ ପୋଲିସ କମିଶନର ଦାୟିତ୍ବ ନେବା ପୂର୍ବରୁ ସେ ମହାରାଷ୍ଟ୍ର ଷ୍ଟେଟ ସିକ୍ୟୁରିଟି କର୍ପୋରେସନ(Maharashtra State Security Corporation )ର ପରିଚାଳନା ନିର୍ଦ୍ଦେଶକ( Managing Director) ଥିଲେ ।