ETV Bharat / bharat

Asif Mohammad Khan Arrest: ସରକାରୀ କର୍ମଚାରୀଙ୍କୁ ମାଡ ମାରି କଂଗ୍ରେସ ନେତା ଗିରଫ - କଂଗ୍ରେସ ପୂର୍ବତନ ବିଧାୟକ ଅସିଫ ଖାନ

କାର୍ଯ୍ୟରତ ୪ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଅଭିଯୋଗରେ କଂଗ୍ରେସର ପୂର୍ବତନ ବିଧାୟକ ଅସିଫ ମହମ୍ମଦ ଖାନ(Asif Mohammad Khan) ଗିରଫ । ଅଧିକ ପଢନ୍ତୁ

Asif Mohammad Khan Arrest: ସରକାରୀ କର୍ମଚାରୀଙ୍କୁ ମାଡ ମାରି କଂଗ୍ରେସ ନେତା ଗିରଫ

author img

By

Published : Nov 27, 2021, 2:11 PM IST

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କୁ ର୍ଦୁବ୍ୟବହାର କରି ଗିରଫ ହେଲେ କଂଗ୍ରେସ ନେତା (Asif Mohammad Khan Arrest) । କାର୍ଯ୍ୟରତ ଥିବା ୪ ଜଣ ସରକାରୀ କର୍ମଚାରୀଙ୍କୁ କଂଗ୍ରେସର ପୂର୍ବତନ ବିଧାୟକ ଅସିଫ ମହମ୍ମଦ ଖାନ ମାଡ ମାରିବା ଏବଂ ଗାଳି ଗୁଲଜ କରିବା ଭିଡିଓ ଭାଇରାଲ ହେବା ପରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦିଲ୍ଲୀ ପୋଲିସ ।

ସୂଚନା ଅନୁଯାୟୀ ଏନେଇ ଲାଜପତ MSD ଅଧିକାରୀ ରାମ କିଶୋର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖି ଥିବାବେଳେ ଆଜି କଂଗ୍ରେସ ନେତା ଆସିଫଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଅସିଫ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍‌ (SDMC)ର ୪ ଜଣ କର୍ମଚାରୀଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ସରକାରୀ କର୍ମଚାରୀଙ୍କୁ ରାସ୍ତା ଉପରେ ଗାଳି ଗୁଲଜ କରିବା ସହ କାନ ଧରି ବସ୍ ଉଠ୍ ହେବା ପାଇଁ ବାଧ୍ୟ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଭିଡିଓ ଭାଇରାଲ ପରେ ଅସିଫଙ୍କୁ ଗିରଫ କରିଛି ପୋଲିସ ।

ଓଖଲା ଅଞ୍ଚଳରେ ମହମ୍ମଦ ଅସିଫ ଖାନ ତାଙ୍କର କିଛି ଦଳୀୟ ପୋଷ୍ଟର ଲଗାଇଥିଲେ । ଦିଲ୍ଲୀ ମ୍ୟୁନସିପାଲ୍ କର୍ପୋରେସନ୍‌ (SDMC)ର ଏହି କର୍ମଚାରୀମାନେ ସେହି ପୋଷ୍ଟରଗୁଡ଼ିକୁ ଖୋଲି ଦେଇଥିଲେ । ଏହାକୁ ନେଇ ଅସିଫ ଖାନ ରାଗି ଯାଇ ଉକ୍ତ କର୍ମଚାରୀଙ୍କ ସହ ଏପରି ବ୍ୟବହାର କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.