ETV Bharat / bharat

moosewala murder case: କୋର୍ଟରେ ହାଜର ହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁତୁରା, ବଢ଼ିଲା ରିମାଣ୍ଡ ଅବଧି

author img

By

Published : Jul 13, 2022, 9:49 PM IST

ପ୍ରସିଦ୍ଧ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁଶେୱାଲା ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ନେତା ତଥା ମନ୍ତ୍ରୀଙ୍କ ପୁତୁରାକୁ ଆଜି କୋର୍ଟରେ ହାଜର କରାଯାଇଛି । ହତ୍ୟାକାରୀଙ୍କୁ ହଥିଆର ଯୋଗାଇଥିବା ଅଭିଯୋଗ ହୋଇଥିଲା । ଅଧିକ ପଢ଼ନ୍ତୁ

moosewala murder case: କୋର୍ଟରେ ହାଜର ହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁତୁରା, ବଢ଼ିଲା ରିମାଣ୍ଡ ଅବଧି
moosewala murder case: କୋର୍ଟରେ ହାଜର ହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁତୁରା, ବଢ଼ିଲା ରିମାଣ୍ଡ ଅବଧି

ଚଣ୍ଡିଗଡ଼: ପ୍ରସିଦ୍ଧ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ନେତା ତଥା ମନ୍ତ୍ରୀଙ୍କ ପୁତୁରାକୁ ଆଜି କୋର୍ଟରେ ହାଜର କରାଯାଇଛି । ପଞ୍ଜାବର ପୂର୍ବତନ ମନ୍ତ୍ରୀ ନିର୍ମଲ ସିଂହ କହ୍ଲନ୍‌ଙ୍କ ପୁତୁରା ସନ୍ଦୀପ ସିଂହ କହ୍ଲନଙ୍କୁ ବୁଧବାର କୋର୍ଟରେ ହାଜର କରାଯାଇଛି । ଏହାପରେ ତାଙ୍କୁ ଆଉ ୭ ଦିନ ପାଇଁ ପୋଲିସ ରିମାଣ୍ଡ ପଠାଯାଇଛି ।

ସିଦ୍ଧୁ ହତ୍ୟାକାଣ୍ଡ ଘଟାଇଥିବା ସାର୍ପ ସୁଟରଙ୍କୁ ମନ୍‌ସାରୁ ହଥିଆର ଯୋଗାଇ ଦିଆଯାଇଥିବା ସନ୍ଦେହ କରୁଛି ପୋଲିସ । ଏହି ସବୁ ହଥିଆର ସନ୍ଦୀପ ସିଂହ କହ୍ଲନ ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡରେ ସହଯୋଗ କରିବା ନେଇ ସନ୍ଦୀପ ସିଂହ କହ୍ଲନ ବିରୋଧରେ ୩୦୨ ଦଫା ଲଗାଇଛି ପୋଲିସ । ମୁସେୱାଲା ହତ୍ୟାକାଣ୍ଡରେ ବଲଦେବ ଚୌଧୁରୀ ଗିରଫ ହେବାପରେ ସନ୍ଦୀପ ସିଂହ କହ୍ଲନ ନାମ ସାମ୍ନାକୁ ଆସିଥିଲା ।

ସନ୍ଦୀପ୍‌ର ଗ୍ୟାଙ୍ଗଷ୍ଟାର ଜଗୁ ଭଗବାନପୁରିଆ ସହ ଭଲ ସମ୍ପର୍କ ଥିବା କଥା କୁହାଯାଉଛି । ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ସନ୍ଦୀପ ଫେରାର ହୋଇ ଯାଇଥିଲା । ପୋଲିସ ତାକୁ ଖୋଜା ଚଳାଇଥିବା ବେଳେ ଲୁଧିଆନାରେ ବିଭିନ୍ନ ସମ୍ପର୍କୀୟଙ୍କ ଘରେ ସେ ଆତ୍ମଗୋପନ କରି ରହୁଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ତାକୁ ଲୁଧିଆନା ପୋଲିସ ଗିରଫ କରିଥିଲା ।

ମୁସେୱାଲାଙ୍କ ହତ୍ୟାକାରୀଙ୍କୁ ହଥିଆର ଯୋଗାଇବା ସହ ସେମାନଙ୍କ ମନ୍‌ସା ପଠାଇବାରେ ସନ୍ଦୀପ ସହଯୋଗ କରିଥିବା ଅଭିଯୋଗ ହେଉଛି । ତା ସହିତ ଅନ୍ୟ କେତେକ ଦିଗକୁ ନେଇ ମଧ୍ୟ ପୋଲିସ ପଚରାଉଚରା କରିବ ବୋଲି ଜଣା ପଡ଼ିଛି । ପୂର୍ବରୁ ସେ ରିମାଣ୍ଡରେ ଥିବା ବେଳେ କୋର୍ଟ ରିମାଣ୍ଡ ଅବଧିକୁ ଆଉ ୭ ବଢ଼ାଇ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.